କେଉଁଝରରେ ଘର ଭିତରୁ ଦୁଇଟି ମୃତ ଦେହ ଉଦ୍ଧାର; ସେମାନେ ସମ୍ପର୍କରେ ଦିଅର ଓ ଭାଉଜ

ଦିଅର-ଭାଉଜ ଦୁଇ ଜଣ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ସେ ନେଇ ପୋଲିସ ତନାଘନା ଚଳାଇଛି । ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

କେଉଁଝରରେ ଘର ଭିତରୁ ଦୁଇଟି ମୃତ ଦେହ ଉଦ୍ଧାର; ସେମାନେ ସମ୍ପର୍କରେ ଦିଅର ଓ ଭାଉଜ
ମୃତ ଯୁବକର ଶବ ପାଖରେ ବିଳାପ କରୁଥିବା ଜଣେ ପରିଜନ
  • News18 Odia
  • Last Updated: January 13, 2020, 6:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

କେଉଁଝର: ନୂଆବନ୍ଧ ଗାଁରେ ଗୋଟେ ଘର ଭିତରୁ ଦୁଇ ଦୁଇଟି ମୃତ ଦେହ ଉଦ୍ଧାର ହେବା ପରେ ଆଖ ପାଖରେ ଆଲୋଡ଼ନ ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି ଦୁଇ ଜଣ ସମ୍ପର୍କରେ ଦିଅର ଓ ଭାଉଜ ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚ଼ନା ଅନୁସାରେ ମୃତ ଭାଉଜଙ୍କ ନାଁ ପୁ୍ଷ୍ପଲତା ନାୟକ ଓ ଦିଅରଙ୍କ ନାଁ ସଞ୍ଜୟ ନାୟକ ।  ସେମାନଙ୍କ ମୃତ ଦେହ ନିକଟରୁ ଏକ କୀଟନାଶକ ବୋତଲ ମିଳିଛି ।

ମୃତ ସଂଜୟ ନାୟକ ଯୋଡ଼ାରେ କାମ କରୁଥିବା ବେଳେ ଗତକାଲି ଘରକୁ ଆସିଥିଲେ । ତେବେ କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ପାଟଣା ପୋଲିସ ତଦନ୍ତ ଚଳାଇଛି ।

ଏହି କୀଟନାଶକ ଔଷଧ ବୋତଲ ଦୁଇ ମୃତ ଦେହ ପାଖରୁ ମିଳିଛି


ଦିଅର-ଭାଉଜ ଦୁଇ ଜଣ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି, ସେ ନେଇ ପୋଲିସ ତନାଘନା ଚଳାଇଛି । ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଉଛି ।

ଉଦ୍ଧାର ହୋଇଥିବା ମୃତ ଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ପାଟଣା ଥାନା ପୋଲିସ ।
First published: January 13, 2020, 6:39 PM IST