News18 Odia Digital
ଭୁବନେଶ୍ୱର: ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ପାଦ ଖସି ଟ୍ରେନ ତଳକୁ ଚାଲିଯାଇଥାନ୍ତେ। ସେଠାରେ ଉପସ୍ଥିତ ଥିବା କନେଷ୍ଟବଳ ଜଣଙ୍କ ଦେବଦୂତ ସାଜି ବଞ୍ଚାଇଥିଲେ ମହିଳାଙ୍କୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ରେଳ ଷ୍ଟେସନରେ। ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହେବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି ଆନ୍ଧ୍ରପ୍ରଦେଶର ଦୁଇ ମହିଳା । ଦେବଦୂତ ସାଜି ଆରପିଏଫର ସିନିଅର କନଷ୍ଟେବଳ ସୁନାରାମ ମୁଣ୍ଡା ଦୁଇ ମହିଳାଙ୍କୁ ମରଣ ମୁହଁରୁ ରକ୍ଷା କରିଛନ୍ତି। ତେବେ ୨ ମହିଳା ଜୀବନ ବଞ୍ଚାଇ ହିରୋ ହୋଇଥିବା ସୁନରାମଙ୍କୁ ଚାରିଆଡୁ ସାବାସି ଓ ପ୍ରଶଂସା ମିଳିଛି ।
ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପଲାସ-କଟକ ମେମୁ ପାସେଞ୍ଜର ଟ୍ରେନ୍ ଭୁବନେଶ୍ବର ରେଲଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ରହିବାର ଥିଲା। ଏଥିରେ ଥିବା ଆନ୍ଧ୍ରପ୍ରଦେଶ ଶିଳାକୁଲମ ଇତାପୁର ଜିଲ୍ଲାର କେ, ସରସ୍ୱତୀ(୫୮) ଓ ବି.ଚନ୍ଦ୍ରମା ସେଇ ପାର୍ଶ୍ଵରେ ଟ୍ରେନରେ ଯାତ୍ରା କରୁଥିଲେ । ଭୁବନେଶ୍ବରର ୩ ନମ୍ବର ପ୍ଲାଟଫର୍ମରେ ରହିବା ପୂର୍ବରୁ କେ, ସରସ୍ଵତୀ ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ଗୋଡ଼ ଖସିଯାଇଥିଲେ। ସେ ଟ୍ରେନରୁ ଖସିପଡ଼ି ଟ୍ରେମ ଓ ପ୍ଲାଟଫର୍ମ ମଝିରେ ପଡ଼ି ଟ୍ରେନ ଲାଇନକୁ ଖସିପଡ଼ିବା ପୂର୍ବରୁ ସେଠାରେ ଥିବା ହୋଇଥିବା ଆରପିଏଫର ଜନଷ୍ଟେବଳ ସୁନାରାମ ଭିଡ଼ି ନେଇଥିଲେ । ତାଙ୍କ ପଛରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବି.ଚନ୍ଦ୍ରମା ଟାଣି ଆଣି ଜୀବନ ବଞ୍ଚାଇ ଦେଇଥିଲେ ପୂଜାରାମ ।
ସିସିଟିଭିରେ କଏଦ ଏହି ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଭାଇରାଲ ହେବା ପରେ କନଷ୍ଟେବଲ ଏମ. ମୁଣ୍ଡାଙ୍କୁ ପ୍ରସଂଶାର ସୁଅ ଛୁଟିବାରେ ଲାଗିଛି । କେହି କେହି ତାଙ୍କୁ ଦେବଦୂତ ବୋଲି କହୁଥିବା ବେଳେ ଆଉ କେହି ମହିଳାଙ୍କୁ ପୁନଃଜନ୍ମ ଦେଇଥିବା କହୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।