ଚନ୍ଦକା ଜଙ୍ଗଲ ଛାଡ଼ି ଭୁବନେଶ୍ୱରରେ ପଶିଲେ ଦୁଇ ଦନ୍ତା ହାତୀ, ବସ୍ତିରେ ପଶି ଭଙ୍ଗାରୁଜା କଲେ

ସାଇରନ ବଜାଇ ହାତୀ ଦୁଇଟିକୁ ପ୍ରଥମେ ଜଙ୍ଗଲ ଆଡ଼କୁ ନିଆଯାଇଥିଲା l ବଡ଼ ଦନ୍ତା ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା l କିନ୍ତୁ ଛୁଆ ହାତୀଟି ଦିନ ଅଢ଼େଇଟା ପର୍ଯ୍ୟନ୍ତ ଚୁନକୁଳି ବସ୍ତି ନିକଟରେ ଥିବା ଜଙ୍ଗଲରେ ଲୁଚି ରହିଥିଲା l

ଚନ୍ଦକା ଜଙ୍ଗଲ ଛାଡ଼ି ଭୁବନେଶ୍ୱରରେ ପଶିଲେ ଦୁଇ ଦନ୍ତା ହାତୀ, ବସ୍ତିରେ ପଶି ଭଙ୍ଗାରୁଜା କଲେ
ବସ୍ତି ଭିତରକୁ ପଶୁଛି ଗୋଟେ ହାତୀ; (ଡାହାଣ) ଗୋଟେ ଅଟୋକୁ ଭାଙ୍ଗି ଦେଇଛି ହାତୀ
  • News18 Odia
  • Last Updated: June 30, 2020, 12:51 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜଙ୍ଗଲ ଛାଡି ରାଜଧାନୀ ମୁହାଁ ହୋଇଛନ୍ତି ଚନ୍ଦକାର ଦୁଇଟି ଦନ୍ତା ହାତୀ l ଦୁଇ ଦନ୍ତା ହାତୀଙ୍କୁ ନେଇ ଦିନ ତମାମ ଶିଖରଚଣ୍ଡୀ, ପଥର ଗାଡ଼ିଆ ଏବଂ ଚୁନକୂଳି ବସ୍ତିରେ ଲାଗି ରହିଥିଲା ଆତଙ୍କ l ବାଟବଣା ହୋଇ ହାତୀ ହୁଇଟି ପଶିଥିଲେ ଚୁନକୂଳ ବସ୍ତିରେ l ଆଖି ଆଗରେ ଯାହା ପଡ଼ିଲା – ଘରଦ୍ଵାର, ପାଚେରୀ, ମୋଟର ସାଇକେଲ – ସବୁ ଭାଙ୍ଗି ଦେଇଥିଲେ ।

ବାଟବଣା ହୋଇଥିବା ଗୋଟିଏ ଦନ୍ତା ହାତୀକୁ ଚନ୍ଦକା ଜଙ୍ଗଲକୁ ଘଉଡ଼ାଇ ଫେରାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ହଠାତ ସେ ମାଡ଼ି ଯାଇଥିଲା ବସ୍ତି ଭିତରକୁ l ହାତୀକୁ ମୁହାଁମୁହିଁ ଦେଖି ଏକ ଚଳନ୍ତା ବାଇକରୁ ଖସି ପଡ଼ି ତିନି ଜଣ ଲୋକ ଆହତ ହୋଇଥିଲେ l ଦନ୍ତା ହାତୀଟି ୧୦ ମିନିଟ କାଳ ଉତ୍ପାତ କରିଥିଲା ଚୁନକୁଳ ବସ୍ତିରେ l ବସ୍ତି ବାସିନ୍ଦା କେବେ କେହି ଭାବି ନ ଥିଲେ ଯେ ହାତୀଟି ଜନବସତି ଭିତରକୁ ପଶିଆସିବ l ଦିନ ବେଳା ହୋଇଥିବାରୁ ଘର ବାହାରେ ବୁଲାବୁଲି କରୁଥିଲେ ଲୋକେ l ଭାଗ୍ୟ ଭଲ ହାତୀଟି କାହାର କିଛି କ୍ଷତି କରିନାହିଁ l ରାସ୍ତାରେ ଯାହା ପଡିଲା ଭାଙ୍ଗି ଚାଲିଥିଲା ସେ l  ତିନିଟି ମୋଟର ସାଇକେଲ, ଗୋଟିଏ ଅଟୋ ଏବଂ ଦୁଇଟି ଆଜବେଷ୍ଟସ୍‌ ଘର ଭାଙ୍ଗି ଦେଇଛି ହାତୀ l

ବଡ଼ି ଭୋରରୁ  ଚନ୍ଦକା ଜଙ୍ଗଲରୁ ଏହି ଦନ୍ତା ହାତୀ ଦୁଇଟି ଶିଖରଚଣ୍ଡୀ ଓ ପଥରଗାଡ଼ିଆ ଅଞ୍ଚଳକୁ ବାଟ ବଣା ହୋଇ ଚାଲି ଆସିଥିଲେ l ସକାଳୁ ସକାଳୁ ସ୍ଥାନୀୟ ଲୋକେ ହାତୀକୁ ଦେଖି ବନ ବିଭାଗକୁ ଜଣାଇଥିଲେ l ସକାଳ ସାଢେ ୯ଟାରୁ ଦୁଇ ଦନ୍ତା ହାତୀକୁ  ଚନ୍ଦକା ଜଙ୍ଗଲକୁ ଘଉଡାଇବାକୁ ଚାଲିଥିଲା ଉଦ୍ୟମ l ସାଇରନ ବଜାଇ ହାତୀ ଦୁଇଟିକୁ ପ୍ରଥମେ ଜଙ୍ଗଲ ଆଡ଼କୁ ନିଆଯାଇଥିଲା l ବଡ଼ ଦନ୍ତା ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଥିଲା l କିନ୍ତୁ ଛୁଆ ହାତୀଟି ଦିନ ଅଢ଼େଇଟା ପର୍ଯ୍ୟନ୍ତ ଚୁନକୁଳି ବସ୍ତି ନିକଟରେ ଥିବା ଜଙ୍ଗଲରେ ଲୁଚି ରହିଥିଲା l

ବସ୍ତି ଭିତରେ ବୁଲୁଛି ଗୋଟିଏ ହାତୀ


‘‘ବଡ଼ ଦନ୍ତା ହାତୀଟି ପ୍ରଥମେ ଚନ୍ଦକା ପାରେରୀ ଡେଇଁ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା l କିନ୍ତୁ ଛୁଆ ଦନ୍ତା ହାତୀଟି ବାଟବଣା ହୋଇଯାଇଥିଲା l ଜଙ୍ଗଲ ଭିତରକୁ ତାକୁ ଘଉଡ଼ାଇବା ପାଇଁ ବାରମ୍ଵାର ଉଦ୍ୟମ କରାଯାଇଥିଲା l କିନ୍ତୁ ହାତୀଟି ଜଙ୍ଗଲ ଭିତରକୁ ଯିବାକୁ ଆଦୌ ବାଟ ପାଇ ନ ଥିଲା l ପରେ ଅଢ଼େଇଟା ବେଳେ ହାତୀଟି ଆପେ ଆପେ ଚନ୍ଦକା ଜଙ୍ଗଲ ଭିତରକୁ ଚାଲି ଯାଇଥିଲା,’’ କହିଛନ୍ତି ଚନ୍ଦକା ଫରେଷ୍ଟ ଡିଭିଜନର ଫରେଷ୍ଟର ସମୀର ବେହେରା ।

ଜଙ୍ଗଲ ବିଭାଗ ପକ୍ଷରୁ ଆଶଙ୍କା କରାଯାଉଛି ଯେ ଏହି ଦୁଇ ଦନ୍ତା ହାତୀଙ୍କ ପଲରେ ୨୦ରୁ ୨୫ ଟି ହାତୀ ଥାଇପାରନ୍ତି l ସେହି ହାତୀ ପଲରୁ ଏହି ଦୁଇଟି ହାତୀ ଅଲଗା ହୋଇଯାଇଛନ୍ତି l

ସ୍ଥାନୀୟ ବାସିନ୍ଦା ଦିଲ୍ଲିପ ରାଉତ କହିଛନ୍ତି, ‘‘ହାତୀଟି ଜଙ୍ଗଲ ଭିତରକୁ ଚାଲିଯାଇଛି ସତ, କିନ୍ତୁ ଏବେ ବି ଆମେ ଭୟଭୀତ ଅବସ୍ଥାରେ ରହିଛୁ l କେତେବେଳେ ବସ୍ତିରେ ପଶି ଭଙ୍ଗାରୁଜା କରିବ, ଜନଜୀବନ ନଷ୍ଟ କରିବ, ତାକୁ ନେଇ ଆମେ ସବୁ ବେଳେ ଆତଙ୍କିତ ଅବସ୍ଥାରେ ରହିଛୁ l’’
First published: June 30, 2020, 12:51 AM IST
corona virus btn
corona virus btn
Loading