News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଉପକଣ୍ଠରେ ଗ୍ୟାଙ୍ଗୱାର ପାଇଁ ସୁପାରୀ କିଲର । ଦବଦଵା ପାଇଁ ଅପରଗୋଷ୍ଠୀକୁ ଆକ୍ରମଣ କରିବା ପାଇଁ ଦିଆଯାଇଥିଲା ସୁପାରୀ । ସୁପାରୀ ନେଇଥିବା ଦୁଇଜଣ ଦୁର୍ବୃତ୍ତ କେନ୍ଦ୍ରାପଡ଼ାରୁ ଆସିଥିଲେ । ହେଲେ ଅପରାଧ ପୂର୍ବରୁ ଧରା ପଡ଼ି ଗଲେ । ଜଟଣୀ ଥାନା ପୋଲିସ ଅପରାଧ ଘଟଣା ସ୍ଥଳରେ ପହଞ୍ଚି ୩ଜଣଙ୍କୁ ଗିରଫ କରିଛି ।
ସେମାନଙ୍କ ପାଖରୁ ୨ଟି ମାଉଜର ଓ ଗୁଳି ଜବତ ହୋଇଛି । ଗିରଫ ୩ ଅଭିଯୁକ୍ତ ହେଲେ ସନ୍ତୋଷ ମାର୍ଥା, ଧର୍ମେନ୍ଦ୍ର ରାଉତ ଓ ଦୀପ୍ତି ରଞ୍ଜନ ଜେନା । ସନ୍ତୋଷର ଘର ସୁନ୍ଦରପଦା ହୋଇଥିବା ବେଳେ ଧର୍ମେନ୍ଦ୍ର ଓ ଦୀପ୍ତି କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି ।

ଜବତ ହୋଇଥିବା ବନ୍ଧୁକ ଓ ମୋବାଇଲ
"ସୁନ୍ଦରପଦାର ସନ୍ତୋଷ ମାର୍ଥା ଅପରାଧ ଘଟାଇବା ପାଇଁ ଏହି ସୁପାରୀ କିଲରଙ୍କୁ ଦେଇଥିଲେ ସୁପାରୀ । ଆଉ ସୁପାରୀ ପାଇବା ପରେ ଟାର୍ଗେଟକୁ ସଫା କରିବା ପାଇଁ କେନ୍ଦ୍ରାପଡାରୁ ଖୋର୍ଦ୍ଧା ଜଟଣୀକୁ ଧାଇଁ ଆସିଥିଲେ ଦୁଇ ଅପରାଧୀ । ପୋଲିସକୁ ଖବର ମିଳିବା ପରେ କବଜାକୁ ଆସିଥିଲେ କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ବିକ୍ରମ ରାଉତ ଓ ଦୀପ୍ତି ଜେନା । ଆଉ ଏହି ଦୁଇ ଅପରାଧୀ ଧରାପଡିବା ପରେ ସୁପାରୀ ଦେଇଥିବା ସନ୍ତୋଷ ମାରଥାକୁବି ଗିରଫ କରିଛି ଜଟଣୀ ଥାନା ପୋଲିସ । ପରେ ତଦନ୍ତ ବେଳେ ଜଣା ପଡିଲା, ସନ୍ତୋଷର ଏକ ଗ୍ୟାଙ୍ଗ ରହିଛି । ନିଜ ଗ୍ୟାଙ୍ଗକୁ ଦବଦବା ପାଇଁ ଅପରପକ୍ଷର ଏକ ଗ୍ୟାଙ୍ଗକୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା,"କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।
ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ନାରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି । ସ୍ଥାନୀୟ ଅଞ୍ଚଳରେ ଜମି ମାଫିଆଙ୍କ ସହ ସମ୍ପର୍କ ରଖି ନିଜର ଗ୍ୟାଙ୍ଗ ଜରିଆରେ ଆତଙ୍କ ଖେଳାଉଥିଲା ସନ୍ତୋଷ । ସେହିଭଳି ତଦନ୍ତ ବେଳେ ଜଣା ପଡିଲା, ଦୁଇ ସୁପରିକିଲର ଧର୍ମେନ୍ଦ୍ର ଓ ଦୀପ୍ତି ନାମରେ କେନ୍ଦ୍ରାପଡାରେ ଅନେକ ଅପରାଧିକ ମାମଲା ରହିଛି। ତେଣୁ ସେନେଇ କେନ୍ଦ୍ରାପଡା ପୋଲିସ ସହ ଯୋଗାଯୋଗ କରିବ କମିଶନରେଟ ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।