ନୟାଗଡ଼ ଜଙ୍ଗଲରୁ ପୁଣି ଜବତ ହେଲା ୨ଟି କଲରାପତରିଆ ବାଘ ଛାଲ ଓ କିଛି ହାଡ଼; ଶିକାରୀ ଗିରଫ

ଏହାକୁ ମିଶାଇ ଗୋଟିଏ ସପ୍ତାହ ଭିତରେ ନୟାଗଡ଼ରୁ ଚାରିଟି ବାଘ ଛାଲ ଜବତ ହେଲାଣି ଓ ତିନି ଜଣ ଗିରଫ ହେଲେଣି l ଗତ ଦୁଇ ଦିନ ହେଲା ରଣପୁର ଅଞ୍ଚଳରେ କ୍ୟାମ୍ପ ପକାଇଥିଲା କ୍ରାଇମ୍ ବ୍ରାଞ୍ଚର STF ଟିମ୍ l

ଜୁନ୍ ୮ରେ ଜବତ ହୋଇଥିବା ଦୁଇଟି ବାଘ ଛାଲ

ଜୁନ୍ ୮ରେ ଜବତ ହୋଇଥିବା ଦୁଇଟି ବାଘ ଛାଲ

  • Share this:
News18 Odia Digital

ନୟାଗଡ଼: ନୟାଗଡ଼ ଜଙ୍ଗଲରୁ ପୁଣି ଦୁଇଟି କଲରାପତିରିଆ ବାଘ ଛାଲ ସହିତ କିଛି ହାଡ଼ ଜବତ ହୋଇଛି ଓ ଜଣେ ଶିକାରୀକୁ ଗିରଫ କରାଯାଇଛି l ଏହାକୁ ମିଶାଇ ଗୋଟିଏ ସପ୍ତାହ ଭିତରେ ନୟାଗଡ଼ରୁ ଚାରିଟି ବାଘ ଛାଲ ଜବତ ହେଲାଣି l ଜୁନ ୮ ତାରିଖରେ ମଧ୍ୟ ନୟାଗଡ଼ ଦଶପଲ୍ଲାରୁ ଦୁଇଟି ବାଘଛାଲ ଜବତ କରିବା ସହ ଦୁଇ ଜଣ ମିଡିଲମ୍ୟାନଙ୍କୁ ଗିରଫ କରାଯାଇଥିଲା l

କ୍ରାଇମ ବ୍ରାଞ୍ଚ STF ରଣପୁରରେ ଚଢ଼ାଉ କରି ଶିକାରୀ ଲକ୍ଷ୍ମୀଧର ନାୟକକୁ ଗିରଫ କରିଛି ବୋଲି ଆଜି ସୂଚନା ଦେଇଛି । ଲକ୍ଷ୍ମୀଧରର ଘର ଚାନ୍ଦପୁରର ଜାମୁଗଣ୍ଡରେ । ସେ ମୁଖ୍ୟ ଶିକାରୀ ବୋଲି କୁହାଯାଉଛି । ଗତ ଦୁଇ ଦିନ ହେଲା ରଣପୁର ଅଞ୍ଚଳରେ କ୍ୟାମ୍ପ ପକାଇଥିଲା STF ଟିମ  l ତେବେ ଏହି ବାଘ ଛାଲ ଓ ହାଡ଼ କୁଆଡେ ଚାଲାଣ ହୋଇଥାଆନ୍ତା ଓ କେତେ ଟଙ୍କାରେ ଡିଲ ହୋଇଥିଲା ତାହା ସ୍ପଷ୍ଟ ହୋଇପାରିନି l

ପଶୁ ଶିକାରୀମାନେ ନୟାଗଡ଼ ଜିଲ୍ଲାରେ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ଅବହେଳାର ଫାଇଦା ଉଠାଉଥିବା ଦେଖାଯାଉଛି । ଜଙ୍ଗଲରୁ ଅବାଧରେ ଶିକାରୀମାନେ ପଶୁପକ୍ଷୀ ଶିକାର କରି ଚମଡ଼ା, ଦାନ୍ତ, ହାଡ଼, ନଖ ଓ ମାଂସ ଲକ୍ଷ ଲକ୍ଷ ଟଙ୍କା ବିକ୍ରି କରି ମାଲାମାଲ ହେଉଥିବା ବେଳେ ଏଥିରେ ଜଙ୍ଗଲ ବିଭାଗର କିଛି କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।

ନୟାଗଡ଼ ଡି.ଏଫ୍.ଓ. ଧନରାଜ ଏଚ୍. ଡି.


ଦଶପଲ୍ଲା ଥାନା ଅଞ୍ଚଳରୁ ଜୁନ୍‌ ୮ ତାରିଖରେ ବାଘ ଓ ହରିଣ ଛାଲ ବେପାର କରୁଥିବା ଦୁଇ ବ୍ୟବସାୟୀଙ୍କୁ STF ଗିରଫ କରିବା ପରେ ଧୀରେ ଧୀରେ ଖୋଳୁଛି ପଶୁ ଶିକାର ନେଟୱାର୍କର ଗୁମର । ବାଘ ଓ ହରିଣ ଛାଲ ବିକ୍ରି ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ STF ଟିମ ଦଶପଲ୍ଲା ରେଞ୍ଜର ଗିରିପୁଜା ଜଙ୍ଗଲରେ ଚଢ଼ାଉ କରିଥିଲା ଓ ବାଘ ଛାଲ ସହ ହରିଣ ଛାଲ ବିକ୍ରି ନେଇ ମୁଲଚାଲ ଚାଲିଥିବା ବେଳେ ସାକେଣୀ ଗ୍ରାମର ପ୍ରତାପ କୁମାର ନାୟକ ଓ ଦେଢ଼ସର ଗ୍ରାମର କିଶୋର ଚନ୍ଦ୍ର ଦେହୁରୀ ନାମକ ଦୁଇ ବ୍ୟବସାୟୀଙ୍କୁ  ଗିରଫ କରିଥିଲା । ଦେହୁରୀ ସ୍ଥାନୀୟ ଏକ କଲେଜରେ ଅଧ୍ୟାପନା କରନ୍ତି । ସେମାନଙ୍କ ନିକଟରୁ ଦୁଇଟି କଲରା ପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଥିଲା । ଶିକାରୀମାନେ କେଉଁଠୁ ଏହି ଛାଲ ଆଣିଥିଲେ ଓ କେଉଁ ସ୍ଥାନକୁ ଚାଲାଣ କରୁଥିଲେ ସେ ସବୁର ଦିଗ ଉପରେ STF ତଦନ୍ତ କରୁଛି ।

‘‘ଏହା ଏକ ରାଜ୍ୟ ସାରା ବ୍ୟାପିଥିବା ନେଟୱାର୍କର କାମ ବୋଲି ଲାଗୁଛି । ଏହା ଉପରେ ତଦନ୍ତ ଚାଲିଛି । ଏହି ଶିକାର କେଉଁଠି ହୋଇଥିଲା ଓ କେବେ ହୋଇଥିଲା ସେ ସବୁ ତଥ୍ୟ ଏବେ ଜଣାପଡ଼ିନାହିଁ,’’ କହିଛନ୍ତି ନୟାଗଡ଼ ଡି.ଏଫ୍‌.ଓ. ଧନରାଜ ଏଚ୍‌. ଡି. ।

ନୟାଗଡ଼ର ଜଣେ ଅଧ୍ୟାପକ ଦିଲ୍ଲୀପ କୁମାର ମିଶ୍ର କହିଛନ୍ତି ଯେ ବନ ବିଭାଗ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଓ ଜନ ସଚେତନତା ବୃଦ୍ଧି କରି ବନ୍ୟ ପ୍ରାଣୀ ଶିକାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବା ଉଚିତ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: