News18 Odia Digital
ଟାଟା ମେଜିକ ମାଡି଼ଯିବାରୁ ଦୁଇ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଶ୍ରୀମନ୍ଦିର ନିଷିଦ୍ଧାଅଞ୍ଚଳରେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଚିକିତ୍ସାଳୟକୁ ପଠାଇଛନ୍ତି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ତିନିରୁ ଅଧିକ ଭକ୍ତ ଦୃଘଟଣାର ଶିକାର ହୋଇଛନ୍ତି। ଗୁରୁତରମାନେ ହେଉଛନ୍ତି ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁ।
ପୁରୀକୁ ଭୁବନେଶ୍ବରରୁ ଟାଟା ମ୍ୟାଜିକ ଆଣି ଆସିଥିବା ଡ୍ରାଇଭର ଭୁବନେଶ୍ୱରର ଅସିତ ଜେନା ବେପରୁଆ ଭାବେ ମନ୍ଦିର ଆଡକୁ ଗାଡି ମଡାଇନେଇଥିଲା। ବେପାରୁଆ ଗାଡି ଚାଳନା ଯୋଗୁଁ ବ୍ୟାରିକେଡ ଭାଙ୍ଗି ଭକ୍ତଙ୍କ ଉପରକୁ ଗାଡ଼ି ଚଢ଼ିଯାଇଥିଲା । ତେବେ ଭକ୍ତଙ୍କ ସମ୍ପର୍କୀୟ ଗାଡି ଭିତରକୁ ଡେଇଁ ବ୍ରେକ ଦେବା ଯୋଗୁଁ ଗାଡି ରୋକିହୋଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।