ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓଡ଼ିଶା ହାଇ କୋର୍ଟଙ୍କୁ ମିଳିଲେ ୨ ନୂଆ ବିଚାରପତି; ଆଜି ଶପଥ ଗ୍ରହଣ କଲେ

ଓଡ଼ିଶା ହାଇ କୋର୍ଟଙ୍କୁ ମିଳିଲେ ୨ ନୂଆ ବିଚାରପତି; ଆଜି ଶପଥ ଗ୍ରହଣ କଲେ

ନିକଟରେ ବିଚାରପତି ଜଷ୍ଟିସ ଯଶୋବନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇ କୋର୍ଟକୁ ବଦଳି କରିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଓଡ଼ିଶା ହାଇ କୋର୍ଟଙ୍କୁ ମିଳିଲେ ୨ ନୂଆ ବିଚାରପତି; ଆଜି ଶପଥ ଗ୍ରହଣ କଲେ
ଓଡ଼ିଶା ହାଇ କୋର୍ଟକୁ ମିଳିଲେ ୨ ନୂଆ ବିଚାରପତି
  • News18 Odia
  • Last Updated: October 8, 2021, 5:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ଆଜି ଶପଥ ନେଲେ ଓଡ଼ିଶା ହାଇ କୋର୍ଟର ଦୁଇ ନୂଆ ବିଚାରପତି । ଏହି ଦୁଇ ନୂଆ ବିଚାରପତି ହେଲେ ଜଷ୍ଟିସ୍ ଯଶୱନ୍ତ ସିଂ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା । ଦୁହେଁଙ୍କୁ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଳୀଧର ।

ପଞ୍ଜାବ ଓ ହରିୟାଣା ହାଇ କୋର୍ଟରୁ ଜଷ୍ଟିସ ଯଶୋବନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଥିବା ବେଳେ କୋଲକାତା ହାଇ କୋର୍ଟରୁ ‌ଆସିଛନ୍ତି ଜଷ୍ଟିସ ଅରିନ୍ଦମ ସିହ୍ନା। ଦୁହେଁ ଶପଥ ନେଲା ପରେ ବର୍ତ୍ତମାନ ହାଇ କୋର୍ଟର ବିଚାରପତିଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଏହା ସହ ଏଯାବତ ଖାଲି ପଡ଼ିଛି ୧୩ଟି ପଦ ଖାଲି ଅଛି ।

ପ୍ରକାଶ ଥାଉକି ବିଚାରପତି ଜଷ୍ଟିସ ଯଶୋବନ୍ତ ସିଂହ ଓ କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇ କୋର୍ଟକୁ ବଦଳି କରିବାକୁ ନେଇ ଗତ ୬ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Published by: Lipina Das
First published: October 8, 2021, 4:59 PM IST