କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଖାଇ ଦୁଇ ହାତୀ ମୃତ୍ୟୁ

କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଖାଇ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଖାଇ ଦୁଇ ହାତୀ ମୃତ୍ୟୁ (ପ୍ରତୀକାତ୍ମକ ଛବି)

କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଖାଇ ଦୁଇ ହାତୀ ମୃତ୍ୟୁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବଡ଼ରମା ରେଞ୍ଜ ତିଳେଇମାଲ ଚୁଲିଆକାନି ପତ୍ରା ଜଙ୍ଗଲରେ ଦୁଇ ହାତୀ ମୃତ। କୀଟନାଶକ ପ୍ରୟୋଗ ହୋଇଥିବା ଧାନ ଖାଇ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଦୁଇ ହାତୀ ରୁ ମଧ୍ୟରୁ  ଗୋଟିଏ ଦନ୍ତା ଓ ଅନ୍ୟଟି ମାଈ ହାତୀ ଥିବା ଜଣା ପଡିଛି। ରାତିରେ ହାତୀ ପଲ ଧାନ ଖାଇବାକୁ ଆସିଥିଲେ । ହାତୀ ଧାନ ଖାଇବା ପରେ ଏଭଳି  ଘଟଣା ଘଟିଥିବା ଜଣା ପଡିଛି । ସୂଚନା ଅନୁସାରେ ହାତୀ ପଲ ସେହି ଅଞ୍ଚଳକୁ ଆସିଥିଲେ। ହାତୀ ପଲରେ ୨୦ରୁ ଉର୍ଦ୍ଧ୍ବ ହାତୀ ଥିବା ଜଣା ପଡିଛି । ହାତୀ ପଲ ଫସଲ ଖେତରେ ପଶି ଫସଲ ନଷ୍ଟ କରିବାରୁ ସ୍ଥାନୀୟ ଲୋକେ ସେମନଙ୍କୁ ଘଉଡାଇ ଥିଲେ। ଏହା ପରେ ହାତୀ ପଲ ସେଠାରୁ ଚାଲି ଯାଇଥିଲେ। ତେବେ ହାତୀ ପଲ ସେହି ସ୍ଥାନରୁ ଯିବା ପରେ ଏହି ଦୁଇଟି ହାତୀ ରହି ଯାଇଥିବା ଜଣା ପଡୁଛି । ଧାନ କ୍ଷେତରେ ହାତୀ ମରିକି ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ ।

‘‘ଆମେ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ କିଟନାଶକ ପଡିଥିବା ଧାନ ଗଛ ଖାଇ ମୃତ ହୋଇଥିବା ଜଣା ପଡିଛି । ତେବେ ପୋଷ୍ଟମର୍ଟମ ହେବା ପରେ ଅଧିକ ତଥ୍ୟ ଜଣା ପଡିବ,"କହିଛନ୍ତି ବାମରା ଡିଏଫଓ ଫାଲ୍ଗୁନି ମଲ୍ଲିକ।
Published by:Soumya Das
First published: