ଟ୍ୱିନସିଟି କମିଶନରେଟ ପୋଲିସରେ ବଡ଼ ଅଦଳ ବଦଳ; ବଦଳି ହେଲେ ୨୦ ଅଫିସର

ଟ୍ବିନସିଟି କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ବଦଳି ହୋଇଛନ୍ତି ୨୦ ଅଫିସର । ଏନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଟ୍ୱିନସିଟି କମିଶନରେଟ ପୋଲିସରେ ବଡ଼ ଅଦଳ ବଦଳ; ବଦଳି ହେଲେ ୨୦ ଅଫିସର

ଟ୍ୱିନସିଟି କମିଶନରେଟ ପୋଲିସରେ ବଡ଼ ଅଦଳ ବଦଳ; ବଦଳି ହେଲେ ୨୦ ଅଫିସର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର;  ଟ୍ବିନସିଟି କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି । ବଦଳି ହୋଇଛନ୍ତି ୨୦ ଅଫିସର । ଏନେଇ କମିଶନରେଟ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଅଛନ୍ତି ୮ ଜଣ ଏସିପି, ୧୧ ଜଣ ଆଇଆଇସି, ଜଣେ ଏଏସଆଇ ।





ସହିଦନଗର, ଲକ୍ଷ୍ମୀସାଗର, ବାଲିପାଟଣା, ମହିଳା ଓ଼ ଚନ୍ଦକା ଆଇଆଇସି ବଦଳି ହୋଇଛନ୍ତି । ସହିଦ ଥାନା ଦାୟିତ୍ୱରେ ଥିବା ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ଥାନା ଦାୟିତ୍ୱ ସାମ୍ବାଳିବେ ମନୋଜ କୁମାର ଶତପଥୀ । ସେହିଭଳି ପି. ଶ୍ୟାମ ସୁନ୍ଦର ରାଓଙ୍କୁ ଲଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ଲକ୍ଷ୍ମୀସାଗର ଥାନାରୁ ବାଲିପାଟଣା, ରାଧାକାନ୍ତ ସାହୁଙ୍କୁ ଏୟାରଫିଲଡ ଥାନାରୁ ଚନ୍ଦକା ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର ହେଡ଼ କ୍ୱାର୍ଟରରେ ଥିବା ଶୁଭଶ୍ରୀ ପଣ୍ଡା ହେଲେ ମହିଳା ଥାନାର ନୂଆ ଆଇ.ଆଇ.ସି ।
Published by:Soubhagya Mishra
First published: