ସ୍ୱର୍ଗଦ୍ୱାରରେ ଜୁଇର ପାଉଁଶ ଉଡି଼ବାରୁ ଉନ୍ନତ୍ତ କାଣ୍ଡ; ଶବ ଦାହ ବେଳେ ହାତାହାତି ହେଲେ ଦୁଇ ଗୋଷ୍ଠୀ

ଜଣେ ଯୁବକଙ୍କ ଜୁଇ ନିକଟରେ ଜଳି ସାରିଥିବା ଆଉ ଏକ ଜୁଇକୁ ସ୍ୱର୍ଗଦ୍ୱାର କର୍ମଚାରୀମାନେ ପାଣି ପକାଇ ଲିଭାଉଥିବା ବେଳେ ଘଟିଥିଲା ଆକ୍ରମଣ । ଜଣେ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ସ୍ୱର୍ଗଦ୍ୱାରରେ ଜୁଇର ପାଉଁଶ ଉଡି଼ବାରୁ ଉନ୍ନତ୍ତ କାଣ୍ଡ; ଶବ ଦାହ ବେଳେ ହାତାହାତି ହେଲେ ଦୁଇ ଗୋଷ୍ଠୀ
ବାଲିସାହି ଅଞ୍ଚଳର ଜଣେ ମୃତ ଯୁବକଙ୍କ ଶବ ଦାହ ବେଳେ ଘଟିଥିଲା ଉତ୍ତେଜନା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ସ୍ୱର୍ଗଦ୍ୱାରରେ ଘଟିଛି ଏକ ଅଭାବନୀୟ ଘଟଣା । ଜୁଇରୁ ପାଉଁଶ ଉଡି଼ବାକୁ ନେଇ ଜଣେ କର୍ମଚାରୀଙ୍କ ଉପରେ ହୋଇଛି ଆକ୍ରମଣ । ଏପରିକି ଜାତିଆଣ ଆକ୍ଷେପ ହୋଇଥିବା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବା ପରେ ସୁରୁଖୁରୁରେ ଶବଦାହ ହୋଇଥିଲା ।

ଏହି ଆକ୍ରମଣ ଘଟଣା ଫେବୃଆରୀ ୨୭ ତାରିଖ ରାତିରେ ବାଲିସାହି ଅଞ୍ଚଳର ଜଣେ ଯୁବକଙ୍କ ଶବଦାହ ସମୟରେ ଘଟିଥିଲା । ଯୁବକଙ୍କ ଜୁଇ ପାଖରେ ତାଙ୍କର କିଛି ସମ୍ପର୍କୀୟ ଓ ସହକର୍ମୀମାନେ ଛିଡା ହୋଇଥିଲେ । ସ୍ୱର୍ଗଦ୍ୱାରରେ ଉନ୍ମତିମୂଳକ କାର୍ଯ୍ୟ ଚାଲିଥିବାରୁ ବର୍ତ୍ତମାନ ଶବଦାହ ସଙ୍କୁଚିତ ଅଞ୍ଚଳରେ କରାଯାଉଛି । ତେଣୁ ଗୋଟିଏ ଶବ ଦାହ ପରେ ଜୁଇ ନିଆଁରେ ପାଣି ପକାଇ ଲିଭାଇବା ପରେ ଆଉ ଏକ ଶବ ଦାହ ସେହିଠାରେ କରାଯାଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ଏହି ଯୁବକଙ୍କ ଜୁଇ ନିକଟରେ ଜଳି ସାରିଥିବା ଆଉ ଏକ ଜୁଇକୁ ସ୍ୱର୍ଗଦ୍ୱାର କର୍ମଚାରୀମାନେ ପାଣି ପକାଇ ଲିଭାଉଥିଲେ । ଏହି ସମୟରେ ଜୁଇରୁ କିଛି ପାଉଁଶ ଉଡି଼ଥିଲା । ତେଣୁ ବାଲିସାହି ଅଞ୍ଚଳର ମୃତ ଯୁବକଙ୍କ ସହକର୍ମୀମାନେ ଉତ୍ୟକ୍ତ ହୋଇ ଜଣେ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ଶଙ୍ଖିଆ ମାରିଥିଲେ । କର୍ମଚାରୀ ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିକଟସ୍ଥ କାର୍ଯ୍ୟାଳୟରେ ପଶିଯାଇଥିଲେ ।

ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଏବେ ଚାଲିଛି ।


‘‘ମୃତ ଯୁବକଙ୍କ ଉତ୍ୟକ୍ତ ପରିଜନମାନେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ମାଡ ମାରିଥିଲେ । କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବାରୁ ସେମାନଙ୍କ ସାହି ବାସିନ୍ଦା ସେଠାରେ ପହଞ୍ଚିଥିଲେ ଓ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ । ଏ ନେଇ ଆମେ ତୁରନ୍ତ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲୁ,’’ କହିଛନ୍ତି ସ୍ୱର୍ଗଦ୍ୱାରର ସୁପରଭାଇଜର ଦାୟିତ୍ୱରେ ଥିବା ସିଦ୍ଧାର୍ଥ ରାୟ ।

ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

ସମୁଦ୍ର କୂଳ ଥାନା ଆଇଆଇସି ଚିନ୍ମୟ ରାଉତ କହିଛନ୍ତି, ‘‘ସ୍ୱର୍ଗଦ୍ୱାରରେ ଗଣ୍ଡଗୋଳ ଓ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବା ଖବର ପାଇ ଆମେ ତୁରନ୍ତ ସଦଳବଳେ ସେଠାରେ ପହଞ୍ଚଚିଥିଲୁ । ପାଣି ପଡି଼ ଜୁଇ ପାଉଁଶ ଉଡି଼ବାକୁ ନେଇ ଏଭଳି କାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ହେଲେ ଉକ୍ଷୟ ପକ୍ଷଙ୍କ ସହ ଆଲୋଚନା କରି ସମାଧାନ କରିବା ପରେ ସୁରୁଖୁରୁରେ ଶବଦାହ ହୋଇଥିଲା ।’’



ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ ଚାଲିଥିବାରୁ ଶବଦାହ ପାଇଁ ଥିବା ଜାଗା ସଙ୍କୁଚିତ ହୋଇପଡିଛି । ଦୈନିକ ୭୦ରୁ ଅଧିକ ଶବ ଦାହ ପାଇଁ ଏଠାକୁ ଆସୁଥିବା ବେଳେ ଏଭଳି ସମସ୍ୟା ବାରମ୍ବାର ଉପୁଜୁଛି । ଏ ନେଇ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
Published by: Anand Shankar Thankur Das
First published: March 2, 2021, 4:30 PM IST