ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଚକ, କାଗଜ ଓ କାଠରେ ମା'ଙ୍କ ପ୍ରତିମା ତିଆରି କଲେ ଶିଳ୍ପୀ; ୦.୫ଇଞ୍ଚର ମୂର୍ତ୍ତି କରି ଚର୍ଚ୍ଚାରେ ଆଉ ଜଣେ ଶିଳ୍ପୀ

ଚକ, କାଗଜ ଓ କାଠରେ ମା'ଙ୍କ ପ୍ରତିମା ତିଆରି କଲେ ଶିଳ୍ପୀ; ୦.୫ଇଞ୍ଚର ମୂର୍ତ୍ତି କରି ଚର୍ଚ୍ଚାରେ ଆଉ ଜଣେ ଶିଳ୍ପୀ

ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା କାଗଜ, ଚକପିସ୍ ଓ କାଠରେ ମା, ଦୁର୍ଗାଙ୍କ ମୂର୍ତ୍ତି ତିଆରି କରିଛନ୍ତି। ସେହିପରି ଅନ୍ୟ ଜଣେ ଶିଳ୍ପୀ ଦିଲ୍ଲୀପ ମହାରଣା ସବୁଠୁ ଛୋଟ ମୂର୍ତ୍ତି ତିଆରି କରି ଏକ୍ସକ୍ଲୁସିଭ ଓ୍ବାଲର୍ଡ଼ରେ ରେକର୍ଡ କରିଛନ୍ତି।

ଚକ, କାଗଜ ଓ କାଠରେ ମା'ଙ୍କ ପ୍ରତିମା ତିଆରି କଲେ ଶିଳ୍ପୀ; ୦.୫ଇଞ୍ଚର ମୂର୍ତ୍ତି କରି ଚର୍ଚ୍ଚାରେ ଆଉ ଜଣେ ଶିଳ୍ପୀ
କାଗଜ. ଚକ ଓ କାଠରେ ଦୁର୍ଗାଙ୍କ ମୂର୍ତ୍ତି ଗଢିଛନ୍ତି ସତ୍ଯ ମହାରଣା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 14, 2021, 6:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ସହରର ଦୁଇ ଶିଳ୍ପୀ । ସହରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ କାଗଜ, ଚକ୍‌ ପିସ୍‌ ଓ କାଠରେ ନିର୍ମାଣ କରିଛନ୍ତି । ଏହି ତିନୋଟି ପ୍ରତିମୂର୍ତ୍ତିଗୁଡ଼ିକ ଅନ୍ୟ ପ୍ରତିମୂର୍ତ୍ତି ତୁଳନାରେ ଭିନ୍ନ ହୋଇଥିବା ଯୋଗୁ ବିଭିନ୍ନ ରେକର୍ଡ଼ ସାମିଲ ହେବା ନେଇ ଆଶାବାଦୀ ଅଛନ୍ତି ସତ୍ୟ । ସେପଟେ ସହରର ଆଉ ଜଣେ ଶିଳ୍ପୀ ଦିଲ୍ଲୀପ ମହାରଣା ୦.୫ ଇଞ୍ଚରେ ମାଙ୍କ ପ୍ରତିମୂର୍ତ୍ତି କରି ଏକ୍ସକ୍ଲୁସିଭ ଓ୍ବାଲର୍ଡ଼ ରେକର୍ଡ଼ରେ ସାମିଲ ହୋଇଛନ୍ତି । ଉଭୟେ ପୂର୍ବରୁ ଅନେକ ରେକର୍ଡ଼ କରିଥିବା ବେଳେ ବର୍ତ୍ତମାନ ନିର୍ମାଣ କରିଥିବା ଦୁର୍ଗାଙ୍କ ମୂର୍ତ୍ତି ମଧ୍ୟ ବିଭିନ୍ନ ରେକର୍ଡ଼ରେ ନିଶ୍ଚିତ ଭାବେ ସାମିଲ ହେବ ବୋଲି ଦୁଇ ଶିଳ୍ପୀ ଆଶା ରଖିଛନ୍ତି।

ପୁଣି ରେକର୍ଡ଼ ଆଶାରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ଚଳିତ ବର୍ଷ ଦୁର୍ଗା ପୂଜା ଅବସରରେ ନିଆରା ଭାବେ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ସେ । କାଗଜ, ଚକ୍‌ ପିସ୍‌ ଓ କାଠରେ ଅତି ସୁନ୍ଦର ଭାବେ ମୂର୍ତ୍ତି ସେ ନିର୍ମାଣ କରିଛନ୍ତି । କାଗଜରେ ନିର୍ମିତ ହୋଇଥିବା ମୂର୍ତ୍ତିର ଉଚ୍ଚତା ୧୨ ଇଞ୍ଚ ଓ ଓସାର ୧୩ ଇଞ୍ଚ । ଏହି କାଗଜର ମୂର୍ତ୍ତିରେ ମୂର୍ତ୍ତି ନିର୍ମାଣ କରିବାକୁ ତାଙ୍କୁ ତିନି ଦିନ ସମୟ ଲାଗିଥିଲା ।

୦.୫ଇଞ୍ଚର ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଦିଲ୍ଲୀପ ମହାରଣା (ପ୍ରତୀକାତ୍ମକ ଛବି)


‘‘ପୂଜା ମଣ୍ଡପଗୁଡ଼ିକରେ ମାଟିରେ ମୂର୍ତ୍ତି ନିର୍ମାଣ ସମୟରେ ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରାଯାଇଥାଏ । ଦୁର୍ଗା ପୂଜା ଶେଷ ହେବା ପରେ ତାକୁ ପୋଖରୀରେ ପକାଇ ଦିଆଯାଇଥାଏ । ଫଳରେ ପୋଖରୀର ଜଳ ପ୍ରଦୂଷିତ ହୋଇଥାଏ । ତେଣୁ କିଭଳି ଭାବେ ଜଳ ପ୍ରଦୂଷିତ ନ ହେବ ସେଭଳି ମୂର୍ତ୍ତି ନିର୍ମାଣ କରିବା ନେଇ ଲୋକଙ୍କୁ ସଚେତନ କରିବା ନିମନ୍ତେ ଏଭଳି କାଗଜରେ ମୂର୍ତ୍ତି ନିର୍ମାଣ କରିଛନ୍ତି । ସେହିପରି ଚକ୍‌ ପିସରେ ୪ ଏମ.ଏମ. ଓ କାଠରେ ୫ ଏମ.ଏମ. ଉଚ୍ଚତା ବିଶିଷ୍ଟ ମା ଦର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ସତ୍ୟ । ଏହି ତିନୋଟି ଦୁର୍ଗାଙ୍କ ମୂର୍ତ୍ତି ବିଭିନ୍ନ ରେକର୍ଡ଼ରେ ସାମିଲ ହେବା ନେଇ ଆଶା ରଖିଛନ୍ତି,‘‘ କହିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ମହାରଣା ।

ସହରର ଅନ୍ୟ ଜଣେ ଶିଳ୍ପୀ ଦିଲ୍ଲୀପ ମହାରଣା ୦.୫ ଇଞ୍ଚରେ ନିର୍ମାଣ କରିଛନ୍ତି ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି । ମୂର୍ତ୍ତିର ଓସାର ୩ ଇଞ୍ଚ, ଲମ୍ବ ୫ ଇଞ୍ଚ, ଓଜନ ୧.୫୮ଗ୍ରାମର ରହିଛି । ମୂର୍ତ୍ତିରେ ଦୁର୍ଗାଙ୍କ ସହ ମହିଷାସୁର, ମାଙ୍କ ବାହାନ ସିଂହ, ୧୦ ହାତ ପ୍ରତିମା, ମଇଁଷି ରହିଛି । ଏହି ମୂର୍ତ୍ତି ନିର୍ମାାଣ ନିମନ୍ତେ ଦିଲ୍ଲୀପଙ୍କୁ ୬ ଘଣ୍ଟା ସମୟ ଲାଗିଥିଲା । ଏହି ପ୍ରତିମୂର୍ତ୍ତି ବର୍ତ୍ତମାନ ଏକ୍ସକ୍ଲୁସିଭ୍‌ ଓ୍ବାଲର୍ଡ଼ ରେକର୍ଡ଼ରେ ସାମିଲ ହୋଇଛି ।

୦.୫ଇଞ୍ଚର ଦୁର୍ଗା ମୂର୍ତ୍ତି (ପ୍ରତୀକାତ୍ମକ ଛବି)


‘‘ଗତବର୍ଷ ୧ ଇଞ୍ଚ ବିଶିଷ୍ଟ କାଠରେ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ କରିଥିଲି। ସେହିମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସାମିଲ ହୋଇଥିଲା । କେବଳ ଏତିକି ନୁହେଁ ବରଂ  ପୂର୍ବରୁ ବିଭିନ୍ନ ପ୍ରକାରର ମୂର୍ତ୍ତି କାଠରେ ନିର୍ମାଣ କରିଛି । ଆଗାମୀ ଦିନରେ ଏଭଳି କିଛି ନିଆରା ମୂର୍ତ୍ତି ନିର୍ମାଣ କରିବା ନିମନ୍ତେ ଆଶା ରଖିଛି,‘‘କହିଛନ୍ତି କାଠଶିଳ୍ପୀ ଦିଲ୍ଲୀପ ମହାରଣା ।

ଉଭୟ ସତ୍ୟ ଓ ଦିଲ୍ଲୀପ କାଠ ସହ ଅନ୍ୟାନ୍ୟ ସାମଗ୍ରୀରେ ଅତି କ୍ଷୁଦ୍ର ମୂର୍ତ୍ତି ନିର୍ମାଣ କରିଥିବା ଯୋଗୁଁ ତାଙ୍କ କଳାକୁ ନେଇ ସହରବାସୀ ପ୍ରଶଂସା କରିଛନ୍ତି ।
Published by: Soumya Das
First published: October 14, 2021, 6:56 PM IST