ନିର୍ବାଚନ ପାଇଁ ବଳ କଷିଲାଣି ବିଜେଡି; ବରମୁଣ୍ଡା ପଡ଼ିଆରେ ହେବ ଦୁଇ ଦିନିଆ କାର୍ଯ୍ୟକ୍ରମ

ଆସନ୍ତାକାଲିଠାରୁ ବିଜେଡିର ଦୁଇ ଦିନିଆ କର୍ମଶାଳା ଆୟୋଜନ ହେଉଥିବା ବେଳେ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବ ରୋଡ ମ୍ୟାପ ।

ନିର୍ବାଚନ ପାଇଁ ବଳ କଷିଲାଣି ବିଜେଡି; ବରମୁଣ୍ଡା ପଡ଼ିଆରେ ହେବ ଦୁଇ ଦିନିଆ କାର୍ଯ୍ୟକ୍ରମ

ନିର୍ବାଚନ ପାଇଁ ବଳ କଷିଲାଣି ବିଜେଡି; ବରମୁଣ୍ଡା ପଡ଼ିଆରେ ହେବ ଦୁଇ ଦିନିଆ କାର୍ଯ୍ୟକ୍ରମ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ନିର୍ବାଚନ ପାଇଁ ବଳ କଷିଲାଣି ବିଜେଡି । ମଇଦାନକୁ ଓହ୍ଲାଇବା ପୂର୍ବରୁ ଛାମୁଆ ସଙ୍ଗଠନକୁ ପ୍ରସ୍ତୁତ କରୁଛି ଶାସକଦଳ । ୨୯ ଓ ୩୦ରେ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା  ଦୁଇ ଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛି ବିଜେଡି । ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା । ଏହା ପୂର୍ବରୁ ଯୁବ, ଛାତ୍ର , ମହିଳା ଶାଖାର କର୍ମକର୍ତ୍ତାଙ୍କ ସହ ସମସ୍ତ ଛାମୁଆ ସଙ୍ଗଠନର କର୍ମକର୍ତ୍ତା ଟିପ୍ସ ଦେବେ ଟିମ ନବୀନର ଅଭିଜ୍ଞ ନେତା ।

ଅକ୍ଟୋବର ୨ରୁ ବିଜେଡି ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା । ମାସେ ବ୍ୟାପି ଚାଲିବ ଏହି ଅଭିଯାନ । ପଦଯାତ୍ରା ଜରିଆରେ ଲୋକଙ୍କ ନିକଟତର ହେବାକୁ ଲକ୍ଷ ରଖିଛି ବିଜେଡି । ସାମିଲ ହେବେ  ଯୁବ, ଛାତ୍ର, ମହିଳା, କୃଷକ, ସଂଖ୍ୟାଲଘୁ ସହ ସବୁ ଶାଖାର କର୍ମକର୍ତ୍ତା । କାର୍ଯ୍ୟକ୍ରମ ପୂର୍ବରୁ ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ୨ ଦିନ ଧରି ଚାଲିବ ମାନସ ମନ୍ଥନ । ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ହୋଇଥିବା ବେଳେ ବୁଲି ଦେଖିଛନ୍ତି ସଂଗଠନ ସମ୍ପାଦକଙ୍କ ସହ ଦାୟିତ୍ବରେ ଥିବା ନେତା । ୨୯ରେ ପ୍ରଥମ ଦିନରେ ସାମିଲ ହେବେ ତିନି ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳାଙ୍କ ସହ କ୍ୟାମ୍ପସ କମିଟିର କର୍ମକର୍ତ୍ତା । ୩୦ ତାରିଖରେ ଅର୍ଥାତ ଦ୍ୱିତୀୟ ଦିନରେ ସାମିଲ ହେବେ ବିଧାୟକ, ସାଂସଦ, ଜିଲ୍ଲା ସଭାପତିଙ୍କ ସହ ସମସ୍ତ ନବ ନିର୍ବାଚିତ ପ୍ରତିନିଧି । ଚଳିତ ଥର ୱାର୍ଡ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ନେଇ ଯୋଜନା କରିଛି ବିଜେଡି । ରାଜନୈତିକ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯକ୍ରମ ବି ଚାଳିବ ।

ପଦଯାତ୍ରା ସମୟରେ ଲୋକଙ୍କୁ ଭେଟି କର୍ମୀ କହିବେ ସରକାରଙ୍କ ସଫଳତାର କଥା । କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ସରକାରଙ୍କ ଲୋକାଭିମୁଖି ଯୋଜନା ବାବଦରେ ଲୋକଙ୍କୁ ଅବଗତ କରାଇବେ । ସମସ୍ୟା ବାବଦରେ ଅବଗତ ହେବା ସହ ସମାଧାନର ରାସ୍ତା ବି ବତାଇବେ ।  ଅଧିକରୁ ଅଧିକ ସଦସ୍ୟଙ୍କୁ ଯୋଡ଼ିବେ କର୍ମକର୍ତ୍ତା । ବିରୋଧୀଙ୍କ ଅପପ୍ରଚାରକୁ ଇଗ୍ନୋର କରି ନିଜ ଦଳ ଓ ସରକାରଙ୍କ ସଫଳତାର କଥା କହିବେ । ମଇଦାନକୁ ଓହ୍ଲାଇବା ପୂର୍ବରୁ ବୈଠକରେ ପ୍ରସ୍ତୁତ ହେବ ରୋଡ ମ୍ୟାପ । ଭିସି ଯୋଗେ କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ପଦଯାତ୍ରା ସମୟରେ କର୍ମୀ ମାନେ କଣ କହିବେ ସେ ନେଇ ଆଲୋଚନା ହେବ । ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ବଳ। ସରକାର ଲୋକଙ୍କ ପାଇଁ ସଦା ସର୍ବଦା କାମ କରି ଆସୁଛନ୍ତି । ତେଣୁ ଏ ସବୁ ଯୋଜନା ପଦଯାତ୍ରା ସମୟରେ କର୍ମୀ ମାନେ କହିବେ । ସେ ସଂକ୍ରାନ୍ତରେ ଆଲୋଚନା ହେବ । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ପଞ୍ଚାୟତ ଓ ପୌର ନିର୍ବାଚନରେ ବହୁ ପ୍ରତିନିଧି ନୂଆ କରି ନିର୍ବାଚିତ ହୋଇଛନ୍ତି । ଦୁଇ ଦିନ ଧରି ବିଜେଡ଼ିର ହେବାକୁ ଥିବା ବୈଠକରେ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ଯୋଗ ଦେବେ । ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବ ଓ ଆଗାମୀ ଦିନ ପାଇ ରଣନୀତି ପ୍ରସ୍ତୁତ ହେବ ।
Published by:Soubhagya Mishra
First published: