ମୟୂରଭଞ୍ଜ: ରାତିରେ ଘରେ ଶୋଇଥିଲେ ଦୁଇ ଭଉଣୀ, ସାପ କାମୁଡ଼ାରେ ଚାଲିଗଲା ଜୀବନ

Snakebite kills 2 sisters in Odisha | ୧୧ ବର୍ଷ ଓ ୧୦ ବର୍ଷର ଦୁଇ ଭଉଣୀ ଗତ କାଲି ଅଜା ଘରକୁ ଆସିଥିଲେ । ଆଜି ସକାଳେ ଦୁଇ ଜଣ ଯାକ ବିଛଣାରୁ ନ ଉଠିବାରୁ ସେମାନଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ହସପିଟାଲକୁ ନିଆଯାଇଥିଲା ।

ମୟୂରଭଞ୍ଜ: ରାତିରେ ଘରେ ଶୋଇଥିଲେ ଦୁଇ ଭଉଣୀ, ସାପ କାମୁଡ଼ାରେ ଚାଲିଗଲା ଜୀବନ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାରିପଦା: ମୟୂରଭଞ୍ଜ ଜିଲ୍ଳା କୁଳିଅଣା ଥାନା ଅନ୍ତର୍ଗତ ଦନାମରା ଗାଁରେ ଘଟିଯାଇଛି ଏକ ହୃଦୟବିଦାରକ ଅଘଟଣ । ଅଜା ଘରକୁ ଆସିଥିବା ଦୁଇ ଭଉଣୀ ରାତିରେ ଖିଆପିଆ ସାରି ବିଛଣାରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।

ଦୁଅ ମୃତ କିଶୋରୀଙ୍କ ନାମ ନନ୍ଦିତା ନାୟକ (୧୧ ବର୍ଷ) ଓ ରୋଜି ନାୟକ (୧୦ ବର୍ଷ) । ଦୁହେଁ ଗତ କାଲି ଅଜା ଘରକୁ ଆସିଥିଲେ । ଆଜି ସକାଳେ ଦୁଇ ଜଣ ଯାକ ବିଛଣାରୁ ନ ଉଠିବାରୁ ସେମାନଙ୍କୁ ବାରିପଦା (Baripada)ର ପଣ୍ଡିତ ରଘୁନାଥ ମୁର୍ମୁ ହସପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର କହିଲେ ଯେ ସେ ଦୁହେଁ ବେଶ୍‌ କିଛି ଘଣ୍ଟା ତଳେ ମୃତ୍ୟୁ ବରଣ କରିଛନ୍ତି ।

ଡାକ୍ତରଙ୍କ ପ୍ରାଥମିକ ଯାଞ୍ଚ ଅନୁସାରେ ଦୁଇ ଭଉଣୀଙ୍କ ମୃତ୍ୟୁ ସାପ କାମୁଡ଼ାରେ ହୋଇଥାଇପାରେ । ସେମାନେ ରାତିରେ ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ କୋଠରୀ ଭିତରକୁ ଆସି ସେମାନଙ୍କୁ ଦଂଶନ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କୁହାଯାଇଛି ।

ଦୁଇ ମୃତ ଭଉଣୀଙ୍କ ଶବ ଡାକ୍ତରଖାନାରେ ରଖାଯାଇଛି ।


ଏହି ଘଟଣା ପରେ ଗାଁରେ ଓ କୁଳିଅଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ସେଠାରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ତେବେ ଏହି ଦୁଇ ମୃତ୍ୟୁ ସାପ କାମୁଡ଼ାରେ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଦୁଇ ଭଉଣୀଙ୍କ ମୃତ୍ୟୁ ପରେ ସେମାନଙ୍କ ଶରୀରର ରଙ୍ଗରୁ ସେମାନଙ୍କ ମୃତ୍ୟୁ ସାପ କାମୁଡ଼ାରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମୟୂରଭଞ୍ଜରେ ସର୍ପାଘାତରେ ପ୍ରତି ବର୍ଷ ଅନେକ ଲୋକଙ୍କ ମତ୍ୟୁ ଘଟେ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଏହା ବି ପଢ଼ନ୍ତୁ: ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

ଏହା ବି ପଢ଼ନ୍ତୁ: ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 3:27 PM IST
corona virus btn
corona virus btn
Loading