କୋରାପୁଟ: ରାତିରେ ଦୁର୍ଘଟଣାରେ ୨ ଯୁବକ ମୃତ; ଆଜି ମଧ୍ୟାନ୍ନ ପର୍ଯ୍ୟନ୍ତ ଶବ ପଡ଼ି ରହିଛି ରାସ୍ତାରେ

ମଧ୍ୟାନ୍ନ ପର୍ଯ୍ୟନ୍ତ ଦୁଇଟି ଶବ ରକ୍ତାକ୍ତ ଅବସ୍ଥାରେ ରାସ୍ତା ମଝିରେ ପଡ଼ି ରହିଥିବାରୁ ବିଭିନ୍ନ ଗାଡ଼ିରେ ସେ ରାସ୍ତାରେ ଯାଉଥିବା ଲୋକେ ତାହା ଦେଖି ବ୍ୟଥିତ ହେଉଥିଲେ । ଏକ ମାରୁତି ସ୍ୱିଫ୍ଟ୍ ଡିଜାୟର୍ କାର୍ ସହିତ ଦୁଇ ଯୁବକଙ୍କ ମୋଟର୍ ସାଇକେଲ୍‌ର ମୁହାଁମୁହିଁ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ଯୁବକ ଦୁଇ ଜଣ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣା ପଡ଼ିଛି ।

କୋରାପୁଟ: ରାତିରେ ଦୁର୍ଘଟଣାରେ ୨ ଯୁବକ ମୃତ; ଆଜି ମଧ୍ୟାନ୍ନ ପର୍ଯ୍ୟନ୍ତ ଶବ ପଡ଼ି ରହିଛି ରାସ୍ତାରେ
ରାସ୍ତାରେ ପଡ଼ି ରହିଥିବା ଦୁଇଟି ଶବ
  • News18 Odia
  • Last Updated: January 11, 2020, 1:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋରାପୁଟ: ସଡ଼କ ଦୁର୍ଘଟଣା ହେବାର ୧୪ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଉପରେ ଦୁଇ ଜଣ ଯୁବକଙ୍କ ମୃତ ଦେହ ପଡ଼ି ରହିଥିଲେ ବି କେହି ତାହା ଉଠେଇ ବ୍ୟବଚ୍ଛେଦ କରିବା ପାଇଁ ଆଗ୍ରହ ଦେଖେଇ ନାହାନ୍ତି । ଏ ଦୁର୍ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ବାଲିପୂଜାରୀପୁଟ ଛକରେ ଗତକାଲି ରାତିରେ ଘଟିଥିଲା ।

ପାଖାପାଖି ରାତି ଦଶଟା ସମୟରେ ଏକ ବାଇକ ସହ ଏକ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ଜଣା ପଡ଼ିଛି । ଘଟଣା ସ୍ଥଳରେ ବାଇକରେ ଆସୁଥିବା ଦୁଇ ଜଣ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଯୁବକ ଦୁଇ ଜଣ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣା ପଡ଼ିଛି ।

ଦୁର୍ଘଟଣାଗ୍ରସ୍ତ ମୋଟର୍‌ ସାଇକେଲ


ଦୁଇ ମୃତ ଯୁବକ ଗୌର ନାୟକ (୨୫ ବର୍ଷ) ଓ ସାଧିନ ମାଚୁ (୧୬ ବର୍ଷ) ବୋଲି ଜଣା ପଡ଼ିଛି । ସେମାନେ ରାଣୀଗଡ଼ରୁ ନିଜ ଘର ମରଦାମାଲ ଗ୍ରାମକୁ ଆସୁଥିଲେ ।

ମଧ୍ୟାନ୍ନ ପର୍ଯ୍ୟନ୍ତ ଦୁଇଟି ଶବ ରକ୍ତାକ୍ତ ଅବସ୍ଥାରେ ରାସ୍ତା ମଝିରେ ପଡ଼ି ରହିଥିବାରୁ ବିଭିନ୍ନ ଗାଡ଼ିରେ ସେ ରାସ୍ତାରେ ଯାଉଥିବା ଲୋକେ ତାହା ଦେଖି ବ୍ୟଥିତ ହେଉଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଜଣେଇବା ପରେ ଘଟଣା ସ୍ଥଳରେ ବିସିଂପୁର ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି ।

ଦୁର୍ଘଟଣାଗ୍ରସ୍ତ ମାରୁତି ସ୍ୱିଫ୍ଟ୍ ଡିଜାୟର୍ କାର୍


ହେଲେ ଏ ପର୍ଯ୍ୟନ୍ତ ଦୁଇ ଯୁବକଙ୍କ ଶବ ରାସ୍ତା ଉପରେ ପଡ଼ି ରହିଛି । କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକେ ବୋରିଗୁମା-କୋରପୁଟ ରାସ୍ତାକୁ ଅବରୋଧ କରି ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

ଦୁର୍ଘଟଣା ସ୍ଥଳର ଦୃଶ୍ୟ


ରାସ୍ତା କଡ଼ରେ କ୍ଷତିଗ୍ରସ୍ତ ହୋଇ ଠିଆ ହୋଇଥିବା ଏକ ମାରୁତି ସ୍ୱିଫ୍ଟ୍‌ ଡିଜାୟର୍‌ କାର୍‌ ସହିତ ଦୁଇ ଯୁବକଙ୍କ ମୋଟର୍‌ ସାଇକେଲ୍‌ର ମୁହାଁମୁହିଁ ଧକ୍କା ହୋଇଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତରୁ ସବିଶେଷ ତଥ୍ୟ ସାମନାକୁ ଆସିବ ।
Published by: Anand Shankar Thankur Das
First published: January 11, 2020, 1:15 PM IST
corona virus btn
corona virus btn
Loading