ବାଲେଶ୍ୱରରେ ବର୍ବରତା: ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ; ଜଣେ ମୃତ

ପାଖାପାଖି ୧୫ ଜଣ ଲୋକ ଏହି ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ତେଲେଙ୍ଗାନା କଟୁରୀ, ଖଣ୍ତା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଦୁଇ ଜଣଙ୍କ ଗୋଟିଏ ଗୋଟିଏ ହାତକୁ ସଂପୂର୍ଣ ହାଣି ଦେଇଥିଲେ ସେମାନେ।

ବାଲେଶ୍ୱରରେ ବର୍ବରତା: ଦୁଇ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ; ଜଣେ ମୃତ
ବାଲେଶ୍ୱର ହସପିଟାଲରେ ଜଣେ ଆହତ ଯୁବକର ଚିକିତ୍ସା ବେଳର ଦୃଶ୍ୟ
  • News18 Odia
  • Last Updated: August 4, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ପୂବ ଶତୃତାରୁ ଏମିତି କ୍ରୋଧ ଯେ ଦୁଇ ଜଣ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତମାନେ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଗଲା, ଆଉ ଆର ଜଣକ ଗୁରୁତର ଅବସ୍ଥାରେ ଏବେ ବାଲେଶ୍ୱର ସଦର ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଆନୁସାରେ ୧୫ରୁ ଅଧିକ ଯୁବକ ଏହି ଦୁଇ ଯୁବକଙ୍କୁ ତେଲେଙ୍ଗାନା କଟୁରୀ, ଖଣ୍ତା ଓ ଭୁଜାଲିରେ ମିଳିତ ଆକ୍ରମଣ କରିଥିଲେ । ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ସଦର ହସପିଟାଲ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୁତ୍ଯୁ ହୋଇଥିଲା । ତାଙ୍କ ନାମ ତପନ କୁମାର ପାତ୍ର । ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ତାଙ୍କୁ ସୋରୋ ହସପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ନାରକୀୟ କାଣ୍ଡ ବାଲେଶ୍ଵର ସଦର ବ୍ଲକ ବୁଆଣ ପଞ୍ଚାୟତର ପାରିକୂଳ ଗାଁରେ ଗତ ରାତି ୮ଟା ୩୦ମିନିଟରେ ଘଟିଛି । ସ୍କୁଟିରେ ଦୁଇ ଯୁବକ ପ୍ରିୟବ୍ରତ ମହାପାତ୍ର ଓ ତପନ କୁମାର ପାତ୍ର ଏକ ବେରେଲରେ ଡିଜେଲ ନେଇ ଗାଁକୁ ଫେରିବା ବେଳେ ଛତ୍ରପୁର ବେଲବାରିଆରେ ଗୋଟିଏ ଗୋଷ୍ଠୀର ୧୫ରୁ ଅଧିକ ଯୁବକ ତାଙ୍କ ସ୍କୁଟି ଅଟକାଇଥିଲେ । ତା’ପରେ ସେମାନେ ଏହି ଦୁଇ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ତେଲେଙ୍ଗାନା କଟୁରୀ, ଖଣ୍ତା ଓ ଭୁଜାଲିରେ ଆକ୍ରମଣ କରିଥିଲେ ।

ମୃତ ତପନ କୁମାର ପାତ୍ରଙ୍କ ଦାଦା ଶ୍ରୀମନ୍ତ ପାତ୍ର (ମଝି)


ଆକ୍ରମଣକରୀମାନେ ତପନର ଗୋଟିଏ ହାତ ସଂପୂର୍ଣ ହାଣି ଦେଇଥିଲେ । ତାଙ୍କର ଅନ୍ଯ ହାତ, ମୁଣ୍ଡ ଓ ଗୋଡ଼କୁ ବି ହାଣିଥିଲେ ଆକ୍ରମଣକାରୀମାନେ । ପ୍ରିୟବ୍ରତର ହାତକୁ ବି ସେମାନେ ହାଣିଛନ୍ତି । ସେ ଏବେ ବାଲେଶ୍ଵରରେ ଚିକିତ୍ସା ହେଉଛି ।

‘‘ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଛି । ପୂର୍ବ ଶତୃତା କହିଲେ ବଚସା, ଝଗଡ଼ା, ବାସନ୍ତୀ ପୂଜା ଗଣ୍ଡଗୋଳ ଓ ଇଲେକ୍ସନ୍‌ ଗଣ୍ଡଗୋଳ ଆଦି ରହିଛି । ପୂର୍ବରୁ ପ୍ଲାନ୍‌ କରି ସେମାନଙ୍କ ଉପରେ ଏହି ଆକ୍ରମଣ କରାଯାଇଛି,’’ କହିଛନ୍ତି ମୃତ ଯୁବକ ତପନ କୁମାର ପାତ୍ରଙ୍କ ଦାଦା ଶ୍ରୀମନ୍ତ ପାତ୍ର । ସେ ବାଲେଶ୍ୱରରେ ରହନ୍ତି । ଏହି ଆକ୍ରମଣ ଖବର ଶୁଣି ସେ ଆସିଥିଲେ ଓ ଗୁରୁତର ଆହତ ହୋଇଥିବା ତପନକୁ ବାଲେଶ୍ୱର ଡାକ୍ତରଖାନାରୁ କଟକ ସେ ନେଉଥିଲେ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ମୁମ୍ବାଇ ପୋଲିସର ଅବହେଳାରୁ ଦିଶାଙ୍କ ମୃତ୍ୟୁ ସହ ଜଡ଼ିତ ଫାଇଲ୍ ଡିଲିଟ୍ ହୋଇଛି

ଏହା ବି ପଢ଼ନ୍ତୁ | ନିଜ ପ୍ରେମକୁ ଲୁଚାଇବାକୁ ହତ୍ୟାକାରୀ ହେଲା ଭଉଣୀ, ପ୍ରେମିକ ସହ ମିଶି ସାନ ଭାଇକୁ ମାରିଦେଲା



ପୋଲିସ ଏହି ଘଟଣା ପରେ ଏକ ହତ୍ୟା ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି । ଗୋଟିଏ ଦିନ ବିତିଯାଇଥିଲେ ମଧ୍ୟ ଏହି ମାମଲାରେ କୌଣସି ଗିରଫଦାରୀ ହୋଇ ନ ଥିବା ଜଣା ପଡ଼ିଛି । ଆକ୍ରମଣକାରୀ ଯୁବକମାନେ ନିଜ ଘରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।
Published by: Anand Shankar Thankur Das
First published: August 4, 2020, 9:05 PM IST
corona virus btn
corona virus btn
Loading