ଯବାନଙ୍କ ଏନକାଉଣ୍ଟର; ଟଳି ପଡିଲେ ୨ଜଣ ମହିଳା ମାଓବାଦୀ
- News18 Odia
- Last Updated :
- Kandhamal, India
News 18 Odia Digital
କନ୍ଧମାଳ; ସୀମାନ୍ତ ବୌଦ୍ଧ ଗୋଛପଡା ନିକଟରେ ଡିଭିଏଫ ଓ ଏସଓଜି ଯବାନ କମ୍ୱିଂ ଅପରେସନ ଚଳାଇଥିବା ସମୟରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଉଭୟ ପଟରୁ ଗୁଳିଚାଳନା ଫଳରେ ଦୁଇ ଜଣ ମହିଳା ମାଓବାଦୀଙ୍କ ନିହତ ହୋଇଥିବା ସୂଚନା ଆସିଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ କମ୍ୱିଂ ଅପରେସନ ଜାରୀ ରହିଛି । ଯବାନମାନେ ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଉପରେ ରେଡ୍ କରିଛନ୍ତି । ଉକ୍ତ ସ୍ଥାନରୁ ବିଭିନ୍ନ ମାଓ ସାମଗ୍ରୀ, ପୁସ୍ତକ, ବନ୍ଧୁକ, ଗୁଳି ମିଳିଥିବା ଜଣାପଡିଛି ।
ବିଶେଷ ସୂତ୍ରରୁ ଖବର ମିଳିବା ପରେ କନ୍ଧମାଳ ପୋଲିସ ପକ୍ଷରୁ ଆଜି ମଟକୁପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓ ବିରୋଧୀ ଅପରେସନ ଆରମ୍ଭ କରାଯାଇଥିଲା। ମାଓବାଦୀଙ୍କମାନେ ଏବେ ପିଏଲଜିଏ ସପ୍ତାହ ପାଳନ କରୁଥିବାରୁ ସେମାନେ କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଚକ୍ରାନ୍ତ କରୁଥିଲେ ବୋଲି କୁହାଯାଉଛି । ନିହତ ହୋଇଥିବା ଦୁଇ ମହିଳା ମାଓବାଦୀଙ୍କର ପରିଚୟ ଜାଣିବା ପାଇଁ ପୋଲିସର ଚେଷ୍ଟା ଜାରି ରହିଛି । ପୋଲିସ ଡିଜି ସୁନିଲ ବଂଶଲଙ୍କ କହିବାନୁସାରେ ମୃତ ମାଓବାଦୀ ବଡ଼ ମାଓ କ୍ୟାଡର ହୋଇଥାଇପାରନ୍ତି ବୋଲି ସନ୍ଦେହ ଉପୁଜିଛି ।
ମାଓବାଦୀ ଏବେ ପିଏଲଜିଏ ସପ୍ତାହ ପାଳନ କରୁଥିବାରୁ ରାଜ୍ୟର ସମସ୍ତ ମାଓପ୍ରବଣ ଅଞ୍ଚଳରେ ଯବାନମାନଙ୍କ କମ୍ୱିଂ ଅପରେସନ ଜାରି ରହିଛି । ସମସ୍ତ ମାଓ ଅଞ୍ଚଳରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଛି । ରାଜ୍ୟ ପୋଲିସ ପକ୍ଷରୁ ମଧ୍ୟ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନେକ ବନ୍ଦୋବସ୍ତ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।