ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ BJD ଓ BJP ମଧ୍ୟରେ ଟ୍ବିଟର ୱାର୍; କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ BJD ଓ BJP ମଧ୍ୟରେ ଟ୍ବିଟର ୱାର୍; କଂଗ୍ରେସ ବି ରଖିଲା ପ୍ରତିକ୍ରିୟା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ନେଇ ରାଜ୍ୟରେ ମୁହାଁମୁହିଁ ହୋଛନ୍ତି ବିଜେପି ଓ ବିଜେଡି । ଟ୍ବିଟରରେ ପରସ୍ପର କଥା କାଟୁ ଥିବାର ନଜର ଆସୁଛନ୍ତି ଦୁଇ ଦଳ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ BJD ଓ BJP ମଧ୍ୟରେ ଟ୍ବିଟର ୱାର୍; କଂଗ୍ରେସ ବି ରଖିଲା ପ୍ରତିକ୍ରିୟା
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ BJD ଓ BJP ମଧ୍ୟରେ ଟ୍ବିଟର ୱାର୍
  • News18 Odia
  • Last Updated: August 22, 2021, 3:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଟ୍ବିଟର ୱାର୍ ଆରମ୍ଭ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଟ୍ବିଟ କରି ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଧର୍ମେନ୍ଦ୍ର ଟ୍ବିଟ କରି କହିଥିଲେ, ‘‘ଓଡ଼ିଶାର ଲୋକେ ବିଶେଷ ଭାବରେ ପ୍ରବାସୀ ଓଡ଼ିଆ ମାନେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରାଜ୍ୟରେ ପ୍ରଧାନ ମନ୍ତ୍ରୀଙ୍କ କଲ୍ୟାଣକାରୀ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ତୁରନ୍ତ ଲାଗୁ କରିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ନିବେଦନ କରୁଛି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକଙ୍କ ସମେତ ଗୁଜୁରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ କାମ କରୁଥିବା ଲୋକେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏଥି ପାଇଁ ଓଡ଼ିଶା ଲୋକଙ୍କ ଦାୟିତ୍ୱ ନେଇ ମୁଖ୍ୟ ମନ୍ତ୍ରୀ ତୁରନ୍ତ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଅନୁରୋଧ।’’

ଧର୍ମେନ୍ଦ୍ରଙ୍କ ଟ୍ୱିଟରେ ପ୍ରତିକ୍ରୟା ଦେଇ ପ୍ରଣବ ପ୍ରକାଶ ଦାଶ କହିଥିଲେ, ‘‘ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ, କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ୯୬ ଲକ୍ଷ ପରିବାର। ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍ ସମେତ ମାତ୍ର ପାଞ୍ଚ ଲକ୍ଷ ଟଙ୍କାରେ ସୀମିତ ରହୁଛି। ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ।’’

ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଆୟୁଷ୍ମାନ ଭାରତରେ ନିର୍ଦ୍ଦିଷ୍ଟ ଭାବେ ମା’ମାନଙ୍କ କୌଣସି ସୁବିଧା ନଥିବା ବେଳେ, BSKYରେ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି। ପ୍ରଣବ ଆହୁରି ଲେଖିଥିଲେ ଯେ ଆୟୁଷ୍ମାନରେ ଆପୋଲୋ, ଫର୍ଟିଜ ଭଳି ହସ୍ପିଟାଲ ଅନ୍ତର୍ଭୁକ୍ତ ନୁହେଁ। ହେଲେ BSKYରେ ଆପୋଲୋ, ଫର୍ଟିଜ ସହ ପ୍ରାୟ ସମସ୍ତ ବଡ଼ ବଡ଼ ହସ୍ପିଟାଲ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ। ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାର ଭରସା।

କଂଗ୍ରେସ ବି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି। ନରସିଂହ ମିଶ୍ର କହିଥିଲେ, "ସରକାରଙ୍କ ମିଛ କହିବା ଅଭ୍ୟାସରେ ପରିଣତ ହେଲାଣି। ତିନି ବର୍ଷ ଭିତରେ କାହିଁକି ବାଣ୍ଟୁ ନଥିଲେ। ନିର୍ବାଚନ ଆସିଲେ କାର୍ଡ଼ ବାଣ୍ଟିବା ଆରମ୍ଭ କରୁଛନ୍ତି। ପୁଣି ବିଧାନସଭା ନିର୍ବାଚନ ଆସିଲେ କହିବେ ବେଟର ସ୍ମାର୍ଟ କାର୍ଡ଼ ଦେବୁ। ସରକାର ପ୍ରହସନ ବନ୍ଦ କରନ୍ତୁ। ସ୍ବାସ୍ଥ୍ୟ ଭିତ୍ତିଭୂମି ବଢ଼ାନ୍ତୁ। ପ୍ରାଇଭେଟ ହସ୍ପିଟାଲ କହୁଛନ୍ତି ସରକାର ଟଙ୍କା ଦେଉନାହାନ୍ତି ତେଣୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳୁନାହିଁ ।"

ବବିଙ୍କ ଟ୍ୱିଟ୍‌ର ଜବାବ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ନେତା ଟଙ୍କଧର ତ୍ରିପାଠୀ। ସେ ଟ୍ୱିଟ୍‌ କରି ଲେଖିଥିଲେ, ‘‘ଓଡ଼ିଶାର ପ୍ରତି ଜିଲ୍ଲାର ଡାକ୍ତରଖାନା ଗୁଡ଼ିକରେ ଖାଲିଥିବା ଡାକ୍ତରଙ୍କର ସଂଖ୍ୟା ଦେଖିଲେ, ରାଜ୍ୟର ସ୍ୱାସ୍ଥ୍ୟ ଅବସ୍ଥା ସ୍ପଷ୍ଟ ଜଣାଯାଉଛି। ପର ତିଅଣରେ ଅତିଥି ଚର୍ଚ୍ଚା ଅଭ୍ୟାସ ଛାଡ଼ି, ଭୁଲ ତଥ୍ୟରେ ଭୁଆଁ ନ ବୁଲେଇ ରାଜ୍ୟ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରୁ ବୋଲି ଟଙ୍କଧର ଲେଖିଛନ୍ତି।’’
Published by: Lipina Das
First published: August 22, 2021, 3:45 PM IST