ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକ୍ଷାବୃତ୍ତି କରୁଥିବା ତୁଳା ବେହେରା; ସବୁଠି ବୃଦ୍ଧାଙ୍କ ଚର୍ଚ୍ଚା
- News18 Odia
- Last Updated :
- Phulabani (Phulbani), India
News 18 Odia Digital
ଫୁଲବାଣୀ; ଭିକ୍ଷାବୃତ୍ତି କରି ବ୍ୟାଙ୍କରେ ସାଇତି ଥିବା ୧ ଲକ୍ଷ ଟଙ୍କା ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି ଜଣେ ବୃଦ୍ଧା । ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏକ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ମହିଳା ଏହି ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏନେଇ କମିଟି ତରଫରୁ ସୂଚନା ଦିଆଯାଇଥିଲା। ଆଉ ଯାହା ପରେ ବୃଦ୍ଧା ଜଣକ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ଛାଇ ହୋଇ ରହିଛନ୍ତି । ଆପଣ ଭାବୁଥିବେ ବୃଦ୍ଧା ଜଣକ ନିଶ୍ଚିତ ବହୁତ ଧନୀ ଶ୍ରେଣୀର ହୋଇଥିବେ। କିନ୍ତୁ ପ୍ରକୃତ କଥା ତାହା ନୁହେଁ ।
ସବୁଠୁ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଏହି ଟଙ୍କା ଦାନ କରିଥିବା ମହିଳାଙ୍କ ପେଷା । ମହିଳା ଜଣକ କୌଣସି କୋଟିପତି ନୁହନ୍ତି, ବରଂ ସେ ହେଉଛନ୍ତି ଜଣେ ଭିକାରୁଣୀ । ଏହି ମହିଳାଙ୍କ ନାମ ତୁଳା ବେହେରା ବୋଲି ଜଣା ପଡ଼ିଛି । ବୟସ ପାଖାପାଖି ୬୦ ବର୍ଷ ହୋଇଥିବା ବେଳେ ସହରରେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି । ସେ ଭିକ୍ଷାବୃତ୍ତିରୁ ସଞ୍ଚୟ କରିଥିବା ଟଙ୍କାକୁ ମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରିଛନ୍ତି । ସାରା ଜୀବନକାଳ ମଧ୍ୟରେ ସଞ୍ଚିତ ଧନ ରୂପରେ ଆଜି ମନ୍ଦିର କମିଟିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଏବେ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।