ସରିଲା ନାମାଙ୍କନ ପ୍ରତ୍ୟାହାର; ମେୟର ପଦବୀରେ ଲଢ଼ିବେ ୧୨ ଜଣ ପ୍ରାର୍ଥୀ

ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଶେଷ ଦିନରେ ୪୩ ଜଣ ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରୁ ଓହରିଛନ୍ତି।

ମେୟର ପଦବୀରେ ଲଢ଼ିବେ ୧୨ ଜଣ ପ୍ରାର୍ଥୀ (ପ୍ରତୀକାତ୍ମକ ଛବି)

ମେୟର ପଦବୀରେ ଲଢ଼ିବେ ୧୨ ଜଣ ପ୍ରାର୍ଥୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଜୋର ଧରିବ ପ୍ରଚାର ନିର୍ବାଚନ ପ୍ରଚାର। ନାମାଙ୍କନ ପ୍ରତ୍ୟାହାର ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ଶେଷ ଦିନରେ ୪୩ ଜଣ ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରୁ ଓହରିଛନ୍ତି। ଫଳରେ ବିଏମ୍ସିରେ ମେୟର ପଦବୀରେ ୧୨ଜଣ ପ୍ରାର୍ଥିନୀ ଓ ୬୭ଟି ଓ୍ବାର୍ଡ଼ ପାଇଁ ମୋଟ ୨୯୧ଜଣ କର୍ପୋରେଟ ପ୍ରାର୍ଥୀ ମଇଦାନରେ ରହିଛନ୍ତି।

ପ୍ରଚାର ଗାଡ଼ି ପାଇଁ ଅନୁମତି ପ୍ରଦାନ ସହ ନିର୍ବାଚନକୁ ଶୃଙ୍ଖଳିତ କରିବାକୁ ଆରମ୍ଭ ହେଲା ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସ୍ବତନ୍ତ୍ର ତାଲିମ୍ । ସରିଲା ନାମାଙ୍କନ ପ୍ରତ୍ୟାହାର ଅବଧି । ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ବିଏମ୍ସିର ୬୭ଟି ଓ୍ବାର୍ଡ଼ ପାଇଁ ନିର୍ବାଚନ ରଣାଙ୍ଗନରେ ରହିଲେ ମୋଟ ୨୯୧ ଜଣ କର୍ପୋରେଟର ଓ ମେୟର ପଦବୀ ପାଇଁ ୧୨ ଜଣ ପ୍ରାର୍ଥିନୀ । କର୍ପୋରେଟର ପଦବୀରୁ ଦୁଇ ଦିନ ପୂର୍ବରୁ ମୋଟ ୮ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଅଧିକ ୪୩ ଜଣ ସ୍ବାଧିନ କର୍ପୋରେଟର ପ୍ରାର୍ଥୀ ନିର୍ବାଚନରୁ ଓହରି ଯାଇଛନ୍ତି ।

"ମୁଁ ଆଗରୁ କର୍ପୋରେଟର ରହିଆସିଛି। ଆଶା ଥିଲା ବିଜେଡ଼ି ଏଥର ବି ଦଳୀୟ ଟିକେଟ ମିଳିବ। କିନ୍ତୁ ଏଥର ଅନ୍ୟ ଜଣଙ୍କୁ ମିଳିଛି। ଦଳକୁ ସମର୍ଥନ ଓ ଦଳର ଅନୁଶାସନ ଭିତରେ ରହି ପ୍ରାର୍ଥୀକୁ ସପୋର୍ଟ କରିବାକୁ ମୁଁ ମୋ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛି," ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀ ଦେବାଶିଷ।

" ମୁଁ ଓ ମୋ ସ୍ତ୍ରୀ ଉଭୟ ନାମାଙ୍କନ ପତ୍ର ଦାଖଲ କରିଥିଲୁ। ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସ୍ତ୍ରୀ ବିଜେପିରୁ ଛିଡ଼ା ହୋଇଛନ୍ତି। ଏବେ ମୁଁ ମୋ ସ୍ତ୍ରୀକୁ ସପୋର୍ଟ କରିବାକୁ ମୋ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛି," କହିଛନ୍ତି ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀ ପ୍ରଶାନ୍ତ କୁମାର ନାୟକ।

"୭୦୫ ବୁଥ୍ ପାଇଁ ଉଭୟ ମେୟର ଓ କର୍ପୋରେଟର ଭୋଟ ପାଇଁ ଦୁଇଟି ଲେଖାଏଁ ଇଭିଏମ୍ ରହିବ। ଏଥିପାଇଁ ପର୍ଯ୍ୟାୟ କ୍ରମେ ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସ୍ବତନ୍ତ୍ର ତାଲିମ୍ ଆରମ୍ଭ ହୋଇଯାଇଛି । ସେପଟେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀଙ୍କୁ ପ୍ରଚାର ଗାଡ଼ି ପାଇଁ ଅନୁମତି ଦିଆଯାଇଛି। ଭୁବନେଶ୍ବରରେ ମୋଟ ୩୩୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିବା ବେଳେ ବୁଥରେ ସିସିଟିଭି ଲଗାଯିବା ସହ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ," କହିଛନ୍ତି ନିର୍ବାଚନ ଅଧିକାରୀ ।

"ମୋଟ ୪୩ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ କରି ଆମେ ନିର୍ବାଚନୀ ପ୍ରଚାର ପାଇଁ ଗାଇଡ଼ଲାଇନ ଜାରି କରୁଛୁ। ଆସନ୍ତାକାଲି ଠାରୁ ନିୟମ ଭିତରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିବେ। ସେହିଭଳି ପୁଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ଆଜିଠାରୁ ତାଲିମ ଦେବା ଆରମ୍ଭ ହୋଇଛି," ବିଏମ୍ସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ।
Published by:Soumya Das
First published: