News18 Odia Digital
ଭୁବନେଶ୍ୱର: ନିଶା ପାଇଁ ଛୁରାମାଡ଼ ଘଟଣାରେ ଦୁଇ ଅଭିଯୁକ୍ତ ଦୀପକ ପ୍ରଧାନ ଓ ସୁଭମ ସ୍ଵାଇଁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । କିଛିଦିନ ତଳେ ଘାଟିକିଆ ଅଞ୍ଚଳରେ ବିଭୁ ପ୍ରସାଦ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଛୁରା ମାଡ଼ କରି ଟଙ୍କା ଲୁଟିଥିଲେ ଦୁଇ ଅଭିଯୁକ୍ତ। ଅଭିଯୁକ୍ତଙ୍କ ଆକ୍ରମଣରେ ବିଭୁପ୍ରସାଦ ଏବେ ଗୁରୁତର ଭାବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗିରଫ ପରେ ଅଭିଯୁକ୍ତଙ୍କ ଠାରୁ ୧୩ଟି ମୋବାଇଲ ଏକ ଧାରୁଆ ଛୁରୀ ଜବତ ହୋଇଛି ।
ପୋଲିସ ସୂଚନା ଅନୁସାରେ, ଗତ ୧୮ତାରିଖରେ ଅଭିଯୋଗକାରୀଙ୍କ ଅଭିଯୋଗକ୍ରମେ ଭରତପୁର ଥାନାରେ ଉପୋରୋକ୍ତ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗକରି ଏବଂ ତାଙ୍କ ବନ୍ଧୁ ବିଭୁପ୍ରସାଦ କଳିଙ୍ଗ ବିହାର କେ - ୩ ରେ ଏକ ଭଡ଼ା ଘରେ ରୁହନ୍ତି । ବିଭୁପ୍ରସାଦ ଅଗରବତୀ ବ୍ୟବସାୟ କରୁଥିବାରୁ ସେ ପ୍ରତିଦିନ ଡେରିରେ ଘରକୁ ଫେରନ୍ତି । ଗତ ୧୬ ରିଖରେ ରାତ୍ରି ପ୍ରାୟ ୧୧.୩୦ ରେ ବିଭୁପ୍ରସାଦ ବ୍ୟବସାୟ ଟଙ୍କା ସହିତ ଘରକୁ ଫେରୁଥିବା ସମୟରେ ଘାଟିକିଆ ହନୁମାନ ମନ୍ଦିର ନିକଟରେ ୨ ଜଣ ଅଭିଯୁକ୍ତ ଗୋଟିଏ ମୋଟର ସାଇକେଲରେ ପଛପଟୁ ଆସି ତାଙ୍କର ରାସ୍ତା ଅବରୋଧ କରିଥିଲେ । ଅଭିଯୁକ୍ତ ମାନେ ପୀଡ଼ିତଙ୍କର ଟଙ୍କା ଥିବା ବ୍ୟାଗକୁ ବଳପୂର୍ବକ ଛଡାଇବାକୁ ଚେଷ୍ଟା କରିବାରୁ ସେ ମନା କରିଥିଲେ । ଫଳରେ ଅଭିଯୁକ୍ତ ମାନେ ଏକ ଛୁରୀରେ ବିଭୁପ୍ରସାଦଙ୍କ ପେଟରେ ଭୁଶି ଦେଇ ଟଙ୍କା ବ୍ୟାଗ ଏବଂ ଗୋଟିଏ ମୋବାଇଲ ଫୋନ ଛଡାଇ ନେଇ ଉକ୍ତ ସ୍ଥାନରୁ ପଳାଇଥିଲେ ।
ଏହି ଘଟଣା ଘଟିବାର କିଛି ସମୟ ପରେ ପାଖରେ ଥିବା ଦୋକାନୀ ମାନେ ବିଭୁପ୍ରସାଦଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନନ୍ସର କରିଥିଲେ । ବିଭୁପ୍ରସାଦଙ୍କ ସାଙ୍ଗ ଏନେଇ ଅଭିଯୋଗ କରିବା ପରେ ଭରତପୁର ଥାନା ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଆଜି ୨ ଅଭିଯୁକ୍ତ ଘାଟିକିଆ ନାକା ଗେଟ ଆଡକୁ ଏକ ନୀଳ ରଙ୍ଗର ଆପାଚୀ ମୋଟରସାଇକେଲ ରେ ଯାଉଛନ୍ତି । ପୁଲିସ ଟିମ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ଉଭୟଙ୍କୁ କାବୁ କରିଥିଲା।
ଉଭୟ ଏକୁଟିଆ ଦେଖୁଥିବା ଲୋକ ମାନଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟ କରନ୍ତି । ଲୁଟ କରୁଥିବା ମୋବାଇଲ ଫୋନ ଗୁଡିକୁ ବୋମିଖାଲରେ ରହୁଥିବା ଲୁଡୁ ନାମକ ଜଣେ ଅଭିଯୁକ୍ତଙ୍କ ହେପାଜତରେ ରଖନ୍ତି । ପୁଲିସ ଅଭିଯୁକ୍ତ ଲୁଡୁର ହେବାଜତରୁ ୭ ଟି ମୋବାଇଲ ଫୋନ ଜବତ କରିବା ସହିତ ଅପରାଧରେ ସମ୍ପୃକ୍ତ ଥିବା ମୋଟରସାଇକେଲ ଜବତ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।