ବାପାଙ୍କ ଶବକୁ କାନ୍ଧେଇ ସ୍ବର୍ଗଦ୍ବାର ନେଲେ ଦୁଇ ଝିଅ; ଲୋକେ କହିଲେ: ‘ସାବାସ ଝିଅ!’

ପୁରୁଷପ୍ରଧାନ ସମାଜରେ ମହିଳାମାନଙ୍କୁ ଅନେକ କାର୍ଯ୍ୟ କରିବାରୁ ବାରଣ କରାଯାଇଥାଏ । ମାତ୍ର ଏହି ଧାରାରୁ ଅଲଗା ହୋଇ ଦୁଇ ଜଣ ଝିଅ ନିଜ ବାପାଙ୍କ ମୃତ ଦେହକୁ କାନ୍ଧ ଦେଇ ସ୍ବର୍ଗଦ୍ବାର ନେଇ ଉଦାହରଣ ସୃଷ୍ଟି କରିଛନ୍ତି ।

ବାପାଙ୍କ ଶବକୁ କାନ୍ଧେଇ ସ୍ବର୍ଗଦ୍ବାର ନେଲେ ଦୁଇ ଝିଅ; ଲୋକେ କହିଲେ: ‘ସାବାସ ଝିଅ!’
ବଡ଼ଦାଣ୍ଡରେ ଦୁଇ ଝିଅ ବାପାଙ୍କ ଶବକୁ କାନ୍ଧେଇ ନେଉଛନ୍ତି ।
  • News18 Odia
  • Last Updated: January 4, 2020, 8:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବଡ଼ଦାଣ୍ଡରେ ଏକ ଶବଯାତ୍ରା ଯାଉଥିବାବେଳେ ସମସ୍ତେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇ କିଛି ସମୟ ପାଇଁ ନିଜ ନିଜ ଜାଗାରେ ଠିଆହୋଇ ଦେଖିଥିଲେ । ପୁରୀ ବଡ଼ଦାଣ୍ଡରେ ଶବଯାତ୍ର କିଛି ବଡ଼କଥା ହୋଇ ନଥିବାବେଳେ ଦୁଇ ଜଣ ଝିଅ ନିଜ ବାପାଙ୍କ ଶବକୁ କାନ୍ଧେଇବା ଅନେକଙ୍କୁ ଚ଼କିତ କରିଥିଲା । ଦୁଇ ଝିଅ ବାପାଙ୍କ ଶବକୁ କାନ୍ଧେଇ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ନେଇଥିଲେ, ଯାହା ସମ୍ପୁର୍ଣ୍ଣ ଭିନ୍ନ ଘଟଣା ଥିଲା ।

ପୁରୀ କୁମ୍ଭାରପଡ଼ାର ଉପେନ୍ଦ୍ର ବିଶୋଇ (୭୫)ଙ୍କର ଦୁଇ ଝିଅ ସବିତା (୨୮) ଏବଂ ବନିତା (୧୯) । ତେବେ ଉପେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତ୍ୟରେ ଦୁଇ ଝିଅ ଭାଙ୍ଗି ପଡ଼ିଥିଲେ ବି ତାଙ୍କ ଶବକୁ କାନ୍ଧେଇବାକୁ ଆଗେଇ ଆସିଥିଲେ।

ସାହିର ଯୁବକମାନଙ୍କ ଶହ ବାପାଙ୍କ ଶବକୁ କାନ୍ଧେଇବାକୁ ଜିଦ୍ ଧରିଥିଲେ ଦୁଇ ଝିଅ । ଘର ପାଖରୁ ସ୍ୱର୍ଗଦ୍ୱାର ୫ କିଲୋମିଟର ହୋଇଥିଲେ ବି ଏହାକୁ ଖାତିର ନକରି ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ଦେଇ ଶବକୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ବୋହି ନେଇଥିଲେ ।

‘ରାମ ନାମ ସତ୍ୟ ହେ’ କହି କହି ବାପାଙ୍କ ଶବକୁ ବଡ଼ଦାଣ୍ଡରେ କାନ୍ଧେଇ ସ୍ୱର୍ଗଦ୍ୱାର ନେଇଥିଲେ ଦୁହେଁ । ସ୍ୱର୍ଗଦ୍ୱାରରେ ହୋଇଥିଲା ଶବ ସତ୍କାର। ତେବେ ଯୁବତୀ ଦୁହିଁଙ୍କର ଏଭଳି ପ୍ରୟାସ ବଡ଼ଦାଣ୍ଡରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା  ।


ସୂର୍ଯ୍ୟନାରାୟଣ ରଥ


‘‘ପୁରୀ ବଡଦାଣ୍ଡରେ ଏହି ଦୃଶ୍ୟକୁ ଦେଖି ସମସ୍ତେ ଅବାକ ହୋଇପଡୁଥିଲେ । କାରଣ ଏଭଳି ଦୃଶ୍ୟ ଦେଖିବା ବଡ଼ ବିରଳ ଓ ବିଚ଼ିତ୍ର । ଆମ ପରମ୍ପରାରେ ଏଭଳି ନ ଥିଲେ ବି ଆଜିକାଲି ଏହି ଯୁବତୀମାନେ ବେଶ ହୃଦୟ ଓ ସାହସିକତାର ପରିଚ଼ୟ ଦେଇଛନ୍ତି ,’’ କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ସୂର୍ଯ୍ୟନାରାୟଣ ରଥ  ।

ଅନେକ ଘଟଣାରେ ମୃତକଙ୍କୁ ତାଙ୍କର କନ୍ୟା ମୁଖାଗ୍ନି ଦେବାର ନଜିର ରହିଛି । ହେଲେ ଶବକୁ ମହିଳା କାନ୍ଧେଇ ନେବା ଏକ ବିରଳ ଘଟଣା । ତଥାପି ମହିଳା ହେଲେ ମଧ୍ୟ ପୁରୁଷଙ୍କ ଠାରୁ ସେମାନେ କମ୍‌ ନୁହନ୍ତି ବାଲି ପ୍ରମାଣ କରିଦେଲେ ଏହି ଦୁଇ ଝିଅ । ତାଙ୍କର ଏଭଳି କାର୍ଯ୍ୟ ଦେଖି ବଡ଼ଦାଣ୍ଡରେ ଯାଉଥିବା ଲୋକଙ୍କ ମୁହଁରୁ ସ୍ୱତଃ ବାହାରି ପଡୁଥିଲା ‘ସାବସ ଝିଅ’ ।
First published: January 4, 2020, 8:25 PM IST