ନକଲି ଔଷଧ କାରବାର ଘଟଣା: ଜେଲ ଗଲେ ଦୁଇ ବ୍ୟବସାୟୀ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନ

ରାଜ୍ୟ ବାହାରକୁ ଯାଇ ତଦନ୍ତ କରିବ କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ । ପୋଲିସର ସର୍ଭେଲାନ୍ସରେ ୨୫ରୁ ଉର୍ଦ୍ଧ ହୋଲସେଲର ଓ ରିଟେଲର ।

ଦୁଇ ବ୍ୟବସାୟୀ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନ (ପ୍ରତୀକାତ୍ମକ ଛବି)

ଦୁଇ ବ୍ୟବସାୟୀ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

କଟକ: ନକଲି ଔଷଧ କାରବାର ଘଟଣାରେ ଆକ୍ସନ ମୋଡକୁ ଆସିଛି କଟକ କମିଶନରେଟ ପୋଲିସ। ଶେଷରେ ଗିରଫ ହୋଇ ଜେଲ ନକଲି ଔଷଧର ଦୁଇ ସୌଦାଗର ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନ। ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

"ଏହା ଅତି ସମ୍ବେଦନଶୀଳ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ଜେରା ସମୟରେ ଆମକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ସେହି ତଥ୍ୟକୁ ଆଧାର କରି ଆମେ ତଦନ୍ତକୁ ଆଗକୁ ବଢାଉଛୁ । ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି ଯେଉଁ ଦୁଇ କମ୍ପାନୀଗୁଡ଼ିକ ପାଖରୁ ଔଷଧ କିଣିଥିଲେ। ସେହି କମ୍ପାନୀଗୁଡ଼ିକର ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଏକ ଟିମ ରାଜ୍ୟ ବାହାରକୁ ପଠାଇବୁ,"କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଉଭୟ ବ୍ୟବସାୟୀ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟା ଠାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ କିଣି ଥିଲେ । ଏହି ଦୁଇ ବ୍ୟବସାୟୀ ଔଷଧ କିଣାବିକା ପାଇଁ ଅନ ଲାଇନରେ ଅର୍ଥ କାରବାର କରିଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ଏହି ନକଲି କମ୍ପାନୀ ଦୁଇଟିକୁ ଠାବ କରିବା ରାଜ୍ୟ ବାହାରକୁ ଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ମାମଲା ତଦନ୍ତ ସମୟରେ ପୋଲିସ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି । ଔଷଧ ବ୍ୟବସାୟ ଉଭୟ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନଙ୍କ ପୈତୃକ କାରବାର ଥିଲା । କିନ୍ତୁ ଔଷଧ ବ୍ୟବସାୟରେ ଅଧିକ ଲାଭ ଅର୍ଜନ କରିବା ଆଶା ନେଇ ଉଭୟ ନକଲି ଔଷଧ କିଣି ଏହାର କାରବାର ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କ୍ରମରେ ଉଭୟ ବ୍ୟବସାୟୀ ପ୍ରତିଷ୍ଠିତ ଫାର୍ମା କମ୍ପାନୀ ଗ୍ଲେନମାର୍କ ନାଁରେ ନକଲି ଔଷଧ ପ୍ରସ୍ତୁତ କରୁଥିବା ଦୁଇଟି ସଂସ୍ଥାକୁ ଚିହ୍ନଟ କରିଥିଲେ । ପରବର୍ତ୍ତୀ ସମୟରେ ସୋମନଙ୍କୁ ଠାରୁ ଅତି ଶସ୍ତା ଦରରେ ଔଷଧ କିଣି ସେଗୁଡିକୁ ବଜାରରେ ବିକ୍ରି କରୁଥିଲେ ।

ବଡ଼ କଥା ଏହାକି ଯେ ରାହୁଲ କ୍ୟାଲ୍ ଓ ସଞ୍ଜୟ ଜଲାନଙ୍କ ଠାରୁ ଔଷଧ କିଣୁଥିବା ଅଧିକାଶଂ ହୋଲସେଲର ଔଷଧ ଯେ ନକଲି ତାହା ସେମାନେ ଜାଣିଥିଲେ । ଏହି କଥା ତଦନ୍ତରୁ ଜଣା ପଡ଼ିବାରେ ପରେ ପାଖାପାଖି ୨୫ ଜଣ ହୋଲସେଲର ଓ ରିଟେଲର ଏବେ ପୋଲିସର ସନ୍ଦେହ ଦୃଷ୍ଟିକୁ ଆସିଛନ୍ତି । ଏହି ହୋଲସେଲର ଓ ରିଟେଲର ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରହି ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଠୋସ ପ୍ରମାଣ ମିଳିଥିବା ମଧ୍ୟ ଜଣା ପଡ଼ିଛି ।

ଗ୍ରେନମାର୍କ କମ୍ପାନୀର ତିନିଟି ଔଷଧକୁ ନକଲି କରି ବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ କରି ଗତ 10 ତାରିଖ ଦିନ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲା ଡ୍ରଗ କଣ୍ଟ୍ରୋଲ ବିଭାଗ ।
Published by:Soumya Das
First published: