ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁଇ ଡ୍ରଗ୍ସ ମାଫିଆ; ୧୩କେଜି ନିଶାଦ୍ରବ୍ୟ ଜବତ

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଚୋରା ଚାଲାଣ ହେଉଥିବା ବ୍ରାଉନସୁଗାର ଚାଲାଣର ଚାଞ୍ଚଲ୍ୟକର ଖୁଲାସା ହୋଇଛି । ବ୍ରାଉନସୁଗାର ପ୍ରସ୍ତୁତ ହେଉଥିବା କାରଖାନାକୁ ଠାବ କରିବା ସହ ଚାଲାଣ ପାଇଁ ରହିଥିବା ୧୩ କେଜି ନିଶାଦ୍ରବ୍ୟ ଜବତ କରାଯାଇଛି ।

ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁଇ  ଡ୍ରଗ୍ସ ମାଫିଆ (ପ୍ରତୀକାତ୍ମକ ଛବି)

ପଶ୍ଚିମବଙ୍ଗରୁ ଗିରଫ ହେଲେ ଦୁଇ ଡ୍ରଗ୍ସ ମାଫିଆ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଚୋରା ଚାଲାଣ ହେଉଥିବା ବ୍ରାଉନସୁଗାର ଚାଲାଣର ଚାଞ୍ଚଲ୍ୟକର ଖୁଲାସା ହୋଇଛି । ପଶ୍ଚିମବଙ୍ଗ ଏସ.ଟି.ଏଫ୍ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଶ୍ରୀପାଲ୍ଲୀରେ ଚଢ଼ଉ କରିଛି । ବ୍ରାଉନସୁଗାର ପ୍ରସ୍ତୁତ ହେଉଥିବା କାରଖାନାକୁ ଠାବ କରିବା ସହ ଚାଲାଣ ପାଇଁ ରହିଥିବା ୧୩ କେଜି ନିଶାଦ୍ରବ୍ୟ ଜବତ କରାଯାଇଛି । ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୬୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଘଟଣାରେ ଦୁଇଜଣ ଓଡ଼ିଆ ସମେତ ୬ ଜଣ ଗିରଫ ହୋଇଛନ୍ତି ।

ଗିରଫ ହୋଇଥିବା ଦୁଇ ଓଡ଼ିଆ ଯୁବକ ହେଲେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର । ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜଣେ ପ୍ରମୁଖ ସଦସ୍ୟ ବୋଲି କୁହାଯାଉଛି । ବ୍ରାଉନସୁଗାର ତିଆରିଠାରୁ ଆରମ୍ଭ କରି ଓଡ଼ିଶାକୁ ମାଲ୍ ପହଞ୍ଚାଇବା ପର୍ଯ୍ୟନ୍ତ ସବୁ କିଛି ସେ ବୁଝୁଥିଲା । ଏହି ଦୁଇ ଓଡ଼ିଆ ନିଶା ମାଫିଆ କେଜି କେଜି ବ୍ରାଉନସୁଗାର ଆଣି ଓଡ଼ିଶା ସୀମାରେ ପହଞ୍ଚାଇ ଚାଲି ଯାଉଥିଲା । ଏହା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଚାଲାଣ ହେଉଥିଲା ବୋଲି ତଦନ୍ତ ବେଳେ ଜଣା ପଡ଼ିଛି ।

ଓଡ଼ିଶାର ଦୁଇ ମାଫିଆ ଗିରଫ ପରେ ପଶ୍ଚିମବଙ୍ଗ ଏସ.ଟି.ଏଫ ଟିମ ଓଡିଶା  କ୍ରାଇମବ୍ରାଞ୍ଚକୁ ଏନେଇ ଅବଗତ କରିଛି । ଦୁଇ ଓଡ଼ିଆଙ୍କ ଘର ଜଳେଶ୍ବର ହୋଇଥିବାରୁ ସେମାନଙ୍କ ବିଷୟରେ ତଦନ୍ତ ଆରମ୍ଭ କରିବାକୁ କ୍ରାଇମବ୍ରାଞ୍ଚକୁ ନିବେଦନ କରିଛି ପଶ୍ଚିମବଙ୍ଗ ଏସଟିଏଫ । ଏମାନଙ୍କ ଲିଙ୍କରେ ଆଉ କେଉଁମାନେ ଅଛନ୍ତି, ସେମାନେ କେବେଠାରୁ ଏହି ନିଶା କାରଖାନାରେ କାମ କରୁଥିଲେ, ସେନେଇ ତଥ୍ୟ ଖୋଜିବା ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା ।

"ନିଶା କାରଖାନାରେ ଦୁଇ ଓଡ଼ିଆ ଗିରଫ ହେବାପରେ ଆମ ସହ ଯୋଗାଯୋଗ କରିଥିଲା ପଶ୍ଚିମବଙ୍ଗ ଏସ.ଟି.ଏଫ । ଗିରଫ ଦୁଇ ମାଫିଆଙ୍କର ଓଡିଶା ଲିଙ୍କ ନେଇ ଏବେ ଆମେ ତଦନ୍ତ କରିବୁ । ଉଭୟ କେବେଠାରୁ ସେଇ ଫ୍ୟାକ୍ଟ୍ରିରେ କାମ କରୁଥିଲେ, କେତେ ପରିମାଣର ବ୍ରାଉନସୁଗାର ଓଡିଶାକୁ ପଠାଇ ଥିଲେ, କେଉଁମାନେ ସେମାନଙ୍କ ଠାରୁ ବ୍ରାଉନସୁଗାର ଆଣି ଓଡିଶା ବଜାରରେ ବିକ୍ରି କରୁଥିଲେ , ଆଉ କେଉଁ ଓଡ଼ିଆଙ୍କ ସମ୍ପୃକ୍ତ ରହିଛି ? ଏ ସଵୁ ଦିଗପ୍ରତି ଦୁଇ ଅଭିଯୁକ୍ତକୁ ପଚରାଉଚାର କରାଯିବ । ସେଥିପାଇଁ ମଙ୍ଗଳବାର ଏସ.ଟି.ଏଫ ର ତିନି ଜଣିଆ ଟିମ ପଶ୍ଚିମବଙ୍ଗ ଯିବ" କହିଛନ୍ତି କ୍ରାଇମବ୍ରାଞ୍ଚ ଏ.ଡ଼ି.ଜି ସଂଜୀବ ପଣ୍ଡା ।
Published by:Soumya Das
First published:
)}