ଭୁବନେଶ୍ୱର: ରେଳ ପୋଲିସ୍ IGଙ୍କ ନାଲି ବତି କାର୍ ଚଢ଼ି ଦାଦା ବଟି ମାଗୁଥିଲେ, ଗିରଫ ହୋଇ ଜେଲ୍ ଗଲେ

ଜବତ ହୋଇଥିବା ଇନୋଭା କାର୍‌ (ଓଡି ୦୨ ବିଜି ୨୧୧୧) ରେଲୱେ ଆଇଜି ରାଜାରାମଙ୍କ ଡ୍ୟୁଟିରେ ଲାଗିଥିଲା l ଗିରଫ ସୌମ୍ୟ ରଞ୍ଜନ ରାଉତ ଆଇଜିଙ୍କ ଡ୍ରାଇଭର ଥିଲା l

ଭୁବନେଶ୍ୱର: ରେଳ ପୋଲିସ୍ IGଙ୍କ ନାଲି ବତି କାର୍ ଚଢ଼ି ଦାଦା ବଟି ମାଗୁଥିଲେ, ଗିରଫ ହୋଇ ଜେଲ୍ ଗଲେ
ଗିରଫ ହୋଇଥିବା ସୌମ୍ୟ ରଞ୍ଜନ ରାଉତ ଓ ଚନ୍ଦ୍ର ଶେଖର ଦାସ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜକୁ ପୋଲିସର ପରିଚୟ ଦେଇ ହାଇୱେ ଉପରେ ବଟି ଆଦାୟ କରୁଥିଲେ ଦୁଇ ଜଣ ଯୁବକ l ସାଙ୍ଗରେ ଥିଲା ପୋଲିସ୍‌ ଆଇଜିଙ୍କ କାର୍‌ । ହେଲେ ଏହି ଦୁଇ ନକଲି ପୋଲିସ କର୍ମଚାରୀଙ୍କ ପ୍ଲାନ୍‌ ସଫଳ ହେଲା ନାହିଁ । ସେମାନଙ୍କୁ ଗିରଫ କଲା କମିଶନରେଟ ପୋଲିସ l

ଏହି ଦୁଇ ଯୁବକ ହେଲେ ସୌମ୍ୟ ରଞ୍ଜନ ରାଉତ (୨୯) ଓ ଚନ୍ଦ୍ର ଶେଖର ଦାସ (୪୦) l ସୌମ୍ୟର ଘର କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଦାଧରେ l ଚନ୍ଦ୍ରଶେଖରର ଘର ଯାଜପୁର ଜିଲ୍ଲାର ବରିରେ l ଉଭୟ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଲକ୍ଷ୍ମୀ ବସ୍ତିରେ ରହୁଥିଲେ l ସୌମ୍ୟଙ୍କ ନାଁରେ ପୂର୍ବରୁ କେତେକ ଆପରାଧିକ ମାମଲା ରହିଛି l

ବଡ଼ କଥା ହେଲା ଜବତ ହୋଇଥିବା ଇନୋଭା (ଓଡି ୦୨ ବିଜି ୨୧୧୧)ଟି ରେଲୱେ ଆଇଜି ରାଜାରାମଙ୍କ ଡ୍ୟୁଟିରେ ଲାଗିଥିଲା l ଗିରଫ ସୌମ୍ୟ ରଞ୍ଜନ ରାଉତ ଆଇଜି ରାଜାରାମଙ୍କ ଡ୍ରାଇଭର ଥିଲା l

ସଟଡାଉନ ଯୋଗୁଁ ରବିବାର ସାରା ଭୁବନେଶ୍ଵର ବନ୍ଦ ଥିଲା l ରାସ୍ତାଘାଟ ଶୁନଶାନ ଥିବା ବେଳେ ସୌମ୍ୟ ଓ ଚନ୍ଦ୍ରଶେଖର ଆଇଜି ରାଜାରାମଙ୍କ ଅଫିସ କାର ଧରି ନୟାପଲ୍ଲୀ ଫ୍ଲାଇଓଭର ଉପରେ ଟ୍ରକଗୁଡ଼ିକୁ ଅଟକାଇ ବଟି ମାଗୁଥିଲେ l ସେତିକି ବେଳେ କାରରେ ଜଳୁଥିଲା ନାଲି ବତି l ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ  ନାଲିବତି ଗାଡ଼ି ଓ ସୌମ୍ୟଙ୍କ ଚାଲିଚଳଣିକୁ ଦେଖି ସନ୍ଦେହ ପ୍ରକଟ କରିଥିଲେ l ନିଜ ମୋବାଇଲରେ ଭିଡ଼ିଓ ସୁଟିଂ କରିବା ସହ ପୋଲିସକୁ ଜଣାଇଥିଲେ l ପୋଲିସ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥିଲା l କିନ୍ତୁ ତା ପୂର୍ବରୁ କାର ନେଇ ଉଭୟ ଫେରାର ହୋଇ ଯାଇଥିଲେ l

କାରର ନମ୍ବର ପ୍ଲେଟ୍


ଏଭଳି ସଙ୍ଗୀନ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ l ଗାଡ଼ି ନମ୍ବରଟିକୁ ଯାଞ୍ଚ କରି ରାତାରାତି ପୋଲିସ ପହଞ୍ଚିଥିଲା ସୌମ୍ୟ ଓ ଚନ୍ଦ୍ରଶେଖରଙ୍କ ପାଖରେ l

‘‘କାର୍‌ଗୁଡ଼ିକ ଟ୍ରାଭେଲ ଆଜେନ୍ସି ମାଧ୍ୟମରେ ରେଲୱେ ଡ୍ୟୁଟିରେ ଲାଗିଛି l ଛୁଟି ଦିନଗୁଡ଼ିକରେ କାରର ମାଲିକ ଦେଖିବା କଥା ଗାଡ଼ି କୁଆଡେ ଯାଉଛି ଓ କିଏ ଚଳାଉଛି I ଏଥିରେ ମୋ’ର କୌଣସି ଭୁଲ ନାହିଁ,’’ କହିଛନ୍ତି ରେଲୱେ ଆଇଜି ରାଜାରାମ ।

ବଡ଼ କଥା ହେଲା ସୌମ୍ୟ ନାଁରେ ଆପରାଧିକ ମାମଲା ରହିଥିବା ସତ୍ତ୍ଵେ ରାଜାରାମ୍‌ ଓ ରେଲୱେର ବରିଷ୍ଠ ଅଧିକାରୀମାନେ କେମିତି ଏ କଥାକୁ ଜାଣି ପାରି ନ ଥିଲେ ତାହା ପ୍ରଶ୍ନ ସୃଷ୍ଟି କରୁଛି l

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ଉଭୟଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି l ସୌମ୍ୟ ନାଁରେ ଥିବା ଡ୍ରାଇଭିଂ ଲାଇସେନ୍ସକୁ ତୁରନ୍ତ ବାତିଲ କରିବା ପାଇଁ ଆରଟିଓଙ୍କୁ ଚିଠି ଲେଖାଯିବ ବୋଲି କହିଛି ପୋଲିସ l ଏହି ଘଟଣାର ତଦନ୍ତ କମିଶନରେଟ ପୋଲିସ ଚଳାଇଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବା ବାକି ଅଛି ।
Published by: Anand Shankar Thankur Das
First published: July 7, 2020, 5:42 PM IST
corona virus btn
corona virus btn
Loading