ମହଙ୍ଗା ପଡ଼ିଲା ରାଲି ନାଁରେ ହିଂସାକାଣ୍ଡ; ଗିରଫ ହେଲେ ଡ୍ରାଇଭର ମହାସଂଘର ୨ ଡ୍ରାଇଭର

ରାଲି ନାଁରେ ବେଳେ ହିଂସା ଭିଆଇଥିବା ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କମିଶନରେଟ ପୋଲିସ । ସୋମବାର ୨ଜଣ ଡ୍ରାଇଭରକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।

ଗିରଫ ହେଲେ ଡ୍ରାଇଭର ମହାସଂଘର ୨ ଡ୍ରାଇଭର (ପ୍ରତୀକାତ୍ମକ ଛବି)

ଗିରଫ ହେଲେ ଡ୍ରାଇଭର ମହାସଂଘର ୨ ଡ୍ରାଇଭର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ରାଲି ନାଁରେ ହିଂସା ଭିଆଇଥିବା ଡ୍ରାଇଭରଙ୍କୁ ମହଙ୍ଗା ପଡିଛି । ରାଲି ନାଁରେ ବେଳେ ହିଂସା  ଭିଆଇଥିବା ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କମିଶନରେଟ ପୋଲିସ । ସୋମବାର ୨ଜଣ ଡ୍ରାଇଭରଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଏହା ସହ ୩୦ଟି ଜିଲ୍ଲାର ୧୮୦ଜଣ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନେ ରାଲି ସମୟରେ ରାଜଧାନୀରେ ହିଂସା ଭିଆଇଥିଲେ।

ଗିରଫ ହୋଇଥିବା ଦୁଇ ଡ୍ରାଇଭର ହେଲେ, ଗଞ୍ଜାମ ବାବୁଲା ତ୍ରିପାଠୀ(୪୪) ଓ ବାଲେଶ୍ଵରର ଗୁପ୍ତେଶ୍ଵର ମହାପାତ୍ର । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ, ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଭିଡ଼ିଓ ଓ  ଗଣମାଧ୍ୟମ ଭିଜୁଆଲକୁ ଅଧାର କରି ୧୮୦ଜଣ ଡ୍ରାଇଭରଙ୍କୁ ଚିହ୍ନଟ କରିଛି । ଏହାସହ ଡ୍ରାଇଭର ମହାସଂଘର ସଭାପତି, ସମ୍ପାଦକ ସମେତ ୫ଜଣଙ୍କୁ ନୋଟିସ କରିଛି କମିସନରେଟ ପୋଲିସ । ଖୁବ ଶୀଘ୍ର କ୍ୟାପିଟାଲ ଥାନାରେ ହଜାର ହୋଇ ବିଶୃଙ୍ଖଳା କରିଥିବା ଡ୍ରାଇଭରଙ୍କ ବାବଦରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଆଧାରରେ, ଗତ ୧୮.୦୪.୨୦୨୨ ରିଖରେ ସକାଳେ କ୍ୟାପିଟାଲ ପୁଲିସ ଗାନ୍ଧୀ ମାର୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ନିୟୋଜିତ ଥିବା ସମୟରେ ଓଡ଼ିଶା ଡ୍ରାଇଭର ମହାସଂଘର ପ୍ରାୟ ୨୦,୦୦୦ ସଦସ୍ୟ ଚାରି ଚକିଆ ଗାଡିରେ ରାଲି କରିବା ଉଦ୍ଦେଶ୍ୟ ନେଇ ବିଧାନ ସଭା ଆଡ଼କୁ ଆସିଥିଲେ। ସେମାନେ ସାଙ୍ଗରେ ବାଉଁଶ ଲାଠି, ବ୍ୟାନର ଓ ପ୍ଲାକାର୍ଡ଼ ଧରି ରାଜଧାନୀ ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ଯାନବାହନ ଚଳାଚଳ ଜନିତ ସମସ୍ୟା ସୃଷ୍ଟି କଲା ପରେ ସେମାନେ ଲୋୟର ପିଏମଜିରେ ରାସ୍ତା ମଝିରେ ଖୋଲା ବଡି ଟ୍ରକରେ ଏକ ସଭା କରିଥିଲେ। ଏହି ସଭାରେ ସେମାନେ ପ୍ରଶାସନ ବିରୁଦ୍ଧରେ ଆନ୍ଦୋଳନକାରୀଙ୍କୁ ଉତ୍ତେଜିତ କରୁଥିବା ଭାଷଣ ପ୍ରଦାନ କରିଥିଲେ ଓ ଏଭଳି ରାଲି କରିବା ପାଇଁ ସେମାନେ କୌଣସି ଅନୁମତି ପାଇନଥିଲେ କିମ୍ବା ସେମାନେ ଏପରି କରିବା ପାଇଁ ଲାଇସେନ୍ସ ପାଇଁ ଆବେଦନ କରିନଥିଲେ।

ଏହି ଘଟଣାରେ ପୋଲିସ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ଓ ସେମାନଙ୍କ ହାତକୁ ନ ନେବାକୁ ଚେତାବନୀ ଦେଇଥିଲା କିନ୍ତୁ ଆନ୍ଦୋଳନକାରୀମାନେ ଅଧିକ ହିଂସ୍ର ହୋଇପଡିଥିଲେ ଓ ଭୟଙ୍କର ପରିଣାମ ପାଇଁ ଧମକ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ହିଂସାତ୍ମକ ଜନତାଙ୍କୁ ବେଆଇନ ସଭା ବୋଲି ଘୋଷଣା କରିବା ପରେ ଆନ୍ଦୋଳନକାରୀମାନଙ୍କୁ ଧାରଣ ସ୍ଥଳ ଛାଡିବାକୁ କୁହାଯାଇଥିଲେ।
Published by:Soumya Das
First published: