ରାଜ୍ୟରେ UG ଓ PG ପରୀକ୍ଷା ଅନଲାଇନରେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ହେବ; ସେପ୍ଟେମ୍ବର ସୁଦ୍ଧା ଫଳ

କୌଣସି ପରୀକ୍ଷାର୍ଥୀଙ୍କ ଘରେ ଅନଲାଇନ୍ ସୁବିଧା ନ ଥିଲେ ସେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ରାଜ୍ୟରେ ୟୁଜି ଓ ପିଜିରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ରାଜ୍ୟରେ UG ଓ PG ପରୀକ୍ଷା ଅନଲାଇନରେ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ହେବ; ସେପ୍ଟେମ୍ବର ସୁଦ୍ଧା ଫଳ
‘‘ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି, ତେଣୁ ପରୀକ୍ଷା ଦେବାରେ ଅସୁବିଧା କେଉଁଠି?’’
  • News18 Odia
  • Last Updated: June 18, 2021, 11:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷାର୍ଥୀମାନେ ଘରେ ରହି ପରୀକ୍ଷା ଦେଇ ପାରିବେ । ଅନଲାଇନ୍‌ ମାଧ୍ୟମରେ ଏହି ପରୀକ୍ଷା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଜୁଲାଇରୁ ଅଗଷ୍ଟ ମାସ ଭିତରେ ପରୀକ୍ଷା ଶେଷ କରିବାକୁ ଯୋଜନା ହେଉଛି । ପରୀକ୍ଷା ତାରିଖ, ସମୟ ଓ ଢାଞ୍ଚା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ନିର୍ଦ୍ଧାରିତ କରିବେ ।,

କୌଣସି ପରୀକ୍ଷାର୍ଥୀଙ୍କ ଘରେ ଅନଲାଇନ୍‌ ସୁବିଧା ନ ଥିଲେ ସେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । ଏମିତି ପରୀକ୍ଷାର୍ଥୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଜ ଅସୁବିଧା ବିଷୟରେ ଜଣାଇଲେ ତାଙ୍କ ପାଇଁ ନିକଟସ୍ଥ କଲେଜରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବ । ଏହି ବ୍ୟବସ୍ଥାର ଆନୁଷ୍ଠାନିକ ଘୋଷଣା ହେବା ପରେ ଛାତ୍ରଛାତ୍ରୀଙ୍କ ଦ୍ବନ୍ଦ୍ୱ ଦୂର ହୋଇଛି । ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିଛନ୍ତି । ଚଳିତ ବର୍ଷ ୟୁଜି ଓ ପିଜିରେ ପ୍ରାୟ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଏହା ବି ପଢ଼ନ୍ତୁ | ‘ବାବା କା ଢାବା’ର ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ଯୁକ୍ତ୩ ଷଷ୍ଠ ଓ ପିଜି ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ସବୁ କୂଳପତିଙ୍କୁ ନେଇ ଶୁକ୍ରବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁ କୁଳପତି ଅନଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଇବା ପାଇଁ ମତ ରଖିଥିଲେ । ଏହା ପରେ ଜୁଲାଇରୁ ଅଗଷ୍ଟ ମାସ ଭିତରେ ସବୁ କଲେଜ୍‌ ଓ ୟୁନିଭରସିଟି ପରୀକ୍ଷା କରାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

କୄଷି ମନ୍ତ୍ରୀ ଅରୁଣ କୁମାର ସାହୁ


‘‘ପିଲାମାନଙ୍କ ସ୍ୱାସ୍ଥ୍ୟ ଓ କରିଅର୍‌ ଉଭୟକୁ ଗୁରୁତ୍ୱ ଦିଆଯାଇଛି । ଅନଲାଇନ ମାଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କରିବା ନେଇ ମତ ପ୍ରକାଶ ପାଇବା ପରେ ବିଭାଗ ଏହି ନିଷ୍ପତ୍ତି ନେଇଛି । ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ । ଅସୁବିଧା ହେଲେ ପାଖ କଲେଜରେ ବ୍ୟବସ୍ଥା ହେବ,’’ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ

ହେଲେ କେଉଁ ଆଧାରରେ ପରୀକ୍ଷା ହେବ, କେମିତି ପ୍ରଶ୍ନ ପତ୍ର ଆସିବ, କେମିତି ଓ କେତେ ସମୟ ଭିତରେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଦେବାକୁ ହେବ ଆଦି ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳିନି । କେବଳ ଅବଜେକ୍ଟିଭ ପ୍ରଶ୍ନ ରହିବ ନା ସବଜେକ୍ଟିଭ ପ୍ରଶ୍ନ ବି ରହିବ ସେ ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ନେବ । ଏହା ଉପରେ ଆଲୋଚନା କରାଯାଉଛି ବୋଲି କୁଳପତିମାନେ କହିଛନ୍ତି । ଯେହେତୁ ଅନଲାଇନ୍‌ ପାଠପଢା ସମ୍ଭବ ହେଉଛି, ପରୀକ୍ଷା ବି ହୋଇପାରିବ ବୋଲି କହି ଅନଲାଇନ୍‌ ପରୀକ୍ଷାର ଢାଞ୍ଚା ଶୀଘ୍ର ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

‘‘ପିଲାମାନେ ଅନଲାଇନରେ ପାଠ ପଢୁଛନ୍ତି, ତେଣୁ ପରୀକ୍ଷା ଦେବାରେ ଅସୁବିଧା କେଉଁଠି? କେମିତି ପରୀକ୍ଷା ହେବ ତାହା ଆମେ ବୁଝିବୁ । କେବଳ ଯେଉଁମାନଙ୍କର ଲାପଟପ୍‌, ପର୍ସନାଲ୍‌ କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନ୍‌ ବା ଇଣ୍ଟରନେଟ୍‌ ବ୍ୟବସ୍ଥା ନାହିଁ ସେମାନେ ପାଖ ଡିଗ୍ରୀ କଲେଜରେ କେମିତି ପରୀକ୍ଷା ଦେବେ ସେସାନଙ୍କ ପାଇଁ ଅଲଗା ଆୟୋଜନ ହେବ । ପରୀକ୍ଷାର ସ୍ୱରୂପ ବିଷୟରେ ଆଲୋଚନା କରାଯିବା ପରେ ସ୍ପଷ୍ଟ କରାଯିବ,’’ କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।



ରମାଦେବୀ ବିଶ୍ବବିଦ୍ୟାଳୟର ପିଜି ଶେଷ ବର୍ଷର ଛାତ୍ରୀ ସ୍ୱୀକୃତି ମିଶ୍ର କହିଛନ୍ତି, ‘‘ବର୍ତ୍ତମାନର ପରିସ୍ଥିତି ଓ ପିଲାଙ୍କ କରିଅରକୁ ଦୃଷ୍ଟିରେ ରଖି ଏକ ବହୁତ ଭଲ ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ । ପରୀକ୍ଷା ହେବା ନିହାତି ଆବଶ୍ୟକ ଥିଲା । ଅନଲାଇନ୍‌ ପରୀକ୍ଷା କରିଥିବାରୁ ଅନେକ ଧନ୍ୟବାଦ ।’’
Published by: Anand ST Das
First published: June 18, 2021, 11:22 PM IST