ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»UGC NET Exam 2021 Postponed: UGC NET ପରୀକ୍ଷାର ତାରିଖ ବଦଳିଲା; ଦେଖନ୍ତୁ ନୂଆ ସିଡ୍ୟୁଲ୍

UGC NET Exam 2021 Postponed: UGC NET ପରୀକ୍ଷାର ତାରିଖ ବଦଳିଲା; ଦେଖନ୍ତୁ ନୂଆ ସିଡ୍ୟୁଲ୍

UGC NET Exam 2021 Postponed; Know new schedule | ଏହା ପୂର୍ବରୁ UGC-NET 2021 ପରୀକ୍ଷା ୬ରୁ ୮ ଅକ୍ଟୋବର ଓ ୧୭ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଥିଲା । ଏଥିରେ ଏବେ ପରିବର୍ତ୍ତନ କରାଯାଇଛି ।

UGC NET Exam 2021 Postponed: UGC NET ପରୀକ୍ଷାର ତାରିଖ ବଦଳିଲା; ଦେଖନ୍ତୁ ନୂଆ ସିଡ୍ୟୁଲ୍
UGC NET ପରୀକ୍ଷାର ତାରିଖରେ ପରିବର୍ତ୍ତନ କରିଛି ।
  • News18 Odia
  • Last Updated: October 1, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: UGC NET 2021: ଜାତୀୟ ପରୀକ୍ଷା ଏଜେନ୍ସି (NTA) UGC NET ପରୀକ୍ଷାର ତାରିଖରେ ପରିବର୍ତ୍ତନ କରିଛି । ନୂଆ କାର୍ଯ୍ୟସୂଚୀ ଅନୁଯାୟୀ UGC NET ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ର ଚକ୍ର (cycle) ପାଇଁ ତାରିଖ ପରିବର୍ତ୍ତନ କରାଯାଇଛି । ପ୍ରାର୍ଥୀମାନେ UGC NETର ଅଫିସିଆଲ୍ ୱେବସାଇଟକୁ (ugcnet.nta.nic.in) ଯାଇ ନୂଆ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ ।

NTA ଦ୍ୱାରା ପ୍ରକାଶିତ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ UGC NET ୨୦୨୧ ପରୀକ୍ଷା ଏବେ ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ କରାଯିବ । NTA ଆଧିକାରିକ ଭାବେ ସୂଚନା ଦେଇଛି ଯେ ଅନ୍ୟ କେତେକ ପରୀକ୍ଷା ୬ ଓ ୭ ଅକ୍ଟୋବର ମଧ୍ୟରେ ଆୟୋଜିତ ହେବ, ଯେଉଁଥି ପାଇଁ UGC NET ଡିସେମ୍ବର ୨୦୨୦ ଓ ଜୁନ୍ ୨୦୨୧ ଚକ୍ରର ତାରିଖରେ ପରିବର୍ତ୍ତନ କରାଯାଇଛି ।

ଏହା ବି ପଢ଼ନ୍ତୁ | NEET UG 2021: ଫେଜ୍-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେଲା; ଜାଣନ୍ତୁ କିଛି ଜରୁରୀ ତଥ୍ୟ

ଏହା ପୂର୍ବରୁ UGC-NET 2021 ପରୀକ୍ଷା ୬ରୁ ୮ ଅକ୍ଟୋବର ଓ ୧୭ରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଥିଲା । ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ସବୁ ପ୍ରାର୍ଥୀଙ୍କୁ ସଦ୍ୟତମ ସୂଚନା ପାଇଁ NTAର ୱେବସାଇଟ୍‌ ​​ugcnet.nta.nic.in ଓ nta.ac.in ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢ଼ନ୍ତୁ | WhatsAppରେ ପେମେଣ୍ଟ୍ କରିବା ଆହୁରି ସହଜ ହେଲା; ଚ୍ୟାଟ୍ କମ୍ପୋଜରରେ ₹ ଚିହ୍ନ ଲାଗିଲା

UGC NET ଆଡମିଟ୍ କାର୍ଡ଼ରେ ପରୀକ୍ଷା ତାରିଖ ବ୍ୟତୀତ ପରୀକ୍ଷା କେନ୍ଦ୍ରର ଠିକଣା, ରୋଲ୍ ନମ୍ବର, ଆବେଦନ ନମ୍ବର ଓ ରିପୋର୍ଟ କରିବାର ସମୟ ରହିବ । ଆଡମିଟ୍ କାର୍ଡର ଶେଷରେ ପରୀକ୍ଷା ବିଷୟରେ ନିୟମାବଳୀ ବି ଦିଆଯାଇଥାଏ । ପ୍ରାର୍ଥୀମାନେ ଏହା ବିଷୟରେ ଜାଣିବା ଜରୁରୀ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ପରୀକ୍ଷା ଦିନ ପ୍ରାର୍ଥୀମାନଙ୍କୁ ଆଡମିଟ୍ କାର୍ଡର ଗୋଟିଏ ପ୍ରିଣ୍ଟ କପି ନିଜ ପାଖରେ ରଖିବାକୁ ପଡି଼ବ । ଏହା ସହିତ ପ୍ରାର୍ଥୀମାନେ ନିଜର ଗୋଟିଏ ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଓ ଗୋଟିଏ ବୈଧ ଫଟୋ ଆଇଡି ପ୍ରମାଣପତ୍ର ବି ନିଜ ପାଖରେ ରଖିଥିବା ଆବଶ୍ୟକ । PwD ପ୍ରାର୍ଥୀମାନଙ୍କୁ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା PwD ପ୍ରମାଣପତ୍ର ନିଜ ପାଖରେ ରଖିଥିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

UGC NETରେ ଅବଜେକ୍ଟିଭ୍‌ ଟାଇପ୍‌ ପ୍ରଶ୍ନ ଆସେ । ପ୍ରତ୍ୟେକ ବିଷୟ ପାଇଁ ଦୁଇଟି ପେପର୍‌ ଅଛି । ପେପର୍‌ ୧ରେ ୫୦ଟି MCQ ଓ ପେପର୍‌ ୨ରେ ୧୦୦ଟି MCQ ରହେ । ପରୀକ୍ଷାରେ ଲେଖିବାକୁ ଛାତ୍ରମାନଙ୍କୁ ତିନି ଘଣ୍ଟା ସମୟ ମିଳେ । ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ୨ ମାର୍କ ମିଳେ ଓ କୌଣସି ନକାରାତ୍ମକ ମାର୍କିଂ (ନେଗେଟିଭ୍‌ ମାର୍କିଂ) ନ ଥାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମା’ ମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ସଦ୍ୟତମ ନିୟମ ଅନୁଯାୟୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରାର୍ଥୀମାନେ ଅତି କମରେ ୪୦ ପ୍ରତିଶତ ମାର୍କ (ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୩୫ ପ୍ରତିଶତ) ସ୍କୋର୍‌ କରିବା ଆବଶ୍ୟକ । ଯୋଗ୍ୟ ବିବେଚିତ ହୋଇଥିବା (qualified) ପ୍ରାର୍ଥୀମାନଙ୍କ ମଧ୍ୟରୁ କେବଳ ଶ୍ରେଷ୍ଠ ୬ ପ୍ରତିଶତଙ୍କୁ (best 6 per cent) ପାସ୍ ବୋଲି ଘୋଷଣା କରାଯିବ । ଏହି ପରୀକ୍ଷା ପାସ୍‌ କରିଥିବା ପ୍ରାର୍ଥୀମାନେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ କିମ୍ବା ଜୁନିଅର୍‌ ରିସର୍ଚ୍ଚ ଫେଲୋସିପ୍ (JRF) ପଦ ପାଇଁ ଯୋଗ୍ୟ ହୁଅନ୍ତି ।
Published by: Anand S.T. Das
First published: October 1, 2021, 11:10 PM IST