ବର୍ଷ ସରିବାକୁ ବସିଲାଣି ହେଲେ ଆରମ୍ଭ ହୋଇ ପାରୁନି ମେଡିକାଲ ନାମଲେଖା ପ୍ରକ୍ରିୟା

ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଥିଲା। ପରବର୍ତୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ।

ବର୍ଷ ସରିବାକୁ ବସିଲାଣି ହେଲେ ଆରମ୍ଭ ହୋଇ ପାରୁନି ମେଡିକାଲ ନାମଲେଖା ପ୍ରକ୍ରିୟା

ବର୍ଷ ସରିବାକୁ ବସିଲାଣି ହେଲେ ଆରମ୍ଭ ହୋଇ ପାରୁନି ମେଡିକାଲ ନାମଲେଖା ପ୍ରକ୍ରିୟା

  • Share this:
News18 Odia Digital

ଭୁବନେଶ୍ବର: ନଭେମ୍ବର ୧ରୁ ପ୍ରକାଶ ପାଇଲାଣି ନିଟ୍‌ ୟୁଜି ପରୀକ୍ଷା ଫଳ। ଫଳ ପ୍ରକାଶ ପାଇବାକୁ ଇତିମଧ୍ୟରେ ୧ ମାସ ବିତିଗଲାଣି। ମାତ୍ର ଏଯାଏଁ ଆରମ୍ଭ ହୋଇନି କାଉନ୍ସେଲିଂ ପ୍ରକ୍ରିୟା। ବର୍ଷ ସରିବାକୁ ଥିବାବେଳେ କାଉନସେଲିଂ କେବେ ହେବ ସେ ନେଇ ଉଠିଛି ପ୍ରଶ୍ନ? ପିଲାମାନେ କେବେ ନାମ ଲେଖାଇବେ? ପିଲାଙ୍କର ପାଠପଢ଼ା କେବେ ଆରମ୍ଭ ହେବ? ଏନେଇ ଚିନ୍ତାରେ ଛାତ୍ରଛାତ୍ରି ଓ ଅଭିଭାବକ।

ଯଦିଓ ଗତ ନଭେମ୍ବର ୨୯ରେ ଓଜେଇଇ ରାଜ୍ୟର ପିଲାଙ୍କ କାଉନ୍ସେଲିଂ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜାରି କରି ଏହାକୁ ସ୍ଥଗିତ ରଖିଥିଲା। ପରବର୍ତୀ ବିଜ୍ଞପ୍ତି କେବେ ପ୍ରକାଶ ପାଇବ ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ। ତେବେ କେନ୍ଦ୍ର ତଥା ମେଡିକାଲ କାସିଲିଂ କମିଟି ଏମ.ସି.ସି. ପକ୍ଷରୁ ଏବେ ସୁଦ୍ଧା କୌଣସି ଗାଇଡ଼ଲାଇନ ନାମଲେଖା ପ୍ରକ୍ରିୟା ପାଇଁ ପ୍ରକାଶ ପାଇନାହିଁ। ନିଟ୍ ପରୀକ୍ଷାକୁ ନେଇ ଅଦାଲତରେ ଦୁଇଟି ମାମଲାର ଶୁଣାଣି ବାକି ଥିବାରୁ କାଉନ୍ସିଲ ପ୍ରକ୍ରିୟା ବା ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇପାରୁନାହିଁ ବୋଲି ଓଜେଇଇ ଅଧ୍ୟକ୍ଷ କହିଛନ୍ତି।

ମେଡିକାଲ ଆଡ଼ମିଶନ ପାଇଁ ଆମକୁ ମେଡିକାଲ କାଉନ୍ସିଲ କମିଟି କୌଣସି ଗାଇଡ଼ଲାଇନ ଦେଇନାହିଁ। ନା ସିଟ୍ ମାଟ୍ରିକସ ଆସିଛି ନା ଅନ୍ୟ ତାଲିକା। ଯେ ପର୍ଯ୍ୟନ୍ତ ଆଦେଶ ନ ଆସିଛି ସେ ପର୍ଯ୍ୟନ୍ତ କୌଣସି ପ୍ରକାର ରେଜିଷ୍ଟ୍ରେସନ ଆରମ୍ଭ କରି ହେବନାହିଁ ବୋଲ କହିଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

ଗତ ବର୍ଷ ଅଗଷ୍ଟ ମାସରେ ନିଟ ପରୀକ୍ଷା ଶେଷ ହୋଇ ଅକ୍ଟୋବର ସୁଦ୍ଧା କାଉନ୍ସିଲ ଓ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ଏଥର ଡିସେମ୍ବର ମାସ ଅଧା ହେଲା ପଛେ ଆରମ୍ଭ ହୋଇ ପାରୁନି କାଉନ୍ସଲିଂ ପ୍ରକ୍ରିୟା। ନାମଲେଖା ପାଇଁ ଅନ୍ୟୁନ ଦୁଇ ମାସ ଦରକାର। ଏଣୁ ପିଲାଙ୍କର ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି ପଛେ ଏଥି ପ୍ରତି କାହାରି ନଜର ନାହିଁ ବୋଲି ଶିକ୍ଷାବିତ କହିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏଥି ପ୍ରତି ଧ୍ୟାନ ନ ଦେଲେ ଡାକ୍ତରୀ ପିଲାମାନର ଅନ୍ୟ ପିଲାଙ୍କ ତୁଳନାରେ ପଛୁଆ ରହିଯିବେ।

ଶିକ୍ଷାବିତ ବସନ୍ତ କୁମାର ସାହୁ କହିଛନ୍ତି, "ପିଲାଙ୍କ ପରୀକ୍ଷା ଶେଷ ହୋଇ ରେଜଲ୍ଟ ବାହାରିବାକୁ ମାସେ ଦଶ ଦିନ ହେଲାଣି। ରେଜଲ୍ଟ ବାହାରିବାର ସପ୍ତାହେ ଦଶ ଦିନ ଭିତରେ କେନ୍ଦ୍ର ବା ଏମ.ସି.ସି. ଗାଇଡ଼ଲାଇନ ଦେବା କଥା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତୁରନ୍ତ ଧ୍ୟାନ ଦେଉ ନଚେତ ମେଡିକାଲ ପିଲା ପଛେଇ ଯିବେ।

ଗତ ବର୍ଷ ରାଜ୍ୟର ୭ଟି ସରକାରୀ ଓ ୨ଟି ଘରୋଇ ମେଡିକାଲ କଲେଜର ୧,୩୫୦ ମେଡିକାଲ ସିଟରେ ନାମଲେଖା ହୋଇଥିଲା। ଚଳିତ ବର୍ଷ ଆଉ ଏକ ନୂଆ ମେଡିକାଲ କଲେଜର ୧୦୦ଟି ସିଟ ପାଇଁ ଅର୍ଥାତ ମୋଟ ୧,୪୫୦ ସିଟ ପାଇଁ ନାମ ଲେଖା ହେବ ବୋଲି ଜଣାଯାଇଛି। ମେଡିକାଲ ନାମଲେଖା ପାଇଁ ଚଳିତ ବର୍ଷ ୧୭,୦୦୦ ଛାତ୍ରଛାତ୍ରୀ ନିଟ କ୍ବାଲିଫାଏ କରିଛନ୍ତି।
Published by:Lipina Das
First published: