ଢେଙ୍କାନାଳରେ ଗୋଟିଏ ରାତିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଲା; ଜଣେ ଗିରଫ, ୪ ଜଣ ଅଟକ ଅଛନ୍ତି

ଜଣେ ବନ୍ଧୁଙ୍କ ସହ ବସି ମୋବାଇଲ୍ ଫୋନରେ ଗେମ୍ ଖେଳୁଥିବା ଯୁବକକୁ ଫାର୍ସାରେ ଆକ୍ରମଣ କରି କେହି ହତ୍ୟା କରିଥିଲା । ଦ୍ୱିତୀୟ ଘଟଣାରେ ଘର ଜ୍ୱାଇଁ ଘରେ ଶୋଇଥିବା ଶ୍ୱଶୁରଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ।

ଢେଙ୍କାନାଳରେ ଗୋଟିଏ ରାତିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଲା; ଜଣେ ଗିରଫ, ୪ ଜଣ ଅଟକ ଅଛନ୍ତି
ଗୋଟିଏ ହତ୍ୟା ଘଟଣାର ଜଣେ ଅଭିଯୁକ୍ତ
  • News18 Odia
  • Last Updated: June 21, 2021, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 odia Digital

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଯିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଦୁଇଟି ଯାକ ମାମଲାରେ ପାଞ୍ଚ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଗୋଟିଏ ହତ୍ୟା ପାରିବାରିକ କଳହରୁ ହୋଇଥିବା ବେଳେ ଅନ୍ୟଟି ପୁର୍ବ ଶତୃତାକୁ ନେଇ ଘଟିଛି ବୋଲି ପୋଲିସ କହିଛି ।

ଶନିବାର ରାତି ପ୍ରାୟ ନଅଟା ବେଳେ ବଳଦିଆବନ୍ଧ ଗତିକୃଷ୍ଣ ମେମୋରିଆଲ୍‌ ଚକ୍ଷୁ ହସ୍ପିଟାଲ ପରିସରରେ ମିଥୁନ ଜେନା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତିନି ବର୍ଷ ହେବ ବନ୍ଦ ହୋଇ ପଡି଼ରହିଥିବା ଏହି ଚକ୍ଷୁ ହସ୍ପିଟାଲ ଭିତରେ ମିଥୁନ ତାଙ୍କର ଜଣେ ସାଙ୍ଗ ସହ ବସି ମୋବାଇଲ ଫୋନରେ ଗେମ୍‌ ଖେଳୁଥିବା ବେଳେ ତାଙ୍କୁ ପଛ ପଟୁ ଏକ ଫାର୍ସାରେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ ।

ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁ

ଆଠ ମାସ ତଳର ଏକ ପୁରୁଣା ଗଣ୍ଡଗୋଳକୁ ନେଇ ସେହି ଗାଁର କିଛି ଯୁବକ ମିଥୁନ ଜେନାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବଳଦିଆବନ୍ଧ ନିକଟରେ ଥିବା ଏକ ଢାବାକୁ ମିଥୁନର କିଛି ସାଙ୍ଗ ଓ ସମ୍ପର୍କୀୟ ଖାଇବାକୁ ଯାଇଥିବା ବେଳେ ସେଠାରେ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । ତା’ ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କମେଣ୍ଟ୍‌ ମରା ଓ ରାସ୍ତା ଘାଟରେ ଯୁକ୍ତିତର୍କ ଭଳି ଛୋଟମୋଟ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି ।

ପୋଲିସ ଉଭୟ ଘଟଣାର ତଦନ୍ତରେ ଲାଗିଛି ।


ଫାର୍ସା ଚୋଟରେ ମିଥୁନଙ୍କ ମୁଣ୍ଡ ଓ ବେକର ପଛ ପଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେତିକି ବେଳେ ତାଙ୍କ ସହିତ ଥିବା ଜଣେ ବନ୍ଧୁ ଜୀବନ ବିକଳରେ ସେଠାରୁ ଧାଇଁ ପଳାଇଥିଲେ । ଖବର ପାଇ ସଦର ଥାନା ଓ ଗୋବିନ୍ଦପୁର ଫାଣ୍ଡିରୁ କିଛି ପୋଲିସ କର୍ମୀ ପହଞ୍ଚିଥିଲେ । ରବିବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା ।

ଏହା ବି ପଢ଼ନ୍ତୁ | PM Kisan: କେନ୍ଦ୍ର ସରକାର ଏହି ମାସ କୃଷକମାନଙ୍କ ଆକାଉଣ୍ଟକୁ ,୦୦୦ ଟଙ୍କା ଟ୍ରାନ୍ସଫର୍ କରିପାରନ୍ତି

ସେହି ଶନିବାର ରାତିରେ ସଦର ଥାନା ଅନ୍ତର୍ଗତ ସଦେଇବେରେଣୀ ଗାଁରେ ଦ୍ୱିତୀୟ ହତ୍ୟାକାଣ୍ଡଟି ଘଟିଥିଲା । ଗାଁର ୫୭ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପଧାନ ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ଜ୍ୱାଇଁ ଗିରିଷ ବିଶୋଇ ତାଙ୍କୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗିରିଷ ବିଶୋଇ ଦୁଇ ବର୍ଷ ତଳେ ପୁର୍ଣ୍ଣଚନ୍ଦ୍ର ପଧାନଙ୍କ ମଝିଆଁ ଝିଅକୁ ବିବାହ କରିବା ପରେ ଘର ଜ୍ୱାଇଁ ଭାବରେ ରହି ଆସୁଥିଲେ ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତି

ଶ୍ୱଶୁର ଘରେ ବହୁ ସମୟରେ ଗିରିଷଙ୍କର ନିଜ ଶଶୁର, ପତ୍ନୀ ଓ ଦୁଇ ଜଣ ଶାଳୀଙ୍କ ସହ ଝଗଡ଼ା ହେଉଥିଲା । ଶନିବାର ରାତିରେ ଶଶୁର ଘର ଲୋକଙ୍କ ସହ କୌଣସି କାରଣରୁ ଏହି ପାରିବାରିକ କଳହ ଜୋର୍‌ ଧରିଥିଲା । ଘରେ ତାଙ୍କ ପତ୍ନୀ, ଦୁଇ ଜଣ ଶାଳୀ ଓ ଜଣେ ଶାଳକ ଶୋଇଥିବା ବେଳେ ଗିରିଷ ରାତି ପ୍ରାୟ ୧୨ଟାରେ ଏକ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କୁ ହତ୍ୟା କରିଥିଲେ ।

ଏହା ବି ପଢ଼ନ୍ତୁ | ବାବା କା ଢାବା ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି

ଭୋର୍‌ ବେଳେ ପରିବାର ଲୋକେ ଦେଖିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ସଦର ହସ୍ପିଟାଲକୁ ଆଣିଥିଲେ, ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଅଭିଯୁକ୍ତ ଜ୍ୱାଇଁ ଗିରିଷଙ୍କୁ ଗିରଫ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

‘‘ମୋ ଭଉଣୀଙ୍କୁ ସେ ପ୍ରେମ ବିବାହ କରିବା ପରେ ଭଉଣୀ ସହ ଦୁହେଁ ଆମରି ଘରେ ରହି ଆସୁଥିଲେ । ଭିଣୋଇ ଓ ଭଉଣୀଙ୍କ ଭିତରେ ଅନେକ ଥର ଝଗଡ଼ା ହେଉଥିଲା । କିନ୍ତୁ ମୋ’ ବାପାଙ୍କୁ ଭିଣୋଇ କାହିଁକି ହତ୍ୟା କଲେ ଆମେ ପରିବାର ଲୋକ ବୁଝିପାରୁନାହୁଁ । ମୋ’ ବାପାଙ୍କ ହତ୍ୟାକାରୀକୁ କଠୋର ଦଣ୍ଡ ଦିଆଯାଉ,’’ କହିଛନ୍ତି ପୁର୍ଣ୍ଣଚନ୍ଦ୍ରଙ୍କ ପୁଅ ପରେଶ ପଧାନ ।



ସଦର ପୋଲିସ ଏସ୍‌.ଡି.ପି.ଓ. ବିକାଶ ବେହୁରିଆ କହିଛନ୍ତି, ‘‘ସଦେଇବେରେଣୀ ହତ୍ୟାକାଣ୍ଡ ମାମଲାରେ ୨୪ ଘଣ୍ଟା ଭିତରେ ଜ୍ୱାଇଁ ହିଁ ହତ୍ୟାକାରୀ ବୋଲି ପୋଲିସ ଜାଣିପାରି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଳଦିଆବନ୍ଧ ହତ୍ୟାକାଣ୍ଡ ପଛରେ ସନ୍ଦେହରେ ଆଖପାଖ ଅଞ୍ଚଳରୁ ଚାରି ଜଣଙ୍କୁ ଅଟକ ରଖିଛୁ । ଅଧିକ ପଚରାଉଚରା ଓ ତଦନ୍ତ ପରେ ହତ୍ୟାକାରୀ କିଏ ଜଣାପଡି଼ବ ।’’
Published by: Anand ST Das
First published: June 21, 2021, 11:48 PM IST