ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ

ପ୍ରଥମେ କଣ୍ଟାଟି କେଉଁ ଜାଗାରେ ଅଛି ଜାଣିବା ପାଇଁ କଇଁଛଟିର ଏକ୍ସରେ କରାଯାଇଥିଲା । କଇଁଛଟିର ପାଟିରେ କଣ୍ଟା ଲାଖି ଥିବାର ଦେଖାଗଲା । କଇଁଛଟିକୁ ଅପରେସନ ଥିଏଟର ଭିତରକୁ ନିଆଯାଇ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ଅପରେସନ୍ କରାଯାଇଥିଲା ।

ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ
କଇଁଛଟିର ସର୍ଜରୀ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: September 17, 2020, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବନଶୀରେ ମାଛ ଧରିବା ବେଳେ ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା । ବନଶୀରେ ପଡ଼ିଥିବା କଇଁଛଟି କଷ୍ଟ ପାଉଥିଲା । ତାକୁ ଉଦ୍ଧାର କରି ଡାକ୍ତରୀ ଅପରେସନ୍‌ କରାଯିବା ପରେ ତା’ର ପ୍ରାଣ ବଞ୍ଚିଥିଲା । ଏହି ଘଟଣା ଘଟିଛି ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ଅଞ୍ଚଳରେ ।

ଭୁବନେଶ୍ୱର ନୂଆ ବାଇପାସ ରୋଡ଼ ଶିଶୁପାଳଗଡ଼ ନିକଟରେ ଥିବା ଏକ ଜଳାଶୟରେ କିଛି ପିଲା ମଙ୍ଗଳବାର ଦିନ ବନଶୀ ଖାଡ଼ି ପକେଇ ମାଛ ଧରୁଥିଲେ । ଏତିକି ବେଳେ ବିନୋଦ ନାମକ ଜଣେ ଯୁବକଙ୍କ ବନଶୀରେ ମାଛ ବଦଳରେ ଗୋଟିଏ ପଙ୍କୁଆ କଇଁଛ (ଇଣ୍ଡିଆନ ସଫ୍ଟ ସେଲ ଟର୍ଟଲ୍) ମାଛ କଣ୍ଟାକୁ ଗିଳି ଦେଇଥିଲା । ପିଲାମାନେ କଇଁଛ ମୁହଁରୁ ବନଶୀ କଣ୍ଟା କାଢ଼ିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଖାଡିରେ ଲାଗିଥିବା ଡୋରଟିକୁ କାଟି ପୁଣି ପାଣିରେ ଛାଡ଼ି ଦେବାକୁ ଯାଉଥିଲେ ।

ଏତିକି ବେଳେ ଭଗବାନ ମଲ୍ଲିକ ନାମକ ଜଣେ ଯୁବକ ସେହି ବାଟରେ ଯିବା ବେଳେ ଏହି ଘଟଣା ଦେଖି ବନଶୀ କଣ୍ଟା ପାଟିରେ ଥାଇ କଇଁଛକୁ ଛାଡ଼ି ଦେଲେ ସିଏ ଖାଇ ନ ପାରି ଅଳ୍ପ ଦିନରେ ମରିଯିବ ବୋଲି ପିଲାମାନଙ୍କୁ ବୁଝାଇ ଥିଲେ । ଏହା ପରେ ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାହାଯ୍ୟ ପାଇଁ ଖବର ଦିଆଯାଇଥିଲା ।

କଇଁଛଟି ଛୋଟ (ମାତ୍ର ୫୦୦ ଗ୍ରାମ) ଥିଲା ।


ଶୁଭେନ୍ଦୁ ଘଟଣା ସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କଲେ ସତ, ହେଲେ ସେତେବେଳକୁ ଭେଟେରିନାରୀ କଲେଜ ବନ୍ଦ ହେଇ ସାରିଥିଲା । ତେଣୁ ସେ ସିଟି ଡିଏଫଓ ଅଶୋକ ମିଶ୍ରଙ୍କ ପାଖକୁ ହ୍ଵାଟ୍ସଆପ ଜରିଆରେ କଇଁଛର ଫଟୋ ପଠାଇଥିଲେ । ବୁଧବାର ସକାଳୁ ଓୟୁଏଟିରେ ଭେଟେରୀନାରି କଲେଜରେ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ ଅପରେସନ କରି କଇଁଛ ପାଟିରୁ ବନସି କଣ୍ଟାଟିକୁ ବାହାର କରିଥିଲେ ।

ପ୍ରଥମେ କଣ୍ଟାଟି କେଉଁ ଜାଗାରେ ଅଛି ଜାଣିବା ପାଇଁ କଇଁଛଟିର ଏକ୍ସରେ କରାଯାଇଥିଲା । ଏକ୍ସରେରୁ କଇଁଛଟିର ପାଟିରେ ମାଛ କଣ୍ଟା ଲାଖି ଥିବାର ସ୍ପଷ୍ଟ ଦେଖାଗଲା । ଏହା ପରେ କଇଁଛଟିକୁ ଅପରେସନ ଥିଏଟର ଭିତରକୁ ନିଆଯାଇ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯିବା ପରେ କଇଁଛଟି ଧୀରେ ଧୀରେ ନିସ୍ତେଜ ହେଇଥିଲା । କିନ୍ତୁ କଇଁଛଟି ଛୋଟ (ମାତ୍ର ୫୦୦ ଗ୍ରାମ) ହେଇଥିବାରୁ କଣ୍ଟାଟିକୁ କାଢ଼ିବା ପାଇଁ ଦୀର୍ଘ ଦେଢ଼ ଘଣ୍ଟା କାଳ ପରିଶ୍ରମ କରିବାକୁ ପଡିଥିଲା ଡାକ୍ତର ନାଥଙ୍କୁ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

‘‘କଇଁଛଟି ଏବେ ସୁସ୍ଥ ଅଛି । ତାକୁ ଆଣ୍ଟିବାୟୋଟିକ୍ସ ଓ ପେନ୍‌ କିଲର୍‌ ଇଞ୍ଜେକ୍ସନ ଦିଆ ଯାଇଛି । ସପ୍ତାହେ ଅବଜରଭେସନରେ ରଖିବା ପରେ କଇଁଛଟିକୁ ପ୍ରାକୃତିକ ପରିବେଶ ରେ ଛାଡ଼ି ଦିଆଯିବ,’’ କହିଛନ୍ତି ଡାକ୍ତର ନାଥ ।



ଏମିତି ଘଟଣା ଘଟିଲେ ଲୋକେ ନିଜେ ଭିଡ଼ା ଭିଡ଼ି କରି ବନଶୀ କଣ୍ଟାକୁ କାଟିବା ପାଇଁ ଚେଷ୍ଟା ନ କରି ବନଶୀ ଡୋରକୁ କଣ୍ଟା ସହିତ ୨-୩ ଫୁଟ  ଲମ୍ବର କାଟି ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ ।
Published by: Anand Shankar Thankur Das
First published: September 17, 2020, 7:01 PM IST
corona virus btn
corona virus btn
Loading