ମେଡ଼ିକାଲ ସିଟ ଦେବା ନାଁରେ ଠକିଥିଲେ ୩୨ଲକ୍ଷ ଟଙ୍କା; ଦୁଇ ଠକ ଗିରଫ

ଏକ ଘରୋଇ ମେଡ଼ିକାଲ କଲେଜରେ ସିଟ ଦେବାକୁ କହି ଜଣେ ଛାତ୍ରୀଙ୍କୁ ୩୨ଲକ୍ଷ ଟଙ୍କା ଠକଥିଲେ ଦୁଇ ଅଭିଯୁକ୍ତ । ଉଭୟଙ୍କୁ ଗିରଫ ପରେ ସେମାନଙ୍କ ପାଖରୁ ୧୧ଲକ୍ଷ ଟଙ୍କା , ଲାପଟପ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ ।

ମେଡ଼ିକାଲ ସିଟ ଦେବା ଠକିଥିଲେ ୩୨ଲକ୍ଷ ଟଙ୍କା (ପ୍ରତୀକାତ୍ମକ ଛବି)

ମେଡ଼ିକାଲ ସିଟ ଦେବା ଠକିଥିଲେ ୩୨ଲକ୍ଷ ଟଙ୍କା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମେଡ଼ିକାଲ କଲେଜରେ ପିଜି ସିଟ ଦେବାକୁ କହି ଠକେଇ। ଦୁଇଜଣ ଆନ୍ତଃରାଜ୍ୟ ଠକକୁ ଗିରଫ କଲା ଇନଫୋସିଟି ଥାନା ପୋଲିସ। ଏକ ଘରୋଇ ମେଡ଼ିକାଲ କଲେଜରେ ସିଟ ଦେବାକୁ କହି ଜଣେ ଛାତ୍ରୀଙ୍କୁ ୩୨ଲକ୍ଷ ଟଙ୍କା ଠକଥିଲେ ଦୁଇ ଅଭିଯୁକ୍ତ । ଉଭୟଙ୍କୁ ଗିରଫ ପରେ ସେମାନଙ୍କ ପାଖରୁ ୧୧ଲକ୍ଷ ଟଙ୍କା , ଲାପଟପ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ।

ଇନ୍ଫୋସିଟି ଥାନା ପୋଲିସ ସୂଚନା ଅନୁସାରେ, ଗିରଫ ହୋଇଥିବା ଦୁଇ ଠକ ହେଲେ କଲିକତାର ସୁଗତ ଚୌଧୁରୀ ଓ ବିହାରର ଅଭିମନ୍ୟୁ ସିଂ । ଅଭିଯୁକ୍ତ ସୁଗତ ଚୌଧୁରୀ ନିଜକୁ ଅମିତ ବାନାର୍ଜି କହି ଏକ ପ୍ରତିଷ୍ଠିତ କଲେଜର ଡିନର ପରିଚୟ ଦେଇ ଡାକ୍ତରୀ ନାମ ଲେଖାଇବାକୁ ଥିବା ଛାତ୍ର ଓ ଛାତ୍ରୀଙ୍କ ସହ‌ ଯୋଗାଯୋଗ କରୁଥିଲେ । ଆଉ ଅଭିମନ୍ୟୁ କୁମାର ସିଂ ନିଜକୁ ଡକ୍ଟର ବିକାଶ ପରିଚୟ ଦେଇ ଆଡ଼ମିଶନ ପାଇ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶୃତି ଦେଉଥିଲେ । ପ୍ରକୃତ କଥା ହେଲା ଉଭୟ ବି-ଟେକ୍ ଇଞ୍ଜିନୟର ହୋଇ କିଭଳି   ବିକୁଥିଲା ମେଡିକାଲ ସିଟ୍ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

"ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ଡାକ୍ତରୀ ପାଠ ପଢ଼ିବା ନେଇ ଇଛୁକ ଥିବା ଛାତ୍ରଛାତ୍ରୀଙ୍କୁ ନେଟରୁ ଡିଟେଲ୍ସ କଲେକ୍ଟ କରୁଥିଲେ ଦୁଇ ଠକ । ଅନଲାଇନରେ କଣ୍ଟାକ୍ଟ କରିବା ପରେ ଅଫଲାଇନରେ ମୂଲଚାଲ କରୁଥିଲେ ।   ଆଡିମିନସନ ନେଇ ବ୍ଲକ୍ ମ୍ୟାସେଜ କରୁଥିଲେ । ଯିଏ ଫାଶରେ ପଡୁଥିଲେ କରୁଥିଲେ ଅପରେସନ । ଠକମାନେ କଲ କଲେ ଧରା ପଡ଼ିବା ଭୟରେ ପ୍ରାଙ୍କ୍ କଲ ଆପ ଜରିଆରେ ଫୋନ କରୁଥିଲେ। ପ୍ରାଙ୍କ କଲ ଆପ ରେ କଲ କଲେ ଟ୍ରୁ କଲରେ କୌଣସି ନାଁ ଆସୁ ନଥିଲା। ଯାହା ଫଳରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନାଁରେ କଥା ହେଉଥିଲେ । ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ମେଡ଼ିକାଲ କଲେଜରେ ପିଜି ସିଟ ଦେବାକୁ କହି କଲିକତାର ପଲବୀ ସାହା ନାମକ ଜଣେ ଛାତ୍ରୀଙ୍କ ଠାରୁ ୩୨ଲକ୍ଷ ଟଙ୍କା ନେଇଥିଲେ ଦୁଇ ଠକ।  ଟଙ୍କା ନେବାପରେ ଆଉ ଧରା ଛୁଆଁ ନଦେବାରୁ ଗତ ମେ ୫ ତାରିଖରେ ପଲବୀ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ," କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।

ତଦନ୍ତ ବେଳେ ଜଣା ପଡ଼ିଛି, ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ହୋଟେଲ ରହୁଥିବା ବେଳେ  ଓ ଫ୍ଲାଇଟରେ ଯାତାୟତ ଆସୁଥିଲେ । ଗତ ୧୦ ବର୍ଷ ଧରି କର୍ଣ୍ଣାଟକ, ବିହାର, ଛତିଶଗଡ଼ ଓ କଲିକତା ଭଳି ବିଭିନ୍ନ ରାଜ୍ୟରେ ଏଭଳି ଠକେଇ କରୁଥିବା ଜଣା ପଡ଼ିଛି । ପ୍ରଶ୍ନ ଉଠୁଛି, କେବଳ ଜଣେ ଛାତ୍ରୀ ନା ପୂର୍ବରୁ ଆଉ ମଧ୍ୟ କାହାକୁ ଠକିଛନ୍ତି ଦୁଇ ଠକ ? ରାଜଧାନୀର କେଉଁ କେଉଁ ମେଡ଼ିକାଲ କଲେଜ ସହ ଏମାନଙ୍କ ଲିଙ୍କ ରହିଛି ? ଅଭିଯୁକ୍ତ ଙ୍କ ସହ ସମ୍ପୃକ୍ତ ମେଡ଼ିକାଲ କଲେଜର କର୍ମଚାରୀଙ୍କ ଭୂମିକା ନାହିଁ ତ ? ଅଧିକ ତଦନ୍ତ ପାଇଁ ରିମାଣ୍ଡ ରେ ଆଣି ଜେରା କରିବାଜୁ ଯୋଜନା କରିଛି କମିଶନରେଟ ପୋଲିସ ।
Published by:Soumya Das
First published: