ବୟସ ୨ ବର୍ଷ ୫ ମାସ, ହେଲେ ସ୍ମରଣ ଶକ୍ତି ପାଇଁ ରେକର୍ଡ଼ ବହିରେ ସ୍ଥାନ ପାଇଲା କଟକର କୁନି ଝିଅ

ଇଣ୍ଡିଆ ବୁକ୍‌ ଅଫ ରେକର୍ଡ଼ର ଅଧିକାରୀ ହେବା ପରେ ଜାହ୍ନବୀ ଏବେ ଏସିଆ ବୁକ ଅଫ ରେକର୍ଡ଼ ପାଇଁ ମେନାନିତ ହୋଇଛି । ସେଠାରେ ସଫଳତା ପାଇବା ପରେ ସେ ଗିନିଜ୍ ୱର୍ଲ୍ଡ ରେକର୍ଡ଼ ପାଇଁ ମନୋନୀତ ହୋଇପାରେ ।

ବୟସ ୨ ବର୍ଷ ୫ ମାସ, ହେଲେ ସ୍ମରଣ ଶକ୍ତି ପାଇଁ ରେକର୍ଡ଼ ବହିରେ ସ୍ଥାନ ପାଇଲା କଟକର କୁନି ଝିଅ
ନିଜ ବାପା ଓ ମା’ଙ୍କ ସହ ଜାହ୍ନବୀ
  • News18 Odia
  • Last Updated: September 13, 2020, 11:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବୟସ ମାତ୍ର ଦୁଇ ବର୍ଷ ପାଞ୍ଚ ମାସ । ଯେଉଁ ବୟସରେ ପିଲା ଅକ୍ଷର ଚିହ୍ନିବା ଆରମ୍ଭ କରି ନ ଥାନ୍ତି, ସେହି ବୟସରେ ସେ ଦଶରୁ ଅଧିକ ଇଂରାଜି ରାଇମ୍ସ କଣ୍ଠସ୍ତ କରିସାରିଛି । କେବଳ ସେଥିକି ନୁହେଁ ମାତୃଭାଷା ଓଡ଼ିଆ ସହିତ ହିନ୍ଦି ଇଂରାଜୀରେ ଅନେକ ଗୀତ ମଧ୍ୟ ଗାଇ ପାରୁଛି । ସ୍ମରଣ ଶକ୍ତି ଏତେ ପ୍ରଖର ଯେ କୌଣସି ଜିନିଷକୁ ଥରେ ଚିହ୍ନିଗଲେ ତାକୁ ଆଉ କେବେ ଭୁଲେ ନାହିଁ ।

ଏମିତି ଏକ ଅନନ୍ୟ ପ୍ରତିଭାର ଅଧିକାରୀ କଟକ ଖାନ୍‌ ନଗରର କୁନି ଝିଅ ଜାହ୍ନବୀ ମହାନ୍ତିକୁ ମଳିଛି ସର୍ବଭାରତୀୟ ସ୍ବୀକୃତି । ତା’ର ଏହି ବିରଳ ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଗତ ମାସରେ ଜାହ୍ମବୀର ପରିବାର ପକ୍ଷରୁ ପଠାଯାଇଥିବା ତା’ ପ୍ରତିଭା ସମ୍ପର୍କିତ ଏକ ଭିଡିଓ ପାଇବା ପରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ସତ୍ୟାସତ୍ୟ ଜାଣିବା ପାଇଁ ନିଜେ କଟକ ଆସି ଜାହ୍ନବୀର ପ୍ରତିଭାକୁ ନିରୀକ୍ଷଣ କରି ଫେରି ଯାଇଥିଲେ ।

ଗତ କିଛି ଦିନ ତଳେ ସେମାନେ ଜାହ୍ନବୀର ପ୍ରତିଭାକୁ ସମ୍ମାନିତ କରିଛନ୍ତି । କୋରିୟର ଯୋଗେ ଜାହ୍ମବୀ ପାଖକୁ ଗୋଟିଏ ପ୍ରମାଣ ପତ୍ର ସହିତ ଏକ ମେଡାଲ ପଠାଇଛନ୍ତି । ଏହା ସହିତ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଅଧିକାରୀ ହେବା ପରେ ସେ ଏବେ ଏସିଆ ବୁକ ଅଫ ରେକର୍ଡ଼ ପାଇଁ ମେନାନିତ ହୋଇଛି ବୋଲି ଜଣାଇଛନ୍ତି ସେମାନେ । ସେଠାରେ ସଫଳତା ପାଇବା ପରେ ସେ ଗିନିଜ୍ ୱର୍ଲ୍ଡ ରେକର୍ଡ଼ ପାଇଁ ମନୋନୀତ ହେବ ।

ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ମିଳିଥିବା ପ୍ରମାଣ ପତ୍ର ଓ ମେଡାଲ


‘‘ଝିଅର ଏହି ମାନ୍ୟତାକୁ ନେଇ ନିହାତି ଭାବେ ମୁଁ ବହୁତ ଖୁସି । ଦୁଇ ବର୍ଷ ପାଞ୍ଚ ମାସ ବୟସରେ ମୋ’ ଝିଅକୁ ଏଭଳି ଏକ ମାନ୍ୟତା ମିଳିଛି । ଆମେ ତାକୁ କେବେ ବି କୌଣସି କାମ ପାଇଁ ବାଧ୍ୟ କରି ନାହୁଁ । ସେ ନିଜେ ନିଜେ ହିଁ ସବୁ ଶିଖିଛି । ଆଗକୁ ବି ତା’ ଉପରେ କୌଣସି ଚାପ ଆମେ ପକାଇବୁ ନାହିଁ । କେବଳ ଭୁଲ କେଉଁଟା ଠିକ କେଉଁଟା ଆଉ ଭଲ ମନ୍ଦ ବିଷୟରେ ତାକୁ ଜଣାଇବୁ । ସେ ଆଧ୍ୟାତ୍ମିକ ଦିଗ ପ୍ରତି ବେଶୀ ଆଗ୍ରହୀ । ଇଶ୍ବର ତା’ ଭାଗ୍ୟ ନିର୍ଦ୍ଦାରଣ କରିବେ,’’ କହିଛନ୍ତି ଜାହ୍ମବୀର ବାପା ପ୍ରସନ୍ନଜିତ ମହାନ୍ତି ।

କୁନି ଝିଅ ଜାହ୍ନବୀ ମହାନ୍ତି


କଟକ ଖାନ୍‌ ନଗରରେ ରହୁଛନ୍ତି ଜାହ୍ମୀବୀର ପରିବାର । ମା’ ଏକ କମ୍ପାନୀରେ ଏଚ.ଆର. ଏଗ୍ଜେକ୍ୟୁଟିଭ୍‌ ଭାବେ କାମ କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ । ଜନ୍ମ ହେବାର କିଛି ମାସ ପରେ ଜାହ୍ମବୀ ଠାରେ କିଛି ଗୋଟିଏ ସ୍ବତନ୍ତ୍ରତା ରହିଛି ବୋଲି ଜାଣି ପାରିଥିଲେ ପରିବାର ଲୋକେ । ମାତ୍ର ୭ ମାସ ବୟସରୁ ସେ କଥା କହିବା ଆରମ୍ଭ କରିଥିଲେ । ଦେଢ଼ ବର୍ଷ ହେଉ ହେଉ ପ୍ଲେ ସ୍କୁଲରେ ଦିଆଯାଉଥିବା ସମସ୍ତ ଶିକ୍ଷା ସେ ଶେଷ କରି ସାରିଥିଲେ । ଜାହ୍ମବୀର ପରିବାର ଲୋକେ କୁହନ୍ତି ଯେ ତାକୁ ଯାହା କହିବେ ଥରେ.. ବୁଝି ନ ପାରିଲେ ସେ ଆପଣଙ୍କୁ ପଚାରିବ... ଆଉ ଥରେ ବୁଝି ଗଲେ ଆଉ ଭୁଲିବ ନାହିଁ ।

ଏହା ବି ପଢ଼ନ୍ତୁ କି ସାହସରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲାଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

‘‘ପାଖାପାଖି ୪ ମାସ ବୟସରୁ ତା’ ଭିତରେ କିଛି ଗୋଟେ ସ୍ବତନ୍ତ୍ର ଗୁଣ ରହିଛି ବୋଲି ଆମେ ଜାଣି ପାରିଲୁ । ତାକୁ ଯେତେବେଳେ ୯ ମାସ ବୟସ ହୋଇଥିଲା ସେତେବେଳେ ଆମେ ମହିଶୁର ବୁଲିବାକୁ ଯାଇଥିଲୁ । ଫେରିବା ବେଳକୁ ଏୟାର ପୋର୍ଟରେ ଜଣେ ଅଚିହ୍ନା ବ୍ୟକ୍ତି କୌତୁହଳ ବସତଃ ଝିଅକୁ ଇଂରାଜୀରେ ତା’ ନାଁ ପଚାରି ଦେଇଥିଲେ । ଆଉ ଝିଅ ବି ତାଙ୍କୁ ନିର୍ଭୁଲ ଇଂରାଜୀ ବାକ୍ୟରେ ନିଜ ନାଁ କହିଥିଲା । ସେତେବେଳେ ଆମେ ସମସ୍ତେ ତାଜୁବ ହୋଇଯାଇଥିଲୁ । ତା’ ପରେ ଧୀରେ ଧୀରେ କରି ସେ ଇଂରାଜୀ ଓ ହିନ୍ଦି ରାଇମ୍ସ ସହିତ ଓଡ଼ିଆ ଗୀତ ମଧ୍ୟ ଶିଖି ଚାଲିଲା,’’ କହିଛନ୍ତି ଜାହ୍ନବୀର ମା’ ଶୁଭଶ୍ରୀ ବିଶ୍ବାଳ ।



ପ୍ରତିଭା ଅନ୍ବେଷଣ କରିବା ପାଇଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ଼ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ବିଭିନ୍ନ ବର୍ଗର ଅନେକ ବ୍ୟକ୍ତି କୃତିତ୍ବ ଲାଭ କରିଛନ୍ତି । ସେପ୍ଟେମ୍ବର ୧୩ ଜାହ୍ମବୀର ଜନ୍ମ ଦିନ ହୋଇଥିବାରୁ ପୂରା ପରିବାର ଏକାଠି ହୋଇ ତା’ ଜନ୍ମଦିନ ପାଳନ କରିବା ସହ ତାକୁ ମିଳିଥିବା ସ୍ବୀକୃତି ପାଇଁ ଉତ୍ସବ ବି ପାଳନ କରିଛନ୍ତି ।
Published by: Anand Shankar Thankur Das
First published: September 13, 2020, 11:19 PM IST
corona virus btn
corona virus btn
Loading