ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀରେ ଆରମ୍ଭ ହୋଇଛି ୨ ଦିନିଆ ସୋରୋ ସର୍ଭେ; ରବିବାର ୧୨ଟି ଜିଲ୍ଲାରେ ହୋଇଛି ରକ୍ତ ନମୁନା ସଂଗ୍ରହ

ରାଜଧାନୀରେ ଆରମ୍ଭ ହୋଇଛି ୨ ଦିନିଆ ସୋରୋ ସର୍ଭେ; ରବିବାର ୧୨ଟି ଜିଲ୍ଲାରେ ହୋଇଛି ରକ୍ତ ନମୁନା ସଂଗ୍ରହ

ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ଏହି ସର୍ଭେ । ଯାହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମ୍ଭାବ୍ୟ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଏହି ସର୍ଭେ କରାଯାଉଛି ।

ରାଜଧାନୀରେ ଆରମ୍ଭ ହୋଇଛି ୨ ଦିନିଆ ସୋରୋ ସର୍ଭେ; ରବିବାର ୧୨ଟି ଜିଲ୍ଲାରେ ହୋଇଛି ରକ୍ତ ନମୁନା ସଂଗ୍ରହ
ରାଜଧାନୀରେ ଆରମ୍ଭ ହୋଇଛି ୨ ଦିନିଆ ସୋରୋ ସର୍ଭେ
  • News18 Odia
  • Last Updated: September 1, 2021, 3:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟବାସୀଙ୍କ ଇମ୍ୟୁନିଟି ତଥା ରୋଗ ପ୍ରତିରୋଧକ ଶକ୍ତି କେତେ ? କେତେ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି? ପିଲାଙ୍କ ମଧ୍ୟରେ କେତେ ରହିଛି ରୋଗ ପ୍ରତିରୋଧକ କ୍ଷମତା? ସେ ସବୁ ଜାଣିବା ପାଇଁ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ । ପୂର୍ବରୁ ଜାତୀୟ ସେରୋ ସର୍ଭେ ପାଇଁ ରାଜ୍ୟର ତିନି ଟି ଜିଲ୍ଲାରୁ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏବେ ରାଜ୍ୟ ସରକାର ଆର.ଏମ.ଆର.ସି. ଜରିଆରେ ସେରୋ ସର୍ଭେ ଆରମ୍ଭ କରିଛନ୍ତି ।

ମଙ୍ଗଳବାର ଠାରୁ ରାଜ୍ୟର ୧୨ ଜିଲ୍ଲାରେ ଆରମ୍ଭ ହୋଇଛି ଏହି ସର୍ଭେ । ଯାହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସାମ୍ଭାବ୍ୟ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ମଧ୍ୟରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଏହି ସର୍ଭେ କରାଯାଉଛି । ବିଶେଷ କରି ଟିକା ନେବା ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେ ରହିଛି ତାହା ଜାଣିବା ଲକ୍ଷ୍ୟ। ଏହା ସହ ବର୍ତ୍ତମାନ ଦିନକୁ ସାଢ଼େ ତିନି ଲକ୍ଷ ଲୋକ କେମିତି ଟିକା ନେବେ ସେଥି ପାଇଁ ଗୁରୁତ୍ୱ ଦିଆଯାଉଛି ।

ଏହି ପ୍ରସଙ୍ଗରେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଥିଲେ, "ତୃତୀୟ ଲହର ଆସିବ ନା ନାହିଁ ସେ କଥା ଆମେ ଜାଣିନୁ । ହେଲେ ଆମେ ଲହରକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ବେଡ଼ ଠାରୁ ଆରମ୍ଭ କରି ଅକ୍ସିଜେନ, ଡାକ୍ତର ନର୍ସ ଟ୍ରେନିଂ ସବୁ ଶେଷ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆର.ଏମ.ଆର.ସି. ସାହାଯ୍ୟରେ ଆଣ୍ଟିବାଡି ଲେବଲ ଜାଣିବାକୁ ସେରୋ ସର୍ଭେ କରୁଛୁ ।’’

ରବିବାର ୧୨ଟି ଜିଲ୍ଲାରେ ହୋଇଛି ରକ୍ତ ନମୁନା ସଂଗ୍ରହ


ଭୁବନେଶ୍ୱର ରେ ମଧ୍ୟ ମଙ୍ଗବାର ଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି । ଅଗଷ୍ଟ ୩୧ରୁ ୦୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ଵରରେ ହେବ ସେରୋ ସର୍ଭେ । ICMRର ଅନୁରୋଧ କ୍ରମେ ଵିଏମ୍.ସି. ପକ୍ଷରୁ ପାଞ୍ଚଟି ୱାର୍ଡରେ ଏହି ସର୍ଭେ କରାଯିବ ।

ବି.ଏମ.ସି.ର ତିନୋଟି ଯୋନର ଯଥାକ୍ରମେ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେବ। ଏଥି ପାଇଁ ପାଞ୍ଚଟି ଟିମ୍ ଗଠନ କରାଯାଇଛି । ଛଅ ବର୍ଷ ବୟସରୁ ଅଧିକ ଓ ୧୮ ବର୍ଷରୁ କମ ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ସେଥିରେ ମୁଖତଃ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ତେବେ ପିଲାଙ୍କୁ ଆଦୌ ଟିକା ଦିଆଯାଇ ନଥିବାବେଳେ ପିଲାଙ୍କ ଠାରେ କେତେ ରୋଗ ପ୍ରତିରୋଧକ ଶକ୍ତି ରହିଛି ତାହା ଜାଣିବା ନିହାତି ଆବଶ୍ୟକ ବୋଲି ଆର.ଏମ.ଆର.ସି. ବୈଜ୍ଞାନିକ କହିଛନ୍ତି ।

ଆର.ଏମ.ଆର.ସି. ବୈଜ୍ଞାନିକ ଶ୍ରୀକାନ୍ତ କାନୁନଗୋ କହିଥିଲେ, ‘‘ଆମେ ହେଲ୍ଥ ୱାର୍କର, ସାଧାରଣ ଲୋକଙ୍କ ରକ୍ତ ସଂଗ୍ରହ କରୁଛୁ । ୬ ରୁ ୧୮ ବର୍ଷ ପିଲାଙ୍କ ରକ୍ତ ପରୀକ୍ଷା ବି ହେଉଛି । ଯେଉଁ ଥିରୁ ଜାଣି ହେବ ଯେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ତିଆରି ହେଇଛି। ଖାସ୍ କରି ପିଲାଙ୍କର । ୨୦୨୦ରେ ହୋଇଥିଲା ଏବେ ପୁଣି ହେଉଛି । କିଛି ଦିନର ଅପେକ୍ଷା ପରେ ରେଜଲ୍ଟରୁ ଜଣାପଡ଼ି ଯିବ ।’’

୨୦୨୦ ରେ ଟିକା ନେବା ପୂର୍ବରୁ ଓ ଦ୍ଵିତୀୟ ଲହର ଆସିବା ପୂର୍ବରୁ ସେରୋ ସର୍ଭେ କରାଯାଇଥିଲା । ଏବେ ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ଥିବା କହିଛନ୍ତି ।
ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି । ତିନି ହଜାର ବେଡ଼ ପ୍ରସ୍ତୁତ ରହିଛି । ସମସ୍ତ ୪,୫୦୦ ଡାକ୍ତର ଓ ନର୍ସଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି । ଛୋଟ ପିଲାଙ୍କ ଟିକା ଏ ପର୍ଯ୍ୟନ୍ତ ଆସିନାହିଁ । କେନ୍ଦ୍ର ସରକାର ଯେବେ ଦେବେ ରାଜ୍ୟ ସରକାର ସେହି ସମୟରେ ଆରମ୍ଭ କରିବେ । ବର୍ତ୍ତମାନ ଲକ୍ଷ ହେଉଛି ପ୍ରତିଦିନ ସାଢ଼େ ତିନି ଲକ୍ଷ ଲୋକ କେମିତି ଭ୍ୟାକ୍ସିନ ନେବେ । ପ୍ରତି ଜିଲ୍ଲାରେ ଯେତେ ଅଧିକ ଲୋକ ଟିକା ନେଇପାରିବେ ସେଥି ପାଇଁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।
Published by: Lipina Das
First published: September 1, 2021, 3:11 PM IST