ଭୁବନେଶ୍ୱରରେ ଗହଣା ଦୋକାନରୁ ସୁନା ହଡ଼ପ ପ୍ଲାନ କରୁଥିଲେ ଦୁଇ ଭାଇ; ଜଣେ ଗିରଫ, ଜଣେ ଫେରାର

ହଲମାର୍କ ଅର୍ଣ୍ଣାମେଣ୍ଟସ୍ ନାମକ ସୁନା ସୋ ରୁମରୁ ସୁନା ହଡ଼ପ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ୨୫ ବର୍ଷୀୟ ଯୁବକ ଗିରିଶ ସ’ର ଘର ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ାରେ l

ଭୁବନେଶ୍ୱରରେ ଗହଣା ଦୋକାନରୁ ସୁନା ହଡ଼ପ ପ୍ଲାନ କରୁଥିଲେ ଦୁଇ ଭାଇ; ଜଣେ ଗିରଫ, ଜଣେ ଫେରାର
ସୁନା ଗହଣା ଦୋକାନରେ ଗିରିଶ ସ ଫର୍ଜରୀ ହୋଇଥିବା ଡକ୍ୟୁମେଣ୍ଟ ଦେଖାଉଥିବା ବେଳର ସିସିଟିଭି କ୍ୟାମେରା ଛବି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ଵର: ଫର୍ଜରୀ ହୋଇଥିବା ଡକ୍ୟୁମେଣ୍ଟ ବ୍ୟବହାର କରି ରାଜଧାନୀର ଏକ ପ୍ରସିଦ୍ଧ ସୁନା ଗହଣା ସୋ ରୁମରୁ ସୁନା ହଡ଼ପ ପାଇଁ ଷଡ଼ଯନ୍ତ୍ର ରଚିଥିଲେ ଦୁଇ ଭାଇ – ପିଉସୀ ପୁଅ ଓ ମାମୁଁ ପୁଅ l ହେଲେ ଷଡ଼ଯନ୍ତ୍ରରେ ପିଉସୀ ପୁଅ ଭାଇ ଗିରିଶ ସ ଧରାପଡ଼ିଗଲା ଓ ଗିରଫ ହୋଇ ଜେଲ ଗଲା l ଏବେ ଫେରାର ଥିବା ମାମୁଁ ପୁଅ ଭାଇ ପ୍ରମୋଦ କରନକୁ ପୋଲିସ୍‌ ଖୋଜୁଛି l

ଡମଣା ଛକରେ ଥିବା ହଲମାର୍କ ଅର୍ଣ୍ଣାମେଣ୍ଟସ୍‌ ନାମକ ସୁନା ସୋ ରୁମରୁ ସୁନା ହଡ଼ପ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ୨୫ ବର୍ଷୀୟ ଯୁବକ ଗିରିଶ ସର ଘର ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ାରେ l ଗିରିଶକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ l ସୁନା ୠଣର ଫର୍ଜରୀ ହୋଇଥିବା ଡକ୍ୟୁମେଣ୍ଟ ଦେଖାଇ ସୋ ରୁମରୁ ୧ ଲକ୍ଷ ୬୦ ହଜାର ଟଙ୍କାର ସୁନା ଠକି ନେବାକୁ ପ୍ଲାନ କରିଥିଲା ସେ l

ଗ୍ରାହକଙ୍କ ପାଇଁ ଏହି ସୁନା ଗହଣା ଦୋକାନ ଦେଇଥିଲା ଆକର୍ଷୀୟ ସୁନା ଋଣ ଅଫର l ଦୁଇ ଜଣ ଗ୍ରାହକ ସୋନାଲି ସାହୁ ୭୨ ହଜାର ଟଙ୍କା ଏବଂ ଜିତେନ୍ଦ୍ର ଦାସ  ୮୪ ହଜାର ଟଙ୍କା ପୈଠ କରି ପ୍ରାୟ ବର୍ଷକ ପୂର୍ବରୁ ଦୋକାନରୁ ସୁନା ନେଇ ସାରିଥିଲେ । ହେଲେ ସେମାନଙ୍କ ଡକ୍ୟୁମେଣ୍ଟ ଫର୍ଜରୀ କରି ଆଉ ଥରେ ସୁନା ନେବାକୁ ଏହି ଦୁଇ ଭାଇ ଉଦ୍ୟମ କରୁଥିଲେ ବୋଲି ପୋଲିସ୍‌ କହିଛି ।

ଫେରାର ହୋଇଯାଇଥିବା ମାମୁଁ ପୁଅ ଭାଇ ପ୍ରମୋଦ କରନ


ଲକଡାଉନ ବେଳେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସୋ ରୁମ ଚାଲିଥିବା ବେଳେ ଏହି ଦୁଇ ଗ୍ରାହକଙ୍କ ପୁରୁଣା ଡକ୍ୟୁମେଣ୍ଟକୁ ଚୋରି କରି ଫର୍ଜରୀ କରିଥିଲା ହଲମାର୍କର ଜନପଥ ଶାଖାରେ ଥିବା କ୍ୟାସିୟର ତଥା ଗିରିଶର ମାମୁଁ ପୁଅ ଭାଇ ପ୍ରମୋଦ l ଗିରିଶ ଡକ୍ୟୁମେଣ୍ଟକୁ ନେଇ ହଲମାର୍କରୁ ୧ ଲକ୍ଷ ୬୦ ହଜାର ଟଙ୍କାର ସୁନା ନେବାକୁ ଗୁରୁବାର ପହଞ୍ଚିଥିଲା ସୋ ରୁମରେ l ହେଲେ ଗିରିଶ ପାଖରେ ଥିବା ସମସ୍ତ ଡକ୍ୟୁମେଣ୍ଟ ଫର୍ଜରା ହୋଇଥିବା ଜାଣିବା ପରେ  ସୋ ରୁମ ମାଲିକ ପୋଲିସକୁ ଜଣାଇଥିଲେ l

ଗିରଫ ହେବା ପରେ ଜଣେ ପୋଲିସ କର୍ମୀଙ୍କ ସହ ଗିରିଶ ସ


ଗିରିଶ ଏବେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛି l କିନ୍ତୁ ଠକେଇର ମାଷ୍ଟରମାଇଣ୍ଡ ପ୍ରମୋଦ ଏବେ ଫେରାର ହୋଇଯାଇଛି l ବଡ଼ ସୁନା ସୋ ରୁମରେ କେମିତି ଗ୍ରାହକଙ୍କ ତଥ୍ୟ ଚୋରି ହୋଇଗଲା ଓ ତଥ୍ୟ ଚୋରି ସମ୍ପର୍କରେ ସୋ ରୁମ କର୍ମଚାରୀମାନେ କେମିତି ଜାଣି ପାରିଲେନି ତାହା ଏବେ ତଦନ୍ତର ବିଷୟ ହୋଇଛି ।

‘‘ଗିରିଶ ଆସି ଦେଖାଉଥିବା ଡକ୍ୟୁମେଣ୍ଟ ଫର୍ଜରୀ ହୋଇଥିଲା । ଆମର ସନ୍ଦେହ ବଢ଼ିବାରୁ ତାକୁ ଅଟକ ରଖି ପଚରା ଉଚରା କରିବା ପରେ ବି ସେ ସତ ମାନି ନ ଥିଲା l ତା’ପରେ ଆମେ ପୋଲିସକୁ ଡକାଇ ତାକୁ ଥାନାକୁ ହସ୍ତାନ୍ତର କରିଥିଲୁ,’’ କହିଛନ୍ତି ଡମଣା ହଲମାର୍କ ଅର୍ଣ୍ଣାମେଣ୍ଟସ୍‌ ବ୍ରାଞ୍ଚର ସେଲ୍ସ ମ୍ୟାନେଜର ଅମ୍ବୁଜ କୁମାର ରାଉତ l

ଡମଣା ଛକରେ ଥିବା ହଲମାର୍କ ଅର୍ଣ୍ଣାମେଣ୍ଟସ୍ ସୁନା ସୋ ରୁମ୍


ଭୁବନେଶ୍ଵର ଡିସିପି ଅନୁପ ସାହୁ କହିଛନ୍ତି: ‘‘ଘଟଣାର ତଦନ୍ତ ଚାଲିଛି l ଫେରାର ହୋଇଯାଇଥିବା ପ୍ରମୋଦକୁ ଖୋଜି ତୁରନ୍ତ ଗିରଫ କରାଯିବ l ଗିରିଶ ଓ ପ୍ରମୋଦ ଉଭୟଙ୍କର ଅପରାଧ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି l’’

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 12, 2020, 9:38 PM IST
corona virus btn
corona virus btn
Loading