ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ
- News18 Odia
- Last Updated :
- New Delhi, India
News 18 Odia Digital
କଟକ: କଟକ ଜିଲ୍ଲା ନିଶ୍ଚିତକୋଇଲି ବନମାଳୀପୁର ଗାଁରେ ଅଘଟଣ । ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣଙ୍କ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୭ ବର୍ଷ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଦୁଇ ପୋଖରୀ କୂଳରେ ଖେଳୁଥିଲେ ଦୁଇ ଭଉଣୀ । ହଠାତ୍ ଅସାବଧାନତା ଲାଗି ଦୁଇ ଭଉଣୀ ପୋଖରୀ ପାଣିରେ ପଡିଯାଇଥିଲା । ଏହାପରେ ଗ୍ରାମାବାସୀମାନେ ଉଦ୍ୟମ କରି ଦୁଇ ଭଉଣୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ସେତେବଳକୁ ପାଣିରେ ବୁଡିବା ଲାଗି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇସାରିଥିଲା। ସେପଟେ ଦୁଇ ଭଉଣୀଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ମୃତ ଦୁଇ ଭଉଣୀଙ୍କ ଦାଦା ବିକାଶ ପଣ୍ଡା କହିଛନ୍ତି, ଛୁଆ ଦୁଇଟି ଘର ପାଖ ରାସ୍ତାରେ ଖେଳୁଥିଲେ । ଖେଳୁ ଖେଳୁ କେତେବେଳେ ପୋଖରୀ ପାଖକୁ ଚାଲି ଯାଇଥିଲେ । ହେଲେ ଘର ଲୋକ କେହି ଦେଖି ପାରି ନଥିଲେ । ପରେ ସେମାନେ ଆଖପାଖରେ କେଉଁଠି ଦେଖା ନଯିବାରୁ ଖୋଜାଖୋଜି କରାଯାଇଥିଲା । ପୋଖରୀରେ ବଡ଼ ଝିଅର ମୃତଦେହ ଭାସୁଥିଲା । ସାନ ବୁଡ଼ି ଯାଇଥିଲା । ଅନୁମାନ କରାଯାଉଛି, ସାନ ଝିଅଟି ପ୍ରଥମେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯିବାରୁ ବଡ଼ ଝିଅ ତାକୁ ରକ୍ଷା କରିବାକୁ ଯାଇ ବୁଡ଼ି ଯାଇଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।