ବାଲେଶ୍ୱରରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଥର ଗୁଳିକାଣ୍ଡ; ଟଙ୍କା ଲୁଟର ମାମଲା ବଢ଼ି ଚାଲିଛି

ବାଲେଶ୍ୱରରେ ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା ଦେଖାଯାଉଛି । ବାରମ୍ବାର ସଦର ଥାନା ଓ ଖନ୍ତାପଡ଼ା ଥାନା ମଝିରେ ଲୁଟ୍ ଘଟଣା ଓ ଗୁଳିମାଡ଼ ହେଉଥିବାରୁ ପୋଲିସର ସକ୍ରିୟତା ଉପରେ ପ୍ରଶ୍ନ ଉଠିଛି ।

ବାଲେଶ୍ୱରରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଥର ଗୁଳିକାଣ୍ଡ; ଟଙ୍କା ଲୁଟର ମାମଲା ବଢ଼ି ଚାଲିଛି
ଗୁଳିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ବାଲେଶ୍ୱର ସଦର ହସପିଟାଲକୁ ଅଣାଯାଇଥିଲା ।
  • News18 Odia
  • Last Updated: January 6, 2021, 3:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବାଲେଶ୍ୱରରେ ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର ଗୁଳି ଫୁଟିବା ଯୋଗୁଁ ସହରବାସୀ ଭୟଭୀତ ଅଛନ୍ତି । ସହରରେ ଗୁଳି କାଣ୍ଡ ସହ ଟଙ୍କା ଲୁଟ ଘଟଣା ବୃଦ୍ଧି ପାଇଛି । ଡିସେମ୍ବର ୨୮ତାରିଖରେ ଜଣେ ଯୁବକଙ୍କୁ ଗୁଳି ମାରି ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ବେଳେ ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ଟଙ୍କା ଲୁଟ ଉଦ୍ୟମ ବେଳେ ଗୁଳି ମାଡ଼ ହୋଇଥିଲା ।

ଦ୍ୱିତୀୟ ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏ ନେଇ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଓ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି । ଗୁଳି ମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର କାହ୍ନୁଚରଣ ଧଳଙ୍କ ପୁଅ ୫୦ ବର୍ଷୀୟ ରାଜକିଶୋର ଧଳ ।

ଏହା ବି ପଢ଼ନ୍ତୁ | ମକର ସଂକ୍ରାନ୍ତି ଆଗରୁ ଆରମ୍ଭ ହୋଇପାରେ କରୋନା ଟିକାକରଣ; ଏହି ସବୁ ଡକ୍ୟୁମେଣ୍ଟ୍ ଦରକାର ହେବ

ସୂଚନା ଅନୁସାରେ କେନ୍ଦ୍ରପଡ଼ା ରାଜନଗର ଅଞ୍ଚଳର ରାଜକିଶୋର ଓ ତାଙ୍କର ମଣ୍ଡଳ ନାମକ ଜଣେ ସହଯୋଗୀ ଏକ ଏକ ସ୍କୁଟି (ନମ୍ବର ଓଡ଼ି୨୨ଆର୮୪୩୪) ଯୋଗେ ବାଲେଶ୍ୱରକୁ ଏକ ପୁରୁଣା ଚାରିଚକିଆ ଗାଡ଼ି କିଣିବା ପାଇଁ ଆସିଥିଲେ । ସାଙ୍ଗରେ ଦୁଇ ଲକ୍ଷ ଟଙ୍କା ମଧ୍ୟ ଆଣିଥିଲେ । ହେଲେ ଗାଡ଼ି ମୁଲଚାଲ ସମ୍ଭବ ହୋଇ ନ ପାରିବାରୁ ସେମାନେ ସୋମବାର ସନ୍ଧ୍ୟାରେ ରାଜକନିକା ଫେରୁଥିଲେ । ସେହି ସମୟରେ ଖନ୍ତାପଡ଼ା ଥାନା ଅର୍ନ୍ତଗତ ଖାନନଗର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ସେଠାରେ ପହଞ୍ଚି ଟଙ୍କା ମାଗିଥିଲେ ।

ଦେଖନ୍ତୁ ଫଟୋ | କରୀନା କପୁର୍ ତାଙ୍କର ଜଲଦି ଆସୁଥିବା ଦ୍ିତୀୟ ପିଲା ପାଇଁ ଘର ସଜେଇବାରେ ବ୍ୟସ୍ତ ଅଛନ୍ତି - PHOTOS

ସେମାନେ ଟଙ୍କା ନ ଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼େଗୋଡ଼େଇ ଗୁଳି ମାଡ଼ କରିଥିଲେ ।  ପାଖାପାଖି ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିଲା । ଗୋଟିଏ ଗୁଳି ରାଜକିଶୋରଙ୍କ ଅଣ୍ଟାରେ ବାଜିଥିଲା ଓ ସେଇଠି ଲାଗି ରହିଥିଲା । ସେମାନେ ସେରଗଡ଼ ଟୋଲଗେଟ୍‌ ଆଡ଼େ ପଳାଇଯାଇ ସ୍କୁଟିକୁ ରାସ୍ତାକଡ଼ରେ ପକାଇ ଏକ ନିଛାଟିଆ ସ୍ଥାନକୁ ପଳାଇଯାଇଥିଲେ । ପରେ ଦୁର୍ବୃତ୍ତମାନେ ଦୃତ ଗତିରେ ସେରଗଡ଼ ଟୋଲ ଗେଟ ପାରହୋଇ ଯାଇଥିଲେ ।

ଦେଖନ୍ତୁ VIDEO | Video: ୟେମେନରେ ବିମାନ ଓହ୍ଲେଇବା ପରେ ଭୀଷଣ ବିସ୍ଫୋରଣ; ୧୩ ଜଣଙ୍କ ମୃତ୍ୟୁ ହେଲା

ରାଜକିଶୋରଙ୍କ ସାଙ୍ଗରେ ଥିବା ମଣ୍ଡଳ ନାମକ ଏକ ବ୍ୟକ୍ତିଙ୍କର କୌଣସି ଖବର ମିଳିପାରି ନ ଥିଲା । ଟଙ୍କା ବ୍ୟାଗଟି ମଧ୍ୟ ତାଙ୍କ ପାଖରେ ରହିଥିବା ଜଣାଯାଇଥିଲା । ଏହି ଗୁଳିକାଣ୍ଡରେ ଉକ୍ତ ବ୍ୟକ୍ତିଙ୍କର ସନ୍ଦେହ ରହୁଥିବା ସନ୍ଦେହ କରାଯାଉଛି । ମଣ୍ଡଳ ନାମକ ବ୍ୟକ୍ତି ଜଣଙ୍କ ଘର ପଶ୍ଚିମ ବଙ୍ଗ ବୋଲି ଜଣାପଡ଼ିଥିବା ବେଳେ ସ୍ପଷ୍ଟ ସୂଚନା କିଛି ମିଳିପାରି ନାହିଁ ।

ଗୁଳିମାଡରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଗୁରୁତର ରାଜକିଶୋରଙ୍କୁ ବାଲେଶ୍ୱର ହସପିଟାଲକୁ ଆଣିଥିଲା । ରାଜକିଶୋରଙ୍କ ଅଣ୍ଟାରୁ ଗୁଳିଟି ବାହାର କରାଯାଇ ନ ପାରିବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ଦେଖନ୍ତୁ ଫଟୋ | ନୂଆ ବର୍ଷ ୨୦୨୧: ଦେଖନ୍ତୁ ବଲିଉଡ୍ ଅଭିନେତ୍ରୀମାନେ କେମିତି ଛୁଟି ବିତାଉଛନ୍ତି Viral Photos

‘‘ଆମେ ଖବର ପାଇବା ମାତ୍ରେ ଆହତ ବ୍ୟକ୍ତିଙ୍କୁ ହସପିଟାଲ ଆଣିଥିଲୁ । ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ପଠା ଯାଇଛି । ଏଇ ବ୍ୟକ୍ତିଙ୍କ ସହିତ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହେବ,’’ କହିଛନ୍ତି ସଦର ଏସ୍‌.ଡି.ପି.ଓ. ପ୍ରଭାସ ପାଲ ।



ବାଲେଶ୍ୱରରେ ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା ଦେଖାଯାଉଛି । ବାରମ୍ବାର ସଦର ଥାନା ଓ ଖନ୍ତାପଡ଼ା ଥାନା ମଝିରେ ଲୁଟ୍‌ ଘଟଣା ଓ ଗୁଳିମାଡ଼ ହେଉଥିବାରୁ ପୋଲିସର ସକ୍ରିୟତା ଉପରେ ପ୍ରଶ୍ନ ଉଠିଛି ।
Published by: Anand Shankar Thankur Das
First published: January 6, 2021, 3:42 PM IST