ଭୁବନେଶ୍ୱରରେ ଚାଞ୍ଚଲ୍ୟ: ନିଜ ମା’କୁ ଲୁହା ରଡ଼ରେ ପିଟି ହତ୍ୟା କଲେ ତାଙ୍କର ଦୁଇ ନାବାଳକ ପୁଅ

ବିନୋଦିନୀଙ୍କ ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବା ପରେ ସେ ଅଚେତ ହୋଇପଡ଼ିଥିଲେ । ଦୁଇ ପୁଅ ପଡ଼ିଶା ଘରକୁ ଫୋନ୍ କରି ତାଙ୍କୁ ହସପିଟାଲକୁ ନେବାକୁ ଅନୁରୋଧ କରିଥିଲେ । ହେଲେ ପଡ଼ୋଶୀମାନେ ଆସିବା ବେଳକୁ ବିନୋଦିନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ଭୁବନେଶ୍ୱରରେ ଚାଞ୍ଚଲ୍ୟ: ନିଜ ମା’କୁ ଲୁହା ରଡ଼ରେ ପିଟି ହତ୍ୟା କଲେ ତାଙ୍କର ଦୁଇ ନାବାଳକ ପୁଅ
ଫ୍ଲାଟର ଟଇଲେଟରେ ବିନୋଦିନୀଙ୍କ ରକ୍ତାକ୍ତ ଶରୀର ପଡ଼ିଥିବା ପୋଲି, ଦେଖିଥିଲା ।
  • News18 Odia
  • Last Updated: September 17, 2020, 6:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯେଉଁ ମାଆ ନଅ ମାସ ଗର୍ଭରେ ରଖି ଜନ୍ମ ଦେଲା ଓ ତା’ ପରେ ଲାଳନ ପାଳନ କରି ବଡ଼ କଲା ସେହି ମାଆକୁ ହତ୍ୟା କଲେ ତା’ର ନିଜ ଦୁଇ ସନ୍ତାନ । ଏମିତି ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱରରେ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଥିବା ଅରଚିଡ୍‌ ଆପାର୍ଟମେଣ୍ଟରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ଶିକାର ହୋଇଛନ୍ତି ୪୦-ବର୍ଷୀୟା ମହିଳା ବିନୋଦିନୀ ମିଶ୍ର ।

ବିନୋଦିନୀଙ୍କୁ ତାଙ୍କ ୧୫ ଓ ୧୨ ବର୍ଷର ଦୁଇ ପୁଅ ହତ୍ୟା କରିଛନ୍ତି । ଗତ କାଲି ରାତିରେ କୌଣସି କାରଣକୁ ନେଇ ଦୁଇ ପୁଅ ଓ ମା’ଙ୍କ ଭିତରେ ବଚସା ହୋଇଥିଲା । ଏହା ପରେ ବିନୋଦିନୀଙ୍କୁ ଏକ ଲୁହା ଶାବଳରେ ଆକ୍ରମଣ କରିଥିଲେ ତାଙ୍କର ଏହି ଦୁଇ ନାବାଳକ ପୁଅ ।

ବିନୋଦିନୀଙ୍କ ମୁଣ୍ଡରୁ ପ୍ରଚୁର ରକ୍ତଶ୍ରାବ ହେବା ପରେ ସେ ଅଚେତ ହୋଇପଡ଼ିଥିଲେ । ଏହା ପରେ ଦୁଇ ପୁଅ ପଡ଼ିଶା ଘରକୁ ଫୋନ୍‌ କରି ତାଙ୍କୁ ହସପିଟାଲକୁ ନେବାକୁ ଅନୁରୋଧ କରିଥିଲେ । ହେଲେ ପଡ଼ିଶା ଘର ଲୋକେ ଆସିବା ବେଳକୁ ବିନୋଦିନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ପଡ଼ୋଶୀମାନଙ୍କ ସହିତ ପୋଲିସ ପଚରାଉଚରା କରୁଛି ।


ଏହି ଘଟଣାର ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ଅଭିଯୁକ୍ତ ଦୁଇ ପୁଅଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ଘରୁ ଏକ ଶାବଳ ଓ ମଦ ବୋତଲ ଜବତ ହୋଇଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

‘‘ଏହି ହତ୍ୟା ରାତି ପାଖାପାଖି ସାଢ଼େ ୧୧ଟା ବେଳେ ଘଟିଛି । ଦୁଇ ଜଣ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖାଯାଇଛି ଓ ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପାରିବାରିକ କଳହରୁ ଏହି ହତ୍ୟା ହୋଇଛି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ସୁନ୍ଦରପଦାରେ ଥିବା ଅର୍କିଡ୍ ଆପାର୍ଟମେଣ୍ଟସ୍


କୁହାଯାଉଛି ବିନୋଦିନୀଙ୍କର ପରକ୍ରିୟା ପ୍ରୀତି ଥିଲା ଓ ସେ ନିଶା ସେବନ କରୁଥିଲେ । ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ସେ ନିଜ ଦୁଇ ପୁଅଙ୍କ ଉପରେ ଅତ୍ୟାଚାର କରୁଥିଲେ । ଅତ୍ୟାଚାର ଅସହ୍ୟ ହେବା ପରେ ଦୁଇ ନାବାଳକ ନିଜ ମାଆଙ୍କୁ ହତ୍ୟା କରିଥିବା କୁହାଯାଉଛି ।  ବିନୋଦିନୀଙ୍କ ସ୍ବାମୀ ଭୁବନେଶ୍ବର ବାହାରେ ରହନ୍ତି।



ସୂତ୍ରଙ୍କ ଅନୁସାରେ ବିନୋଦିନୀଙ୍କ ପତି ରାଉରକେଲାରେ ଚାକିରି କରନ୍ତି । ପୋଲିସ ତାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଉଛି । ଜଣେ ପଡ଼ୋଶୀଙ୍କ କହିବା ଅନୁସାରେ ଦୁଇ ନାବାଳକ ଯୁବକ ତାଙ୍କୁ ନିକଟରେ କହିଥିଲେ ଯେ ତାଙ୍କ ବାପା ତିନି ବର୍ଷ ତଳେ ଏଠାକୁ ଆସିଥିଲେ, ଆଉ ଆସି ନାହାନ୍ତି । ବିନୋଦିନୀଙ୍କ ମୂଳ ଘର ପୁରୀ ଜିଲ୍ଲାର ଏକ ସ୍ଥାନରେ ବୋଲି କୁହାଯାଉଛି ।
Published by: Anand Shankar Thankur Das
First published: September 17, 2020, 6:05 PM IST
corona virus btn
corona virus btn
Loading