ଭୁବନେଶ୍ୱର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦୁଇ ଜଣ କିନ୍ନର, ଧରା ପଡ଼ିଲେ

ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଏହି ଦୁଇ ଜଣ କିନ୍ନର ବାଲୁଗାଁରୁ ଗଞ୍ଜେଇ ଆଣିଥିଲେ ଓ ତାକୁ ଏକ ବ୍ୟାଗରେ ରଖି ଗାନ୍ଧୀଧାମ ଏକ୍ସପ୍ରେସରେ ଗୁଜରାଟ ନେବାକୁ ଯୋଜନା କରୁଥିଲେ ବୋଲି କହିଛି ପୋଲିସ ।

ଭୁବନେଶ୍ୱର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦୁଇ ଜଣ କିନ୍ନର, ଧରା ପଡ଼ିଲେ
ଗିରଫ ହେବା ପରେ ଥାନାରେ ଦୁଇ ଅଭିଯୁକ୍ତ କିନ୍ନର
  • News18 Odia
  • Last Updated: June 29, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Dgital

ଭୁବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୧୬ କିଲୋ ଗଞ୍ଜେଇ ଜବତ ହୋଇଛି ଓ ଦୁଇ ଜଣ କିନ୍ନର ଏହାର ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଏହି ଦୁଇ ଜଣ କିନ୍ନର ଏକ କଳା ରଙ୍ଗର ବ୍ୟାଗରେ ଗଞ୍ଜେଇ ରଖି ଟ୍ରେନରେ ଏହାର ଚୋରା ଚାଲାଣ କରୁଥିବା ବେଳେ ସୋମବାର ଦିନ ରେଳବାଇ ପୋଲିସ ହାବୁଡ଼ରେ ପଡ଼ିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଲକ୍ଷ୍ମୀଧର ମହାନ୍ତି ଓରଫ୍‌ ଲିଜା, ବୟସ ୨୯ ବର୍ଷ, ଓ ବସନ୍ତ ସ୍ବାଇଁ ଓରଫ୍‌ ବାସନ୍ତୀ, ବୟସ ୩୩ ବର୍ଷ ରୂପେ ଚିହ୍ନଟ କରାଯାଇଛି । ଉଭୟଙ୍କ ସହ ପଚରାଉଚରା ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଆର୍‌.ପି.ଏଫ୍‌.।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

‘‘ଆମେ ଖବର ପାଇଲୁ ଯେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେଉଛି । ଆର୍‌.ପି.ଏଫ୍‌. ଓ କ୍ରାଇମ୍‌ ବ୍ରାଞ୍ଚ୍‌ ମିଶି ଏକ ମିଳିତ ଚଢ଼ାଉ କରିଥିଲୁ । ଟ୍ରେନର ସବୁ ବଗି ଯାଞ୍ଚ କରିବା ପରେ ମଧ୍ୟ ଗଞ୍ଜେଇ ବ୍ୟାଗ୍‌ ମିଳି ନ ଥିଲା । ତେଣୁ ପ୍ଲାଟଫର୍ମ୍‌ ସାରା ଆମ ଟିମ୍‌ ଛାପା ମାରିଥିଲା ଓ ଶେଷରେ ଖୋଜି ବାହାର କରିଥିଲା ଏହି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ,’’ କହିଛନ୍ତି ରେଳବାଇ ଥାନା ଅଧିକାରୀ କେ. ସେଠୀ ।

ଏହି ଦୁଇ ପ୍ୟାକେଟ୍ ଗଞ୍ଜେଇ ଦୁଇ ଜଣ କିନ୍ନରଙ୍କଠାରୁ ଜବତ ହୋଇଛି ।


ଦୁଇ କିନ୍ନର ବାସନ୍ତୀ ଓ ଲିଜା ପ୍ଲାଟଫର୍ମର ଗୋଟିଏ କୋଣରେ ବସିଥିଲେ । କିନ୍ନରମାନେ ଯେମିତି ବେଶଭୂଷାରେ ଟ୍ରେନରେ ଯିବା ଆସିବା କରନ୍ତି ଏମାନେ ସେମିତି ବେଶଭୂଷାରେ ଥିଲେ । ତେଣୁ ପ୍ରଥମେ ପୋଲିସ ସେମାନଙ୍କ ଉପରେ ସନ୍ଦେହ କରି ନ ଥିଲା । ହେଲେ ପରେ ସେମାନଙ୍କ ପାଖରେ ଥିବା ବ୍ୟାଗ୍‌ ଯାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ମିଳିଥିଲା । ସେ ଦୁହେଁ ଏହି ଗଞ୍ଜେଇକୁ ସୁରତ ଚାଲାଣ କରୁଥିବା କଥା ମାନିଛନ୍ତି ବୋଲି କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

‘‘ଏହି ଦୁଇ କିନ୍ନର ରବିବାର ଦିନ ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ବରରେ ପହଞ୍ଚିଥିଲେ । ସେମାନେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ବର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ହେଲେ ସୂଚନା ପାଇ ସନ୍ଧ୍ୟା ୮ଟା ସମୟରେ ଗଞ୍ଜେଇ ଜବତ କରିବା ସହ ସେମାନଙ୍କୁ ଆମେ ଗିରଫ କରିଥିଲୁ,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ଅଭିଯୁକ୍ତ ଲଷ୍ମୀଧର ଓରଫ୍‌ ଲିଜା କହିଛନ୍ତି, "ମୁଁ ପ୍ରଥମ ଥର ଏଭଳି ଗଞ୍ଜେଇ ବ୍ୟବସାୟ କରିଛି । ପୂର୍ବରୁ କେବେ କୌଣସି ବେପାର କରୁ ନ ଥିଲି । ଲକଡାଉନ ଯୋଗୁଁ ଏବେ ଟ୍ରେନରେ ଯାତ୍ରୀଙ୍କ ଯିବା ଆସିବା କମ୍‌ ରହୁଛି । ତେଣୁ କିଛି ଟଙ୍କା ପାଇବା ପାଇଁ ଗଞ୍ଜେଇ ବେପାର କରିବାକୁ ଆଗେଇ ଆସିଥିଲି । ଏହା ମୋ’ର ଭୁଲ ଥିଲା । ଗତ କିଛି ଦିନ ତଳେ ବାଲୁଙ୍ଗା ଅଞ୍ଚଳରୁ କିଲୋ ୨,୦୦୦ ଟଙ୍କା ଦାମରେ ୧୬ କିଲୋ ଗଞ୍ଜେଇ କିଣିଥିଲି । ସୁରତରେ ଏହାର ଦର ଅଧିକ ଥିବାରୁ ସେଠାରେ ବିକ୍ରି ପାଇଁ ନେଉଥିଲି ।’’

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

‘‘ମୁଁ ଗଞ୍ଜେଇ ବିଷୟରେ କିଛି ଜାଣି ନ ଥିଲି । ଲିଜା ଆମ ଗାଁ ପାଖର । ତେଣୁ ତା’ ସହ ଯାଉଥିଲି । ମୋ’ର ଏ ଗଞ୍ଜେଇ ସହ କୌଣସି ସମ୍ପର୍କ ନାହିଁ । ମୁଁ ମୁମ୍ବାଇରେ ଲୋକାଲ୍‌ ଟ୍ରେନରେ କାମ କରେ । ମୁଁ ଗଞ୍ଜେଇ ମାମଲାରେ ସାମିଲ୍‌ ନ ଥାଇ ବି ଗିରଫ ହେଲି,’’ କହିଛନ୍ତି ବାସନ୍ତୀ ।



ଜବତ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ରେଳବାଇ ପୋଲିସ । ସେମାନେ କାହା ପାଖରୁ ସେହି ଗଞ୍ଜେଇ କିଣିଥିଲେ ଓ ଏହି ବେପାରରେ ସେମାନଙ୍କ ସହ ଆଉ କିଏ ଲିପ୍ତ ଥିଲେ ସେ ସବୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।
Published by: Anand ST Das
First published: June 29, 2021, 11:58 PM IST