ଜେଲ ଗଲା ଟୁଙ୍ଗୁରୁ ଭୋଳ; ବର୍ଷାଙ୍କ ଅଭିଯୋଗ ଅନୁସାରେ ଗିରଫ କଲା ପୋଲିସ

ଗୁରୁବାର ଭରତପୁର ପୋଲିସ ଅଟୋ ଚାଳକ ଟୁଙ୍ଗୁରୁ ଭୋଳଙ୍କୁ ଗିରଫ କରିଛି । ଦୁଷ୍କର୍ମ ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଭରତପୁର ଥାନାରେ ବର୍ଷାଙ୍କ ଲିଖିତ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ଜେଲ ଗଲା ଟୁଙ୍ଗୁରୁ ଭୋଳ; ବର୍ଷାଙ୍କ ଅଭିଯୋଗ ଅନୁସାରେ ଗିରଫ କଲା ପୋଲିସ

ଜେଲ ଗଲା ଟୁଙ୍ଗୁରୁ ଭୋଳ; ବର୍ଷାଙ୍କ ଅଭିଯୋଗ ଅନୁସାରେ ଗିରଫ କଲା ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଟୁଙ୍ଗୁରୁ ଭୋଳ ଏକ ଚର୍ଚ୍ଚିତ ନାଁ ଯାହାକୁ ସମସ୍ତେ ପ୍ରାୟ ଜାଣିଛନ୍ତି । ହେଲେ ଏହି ଚର୍ଚ୍ଚା ସୁନାମ ଅର୍ଜନ କରି ନୁହେଁ ବରଂ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି । କିଛି ଦିନ ପୂର୍ବରୁ ନିଜକୁ ବର୍ଷା ଭୋଳ ପରିଚୟ ଦେଇ ଜଣେ ମହିଳା ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା ଦେଇଥିଲେ ହାତରେ ଥିଲା ଶଙ୍ଖା ସିନ୍ଦୂର । ଅଭିଯୋଗ କରିଥିଲେ କି ଟୁଙ୍ଗୁରୁ ଭୋଳ ମତେ ବିବାହର ପ୍ରତିଶୃତି ଦେଇ ମୋ ସହ ଶାରୀରିକ ସଂପର୍କ ରଖିଛି। ଆଉ ଏବେ ବିବାହ କରିବାକୁ ମନା କରୁଛି। ଏକଥା ମଧ୍ୟ କହିଥିଲା ଯେ ସେମାନେ ମନ୍ଦିରରେ ବିବାହ କରିଛନ୍ତି।

ଦୁହେଁ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ। ଦୁହିଁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ଭାଇରାଲ ହେଲା । ବର୍ଷା ପୋଲିସରେ ଏନେଇ ଅଭିଯୋଗ କରିବା ପରେ ଉଭୟଙ୍କ ମଧ୍ୟରେ ସବୁ ସମାଧାନ ହୋଇଯିବ ବୋଲି ମଧ୍ୟ କହିଥିଲେ। ହେଲେ ଏହି ଲଭଷ୍ଟୋରୀରେ ଏକ ବଡ ଟ୍ୱିଷ୍ଟ୍ ଆସିଛି । ଗୁରୁବାର ଭରତପୁର ପୋଲିସ ଅଟୋ ଚାଳକ ଟୁଙ୍ଗୁରୁ ଭୋଳଙ୍କୁ ଗିରଫ କରିଛି । ଦୁଷ୍କର୍ମ ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଭରତପୁର ଥାନାରେ ବର୍ଷାଙ୍କ ଲିଖିତ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ଏତଲାରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଟୁଙ୍ଗୁରୁ ଭାଇରାଲ କରିଥିବା ବର୍ଷା ଉଲ୍ଲେଖ କରିଛନ୍ତି । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ ଅଭିଯୋଗରେ ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଗିରଫ ହୋଇଛି । ଗୁରୁବାର ଭୁବନେଶ୍ୱର, ଭରତପୁର ପୋଲିସ ଗୁଙ୍ଗୁରୁକୁ ଗିରଫ କରି କୋର୍ଟ ଚାଲାଣି କରିଛି । ଏହାପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି । ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଆଇପିସିର ଦଫା- ୩୪୧, ୨୯୪, ୩୨୩, ୩୭୬, ୫୯୬ ଓ ୩୪ ଲାଗିଛି ।

ଅଭିଯୁକ୍ତ ଟୁଙ୍ଗୁରୁର ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଥିବା ବେଳେ ସେ ରାଜଧାନୀର ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ବରୀ ବସ୍ତିରେ ରହୁଥିଲା। ପୋଲିସର ସୂଚନାନୁସାରେ, ଗତ ଅଗଷ୍ଟ ୧୦ ତାରିଖ ମଧ୍ୟାହ୍ନରେ ସୁଜୟନ୍ତି ଦଳେଇ ଓରଫ ବର୍ଷା ଭରତପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ସେ ସେଥିରେ ଦର୍ଶାଇ ଥିଲେ ଯେ, ଜୁଲାଇ ୨୯ ତାରିଖ ମଧ୍ୟ ରାତିରେ ଟୁଙ୍ଗୁରୁ ଅନ୍ୟ ଜଣେ ମହିଳାଙ୍କ ସହ ଫୁଲେଶ୍ୱରୀ ବସ୍ତିରେ ଥିଲେ । ସେହି ମହିଳାଙ୍କ ଘରେ ତାଙ୍କୁ ଟୁଙ୍ଗୁରୁ ଭୋଳ ଯୌନ ନିର୍ଯ୍ୟାତନା ଦେଇଥିଲା ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ଅଗଷ୍ଟ ତିନି ତାରିଖରେ ମଧ୍ୟ ନିଶା ସେବନ କରି ସେହି ବସ୍ତିର ଏକ ଘରକୁ ନେଇ ପୁଣି ଗାଳି କରିବା ସହ ଅସଦାଚରଣ କରିଥିଲା । ଯୋଗେନ୍ଦ୍ର ଭୋଳ ନାମକ ବ୍ୟକ୍ତିଙ୍କ ପରିବାର ତାଙ୍କୁ ହତ୍ୟା ଧମକ ଦେଇଥିବା ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି ।

ଅଭିଯୋଗର ପ୍ରାୟ ୫୦ ଦିନ ପରେ ଟୁଙ୍ଗୁରୁ ଭୋଳକୁ ଭରତପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏବେ ମଧ୍ୟ ମାମଲାର ତନାଘନା ଚାଲିଛି ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।
Published by:Soubhagya Mishra
First published: