ଜଙ୍ଗଲରେ ଭାଲୁ ସହିତ ମୁହାଁମୁହିଁ: ରେଢ଼ାଖୋଲରେ ସଙ୍ଘର୍ଷ ପରେ ଭାଲୁ ଓ ଦୁଇ ଜଣ ମୃତ, ଜଣେ ଆହତ

ଏହି ଘଟଣାରେ ଆହତ ନ ହୋଇ ବଞ୍ଚିଯାଇଥିବା ଦୁଇ ଜଣ ଲୋକ କହିଛନ୍ତି ଯେ ସେମାନେ ପ୍ରାଣ ବିକଳରେ ଗଛ ଉପରକୁ ଚଢ଼ି ଯାଇଥିଲେ । ବାକି ତିନି ଜଣ ଜୀବନ ବଞ୍ଚାଇବା ପାଇଁ ଭାଲୁ ସହିତ ଲଢ଼େଇ କରିଥିଲେ ।

ଜଙ୍ଗଲରେ ଭାଲୁ ସହିତ ମୁହାଁମୁହିଁ: ରେଢ଼ାଖୋଲରେ ସଙ୍ଘର୍ଷ ପରେ ଭାଲୁ ଓ ଦୁଇ ଜଣ ମୃତ, ଜଣେ ଆହତ
ଭାଲୁ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଥିବା ଅଷାଢ଼ୁ ମୁଣ୍ଡା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ଜଙ୍ଗଲ ଭିତରେ ବୁଲୁ ବୁଲୁ ଅଚାନକ ସାମନାରେ ଭାଲୁ ଆସି ଆକ୍ରମଣ କରିବାରୁ ତା’ ସହ ସାହସିକ ସଙ୍ଘର୍ଷ କରି ଦୁଇ ଜଣ ବ୍ୟକ୍ତି ପ୍ରାଣ ହରେଇଛନ୍ତି । ଏହି ସଙ୍ଘର୍ଷ ପରେ ଭାଲୁଟିର ବି ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଏହି ଗଟଣା ଘଟିଛି ରେଢ଼ାଖୋଲ ଥାନା ବଡ଼ବାହାଲ ପଞ୍ଚାୟତର ବଣୀଆବନ୍ଧ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ।

ବଣୀଆବନ୍ଧ ଗ୍ରାମର ପାଞ୍ଚ ଜଣ ପୁରୁଷ ଲୋକ ମିଶି ରବିବାର ଦିନ ଦୁଇଟା ବେଳେ ନିକଟସ୍ଥ କରଡ଼ାପାଲ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରେ ବୁଲୁଥିବା ସମୟରେ ହଠାତ ସେମାନଙ୍କର ଭାଲୁ ସହିତ ମୁହାଁମୁହିଁ ହୋଇଥିଲା । ଭାଲୁଟି ସେମାନଙ୍କୁ ଦେଖି ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରୁ ଜୀବନ ବଞ୍ଚାଇବା ପାଇଁ ଭାଲୁ ଓ ଏମାନଙ୍କ ମଧ୍ୟରେ ଲଢେଇ ହୋଇଥିଲା ।

ଏହି ଘଟଣାରେ ଆହତ ନ ହୋଇ ରକ୍ଷା ପାଇଯାଇଥିବା ସୁବନ ମୁଣ୍ଡା ଓ ସୁବଳ ମୁଣ୍ଡା କହିଛନ୍ତି ଯେ ସେମାନେ ପ୍ରାଣ ବିକଳରେ ଗଛ ଉପରକୁ ଚଢ଼ି ଯାଇଥିଲେ । ବାକି ତିନି ଜଣ – ଚେରୁ ମୁଣ୍ଡା, କୃଷ୍ଣ ମୁଣ୍ଡା ଓ ଅଷାଢୁ ମୁଣ୍ଡା – ଜୀବନ ବଞ୍ଚାଇବା ପାଇଁ ଭାଲୁ ସହିତ ଲଢ଼େଇ କରିଥିଲେ । ସାହସିକତାର ସହିତ ଭାଲୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜୋରଦୋର ଉଦ୍ୟମ କରି ଭାଲୁକୁ ନିସ୍ତୁକ ପ୍ରହାର କରିଥିଲେ । ହେଲେ ଭାଲୁ ଆକ୍ରମଣରେ ଚେରୁ ମୁଣ୍ଡା ଓ କୃଷ୍ଣ ମୁଣ୍ଡାଙ୍କର ମୃତ୍ୟୁ ହୋଇଥିବା ବେଳେ ଅଷାଢୁ ମୁଣ୍ଡା ଗୁରୁତର ଆହତ ଅବସ୍ଥାରେ ପଡ଼ି ଉଠି ଲହୁ ଲୁହାଣ ହୋଇ ଘରକୁ ଫେରିଥିଲେ ।

ସଙ୍ଘର୍ଷ ପରେ ମୃତ ଭାଲୁ


ଅଷାଢ଼ୁଙ୍କୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ରେଢାଖୋଲ ଡାକ୍ତରଖାନାରେ ଭର୍ତି କରିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବଡବହାଲ ବନ ବିଭାଗର କେତେକ ଅଧିକାରୀ ଓ ରେଢାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

‘‘ଘଟଣା ସ୍ଥଳରେ ପହଞ୍ଚିବା ପରେ ଆମେ ବନ ବିଭଗାର କର୍ମଚାରୀଙ୍କ ସହାୟତାରେ ଭାଲୁର ଗତିବିଧି ଜାଣିବା ପାଇଁ ଓ ବାଣ ଫୁଟାଇ ତାକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲୁ । ଭାଲୁର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନ ଥିଲା । ତେଣୁ ବନ ବିଭାଗର କର୍ମଚାରୀମାନେ ସତର୍କତାର ସହିତ ଭାଲୁ ପାଖକୁ ଯାଇ ତାକୁ ହଲାଇଥିବାରୁ ତା’ର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ଏହା ପରେ ଭାଲୁର ମୃତ ଶରୀର ଓ ଚେରୁ ଓ କୃଷ୍ଣଙ୍କର ଶବକୁ ଉଦ୍ଧାର କରା ଯାଇଥିଲା,’’ କହିଛନ୍ତି ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ।

ରଜ ପର୍ବ ପାଳନ ହେଉଥିବା ସମୟରେ ଅଞ୍ଚଳରେ ଚାଷ କାର୍ଯ୍ୟ ବନ୍ଦ ଥିବାରୁ ସାଧାରଣତଃ ଗ୍ରାମବାସୀମାନେ ଜଙ୍ଗଲକୁ ଯାଇ ମହୁ ଓ ଚାଷ ପାଇଁ ବିଭିନ୍ନ ଉପକରଣ ସଂଗ୍ରହ କରିବା ପରମ୍ପରା ରହିଛି । ସେହି କାରଣରୁ ପହିଲି ରଜ ଦିନ ଜଙ୍ଗଲକୁ ଲୋକେ ଯାଇଥିବା ବେଳେ ଏଭଳି ମର୍ମନ୍ତୁଦ ଘଟଣା ଘଟିଯାଇଛି । ଏହି ଦୁଃଖଦ ଘଟଣା ଜଣା ପଡ଼ିବା ପରେ ବଡ଼ବାହାଲ ଅଞ୍ଚଳ ସମେତ ସମଗ୍ର ରେଢ଼ାଖୋଲ ଉପଖଣ୍ଡରେ ଶୋକ ଓ ଭୟର ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 15, 2020, 4:57 PM IST
corona virus btn
corona virus btn
Loading