ଟୁଙ୍ଗୁରୁ ଭୋଳ କରିବ ଖେଳ: ଅଟୋ ଡ୍ରାଇଭରଙ୍କୁ ହିରୋ ପାଇଁ ଅଫର!

ଅଟୋ ଡ୍ରାଇଭରରୁ ସେଲିବ୍ରିଟି ବନିବାକୁ ଯାଉଛନ୍ତି ପ୍ରେମ ପାଇଁ ଭାଇରାଲ୍ ହୋଇଥିବା ଯୁବକ ଟୁଙ୍ଗୁରୁ ଭୋଳ।

ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ଟୁଙ୍ଗୁରୁ ଭୋଳ

ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ଟୁଙ୍ଗୁରୁ ଭୋଳ

  • Share this:
News18 Odia Digital

ଭୁବନେଶ୍ୱର : ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ଗାଁ ହେଉ କି ସହର ସବୁ ଖଟିରେ ଏବେ ଟୁଙ୍ଗୁରୁଙ୍କୁ ନେଇ ବେସ୍ ଚର୍ଚ୍ଚା । କିଛିଦିନ ମଧ୍ୟରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଥିବା ଟୁଙ୍ଗୁରୁ ଭୋଳ ଖବରଟିକୁ କୌଣସି ଗଣମାଧ୍ୟମ ଏବେ ହାତ ଛଡ଼ା କରିବାକୁ ଚାହୁଁନାହାନ୍ତି । କାରଣ ଦର୍ଶକେ ମଧ୍ୟ ଟୁଙ୍ଗୁର ଭୋଳଙ୍କ ଖବରର ଅପଡେଟ୍ ପାଇଁ ଚାହିଁ ରହିଛନ୍ତି । ଯାହାର ପ୍ରମାଣ ସୋସିଆଲ୍ ମିଡିଆରୁ ଦେଖିବାକୁ ମିଳୁଛି ।

ଅଟୋ ଡ୍ରାଇଭରରୁ ସେଲିବ୍ରେଟି ବନିବାକୁ ଯାଉଛନ୍ତି ପ୍ରେମ ପାଇଁ ଭାଇରାଲ୍ ହୋଇଥିବା ଯୁବକ ଟୁଙ୍ଗୁରୁ । ବର୍ଷାଙ୍କ ସହ ଘଟିଥିବା ପ୍ରେମ କାହାଣୀରୁ ସାଧାରଣ ଲୋକେ ଟୁଙ୍ଗୁରୁଙ୍କୁ ଜାଣିଥିଲେ କିନ୍ତୁ ଏବେ ଟୁଙ୍ଗୁରୁଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିବାକୁ ଯାଉଛି । କାରଣ ଏକ ମ୍ୟୁଜିକ ଭିଡିଓରେ ଅଭିନୟ କରିବା ପାଇଁ ଟୁଙ୍ଗୁରୁଙ୍କୁ ଅଫର୍ ମିଳିଛି । ଜଣେ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ କଥାହୋଇ ଏହାକୁ ଫାଇନାଲ୍ କରିଛନ୍ତି ।

ପୂର୍ବରୁ ଟୁଙ୍ଗୁରୁଙ୍କ ଉପରେ ଆଧାରିତ ଏକ ଅଡିଓ ସଙ୍ଗ୍ ମଧ୍ୟ ରିଲିଜ୍ ହୋଇଥିଲା ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେଣୁ ନିର୍ଦ୍ଦେଶକ ବିଶ୍ୱାସ ରଖିଛନ୍ତି ଯେ ଟୁଙ୍ଗୁରୁଙ୍କ ଉପରେ ମ୍ୟୁଜିକ୍ ଭିଡିଓ ତିଆରି କରାଗଲେ ଦର୍ଶକେ ବେସ୍ ପସନ୍ଦ କରିବେ । ଏହା ସହ ଓଲିଉଡର ଆହୁରି ଅନେକ ନିର୍ଦ୍ଦେଶକ ଟୁଙ୍ଗୁରୁଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି । ଟୁଙ୍ଗୁରୁ ପ୍ରତିକ୍ରିୟା ଦେଇ କହିଛନ୍ତି ଆଗକୁ ଟୁଙ୍ଗୁରୁ ଭୋଳ କରିବ ଖେଳ ।
Published by:Soubhagya Mishra
First published: