News18 Odia Digital
ସମ୍ବଲପୁର: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇ ଉଠିଛି ଶିକ୍ଷା ନଗରୀ ବୁର୍ଲା । ପୂର୍ବ ଶତ୍ରୁତାକୁ ନେଇ ଘରେ ପଶି ଖଣ୍ଡା ଓ ଭୁଜାଲି ସାହାଯ୍ୟରେ ଦୁଇ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏକ ଗୋଷ୍ଠି ସଙ୍ଘର୍ଷ ସମୟରେ ବୁର୍ଲା ଥାନା ସେଣ୍ଟ୍ରାଲ ଲାଇନ କଲୋନୀରେ ଘଟିଛି ଏହି ଘଟଣା ।
ଗୋଷ୍ଠୀ ସଙ୍ଘର୍ଷ ଏତେ ଭୟଙ୍କର ଥିଲା ଯେ ଏଥିରେ ଗୋଟିଏ ପରିବାରର ଦୁଇ ଦୁଇଟି ଜୀବନ ଚାଲିଗଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ସମସ୍ତଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସବୁ ଗୁରୁତର ଲୋକଙ୍କୁ ବୁର୍ଲା ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଏହା ବି ପଢ଼ନ୍ତୁ | Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ ପ୍ରିୟା କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଞ୍ଚ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଶତ୍ରୁତାକୁ ନେଇ ବଚସା ହୋଇଥିଲା । ବଚସା ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ କରିଥିଲା ଆକ୍ରମଣ । ଘଟଣା ସ୍ଥଳରେ ବୁଲୁ ବିଶୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସାନ ଭାଇ ମୁନା ବିଶୋଇଙ୍କ ମୃତ୍ୟୁ ଘଟିଥିଲା ।
‘‘ଯୋଜନାବଦ୍ଧ ଭାବରେ ଆମ ଘରକୁ ଦୁର୍ବୃତ୍ତମାନେ ଆସି ହତ୍ୟାକାଣ୍ଡ ଭିଆଇଛନ୍ତି । ସେମାନେ ପ୍ରଥମେ ଆସି ଗଣ୍ଡଗୋଳ କରି ଯିବା ପରେ ପୁଣି ଥରେ ସଙ୍ଘବଦ୍ଧ ଭାବେ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ,’’ କହିଛନ୍ତି ମୃତ ଦୁଇ ଭାଇଙ୍କ ମା’ ସଙ୍ଗୀତା ବିଶୋଇ ।
ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆଏହି ଘଟଣା ପରେ ବୁର୍ଲା ଏସ୍.ଡି.ପି.ଓ. ଶିଶୁ ରଞ୍ଜନ ମହାପାତ୍ର ହସପିଟାଲରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଭେଟିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ସମ୍ବଲପୁର ଏସପି ଘଟଣାକୁ ଗୁରୁତ୍ୱର ସହ ନେଇ ନିଜେ ବୁର୍ଲା ଆସି ତଦନ୍ତ ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି।
ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ‘‘ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଚାରି ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି । ଏଥିରେ ବ୍ୟବହୃତ ଏକ ସ୍ୱିଫ୍ଟ କାର୍ ଜବତ ହୋଇଛି । ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯିବ । ଖୁବ୍ ଶୀଘ୍ର ଏ ନେଇ ତଦନ୍ତ ପକ୍ରିୟା ସାରି ଚାର୍ଜଶିଟ ଦାଖଲ ହେବ,’’ କହିଛନ୍ତି ସମ୍ବଲପୁର ଏସ୍.ପି. କୱଁର ବିଶାଲ ସିଂ ।
ବୁର୍ଲା ସହରର ସେଣ୍ଟର ଲାଇନ୍ କଲୋନୀରେ ଯେଉଁ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଗଲା ସେଠାରେ ରକ୍ତ ରଞ୍ଜିତ ଭୂଇଁରେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡରେ ବ୍ୟବହୃତ କାଚ ବୋତଲ ପଡ଼ି ରହିଛି । ସୂଚନା ଅନୁଯାୟୀ ଏହି ସଙ୍ଘବଦ୍ଧ ଆକ୍ରମଣରେ ଦୁର୍ବୃତ୍ତମାନେ ଉସ୍ତ୍ରା, ଭୁଜାଲି ଓ ଖଣ୍ଡା ବ୍ୟବହାର କରିଥିଲେ ।
ଶିକ୍ଷା ନଗରୀ ବୁର୍ଲାକୁ ଅପରାଧମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସହରବାସୀମାନେ । ଏହି ହତ୍ୟାକାଣ୍ଡ ବୁର୍ଲା ସହରକୁ ସ୍ଥବ୍ଧ କରିଦେଇଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସେହି ଅଞ୍ଚଳଟି ପୂରା ସୁନସାନ୍ ହୋଇଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।