News18 Odia Digital
ସମ୍ବଲପୁର: ସ୍କୁଲ ରୂପାନ୍ତର ପର୍ବରେ ସାମିଲ ହେଲା ସମ୍ବଲପୁରର 25 ଗାଁ ସ୍କୁଲରେ ଘରେଇ ସ୍କୁଲର ପରିବେଶ ପାଇବେ ଛାତ୍ରଛାତ୍ରୀମାନେ । ସରକାରଙ୍କ ୫-ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ୨୫ ଗୋଟି ସ୍କୁଲ ଜଡ଼ିତ ହୋଇଛି । ସମ୍ବଲପୁର ଜିଲ୍ଲାରେ ପ୍ରଥମ କରି ପ୍ରଥମ ପର୍ଯ୍ୟାୟରେ ୨୫ ଗୋଟି ସ୍କୁଲକୁ ରୂପାନ୍ତରଣ କରାଯାଇଛି । ମଙ୍ଗଳବାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେସ୍ ମାଧ୍ୟମରେ ଉଦଘାଟନ କରିଥିଲେ ।
ବଦଳୁଛି ସ୍କୁଲର ନକ୍ସା । ୫-ଟି ଅଧିନରେ ସ୍କୁଲ ଟ୍ରାନ୍ସଫରମେସନ ଜରିଆରେ ବଦଳୁଛି ସ୍କୁଲର ରୂପରେଖା । ସୂଚନା ଅନୁଯାୟୀ ବାମରା ବ୍ଲକର ସରକାରୀ ପଞ୍ଚାୟତ ହାଇସ୍କୁଲ ଜରାବଗା, ବାଳକ ଉଚ୍ଚ ବିଦ୍ୟାଳୟ ବାମରା, ଧନକଉଡା ବ୍ଲକର ସରକାରୀ ହାଇସ୍କୁଲ କିଲାସମା, ସରକାରୀ ହାଇସ୍କୁଲ ଗୋଶାଳା, ଜମନକିରା ବ୍ଲକର ପଞ୍ଚାୟତ ସରକାରୀ ହାଇସ୍କୁଲ କେନାଢ଼ିପା, ଫାଶୀମାଲ ହାଇସ୍କୁଲ ଗୋରିଆବାହାଲ, ପଞ୍ଚାୟତ ସରକାରୀ ହାଇସ୍କୁଲ ଜମନକିରା, ଯୁଜମୁରା ବ୍ଲକର ସରକାରୀ ହାଇସ୍କୁଲ ଯୁଜମୁରା, କସ୍ତୁରିବା ଗାନ୍ଧି ମାତୃ ନିକେତନ ହାଇସ୍କୁଲ ମହୁଲପାଲି, ଯୁଜମୁରା, କୁଚିଣ୍ଡା ଏନ, ଏ. ସି.ର ସରକାରୀ ହାଇସ୍କୁଲ କୁଚିଣ୍ଡା ଓ କୁଚିଣ୍ଡା ବ୍ଲକର ସରକାରୀ ହାଇସ୍କୁଲ କୁଟୁରୁଚୁଆଁ, ମାନେଶ୍ଵର ବ୍ଲକର ବୀର ସୁରେନ୍ଦ୍ର ସାଏ ପଞ୍ଚାୟତ ହାଇସ୍କୁଲ ବରଗାଁ, ସରକାରୀ ହାଇସ୍କୁଲ ମୁରା, ନାକଟିଦେଉଳ ବ୍ଲକର ସରକାରୀ ହାଇସ୍କୁଲ ସରାପାଲ୍ଲୀ. ବାପୁଜୀ ସରକାରୀ ହାଇସ୍କୁଲ ଡ଼ାଇଁଛ, ରେଢ଼ାଖୋଲ ବ୍ଲକର ଅଲସୁଆ ବାବା ହାଇସ୍କୁଲ ବଂଶଜଲ, ସରକାରୀ ହାଇସ୍କୁଲ କଦଳିଗଢ଼, ରେଙ୍ଗାଲି ବ୍ଲକର ନିୟୁ ରାମପେଲ ହାଇସ୍କୁଲ ରେଙ୍ଗାଲି. କଟରବାଗ ହାଇସ୍କୁଲ କଟରବାଗ, ସମ୍ବଲପୁର ମୁନିସିପାଲିଟି ଅଞ୍ଚଳର ମହମ୍ମଦ ସରକାରୀ ହାଇସ୍କୁଲ ହୀରାକୁଦ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁର୍ଲା, ସରକାରୀ ହାଇସ୍କୁଲ ହୀରାକୁଦ, ଲେଡି ଲୁଇସ ବାଳିକା ହାଇସ୍କୁଲ ସମ୍ବଲପୁର ଓ ବୁଢ଼ାରଜା ସରକାରୀ ହାଇସ୍କୁଲ ସମ୍ବଲପୁର ଏହି ଯୋଜନାରେ ସାମିଲ ହୋଇଛନ୍ତି ।

ଏଥର ବଦଳିବ ପିଲାଙ୍କ ପାଠପଢ଼ା ଶୈଳୀ
ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଦ୍ୱାର ନୂଆ ରୂପରେ ସ୍କୁଲ, ଶ୍ରେଣୀଗୃହ, ଲାଇବ୍ରେରୀ, ଲାବ୍ରୋଟୋରୀ, କମ୍ପୁଟର ଲ୍ୟାବ ଆଦିରେ ପିଲାମାନେ ପାଠ ପଢ଼ିବେ । ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠ ପଢ଼େଇବା ନିମନ୍ତେ ସରକାରଙ୍କ ଏକ ବଳିଷ୍ଠ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ପ୍ରତି ପିଲାଙ୍କ ପାଖରେ ବିପୁଳ ସମ୍ଭାବନା ରହିଛି ଓ ପିଲାଙ୍କ ମଧ୍ୟରେ ଥିବା ପ୍ରତିଭା ବିକାଶ କରିବା ମୁଖ୍ୟ ମନ୍ତ୍ରୀଙ୍କ ଲକ୍ଷ୍ୟ । ଯୁଜମୁରା ସ୍ଥିତ କସ୍ତୁରିବା ଗାନ୍ଧି ମାତୃ ନିକେତନ ହାଇସ୍କୁଲ ମହୁଲପାଲି ଠାରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ସମେତ କୁଚିଣ୍ଡା ବିଧାୟକ କିଶୋର ନାୟକ ଓ ରେଢ଼ାଖୋଲ ବିଧାୟକ ତଥା ଡେପୁଟି ସ୍ପିକର ରୋହିତ ପୂଜାରୀ ଭିଡିଓ ମଧ୍ୟମରେ ଜଡ଼ିତ ଥିଲେ । ଏହା ବ୍ୟତୀତ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଭଲ ପାଠପଢ଼ି, ଭଲ କାମ କରି, ରାଜ୍ୟର ଗୌରବ ବୃଦ୍ଧି କରିପାରିବେ ବୋଲି ମୁଖ୍ୟ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।