ପ୍ରତି ପରିବାରରୁ ଜଣେ ଲୋକକୁ କେନ୍ଦ୍ର ସରକାର ଚାକିରି ଦେଉଛନ୍ତି? ଜାଣନ୍ତୁ ଭାଇରାଲ୍‌ ଖବରର ସତ

Truth behind ‘One Family One Job’ scheme claims | ସୋସିଆଲ୍ ମିଡି଼ଆରେ ପ୍ରଚାର ହେଉଛି ଯେ କେନ୍ଦ୍ର ସରକାର 'ୱାନ୍ ଫ୍ୟାମିଲି ୱାନ୍ ଜବ୍' ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇ ଦେବେ । ଏହି ଖବର ସାରା ଦେଶରେ ଚର୍ଚ୍ଚାରେ ଅଛି ।

ଭାଇରାଲ୍ ଖବର ରେ ତଦନ୍ତ ଆରମ୍ଭ ହୋଇଥିଲା ।

ଭାଇରାଲ୍ ଖବର ରେ ତଦନ୍ତ ଆରମ୍ଭ ହୋଇଥିଲା ।

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ସଂକ୍ରମଣ କାଳରେ ଦେଶରେ ଅନେକ ଲୋକ ଚାକିରି ହରାଇଛନ୍ତି । ଯେତିକି ଚାକିରି ଯାଇଛି ସେତିକି ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରି ନ ଥିବା ବେଳେ ଏବେ ପରିସ୍ଥିତି ଏମିତି ହୋଇଛି ଯେ ଲୋକେ ଚାକିରି ନାମରେ ଠକେଇର ଶିକାର ହେଉଛନ୍ତି। କିଛି ଲୋକ ରାଜ୍ୟ ସରକାରଙ୍କ ଚାକିରି ଯୋଜନା ବିଷୟରେ କହୁଛନ୍ତି ତ ଆଉ କେହି କେହି କେନ୍ଦ୍ର ସରକାରଙ୍କ ଚାକିରି ଯୋଜନା ବିଷୟରେ କହୁଛନ୍ତି । ଏବେ 'ୱାନ୍‌ ଫ୍ୟାମିଲି ୱାନ୍‌ ଜବ୍‌' (ଗୋଟିଏ ପରିବାର, ଗୋଟିଏ ଚାକିରି) ନାମକ ଏକ ‘‘ସରକାରୀ ଯୋଜନା’’ ବିଷୟରେ ସୋସିଆଲ୍‌ ମିଡି଼ଆରେ ଚର୍ଚ୍ଚା ହେଉଛି ।

ଏହି ଯୋଜନା ବିଷୟରେ ଉଲ୍ଲେଖ କରି ସୋସିଆଲ୍‌ ମିଡି଼ଆରେ କିଛି ଲୋକ କହୁଛନ୍ତି ଯେ କେନ୍ଦ୍ର ସରକାର ଏହା ଅଧୀନରେ ଦେଶର ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇ ଦେବେ । ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଦାବି କରୁଛି ଯେ “ଗୋଟିଏ ପରିବାର ଗୋଟିଏ ସରକାରୀ ଚାକିରି ଯୋଜନା ୨୦୨୦ ଅନୁସାରେ ପ୍ରଧାନ ମନ୍ତ୍ରୀ ତାଙ୍କର ଉଚ୍ଚାଭିଳାଷୀ ଚାକିରି ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା ଅଧୀନରେ ପ୍ରତି ରାଜ୍ୟର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ଗୋଟିଏ ସରକାରୀ ଚାକିରି ଦିଆଯିବ। ଏହି ଯୋଜନାର କାର୍ଯ୍ୟକାରୀ ହୋଇଥିବାରୁ ଦେଶର ଯୁବକମାନଙ୍କ ମଧ୍ୟରେ ଏକ ବଡ଼ ଖୁସି ପରିବେଶ ସୃଷ୍ଟି ହୋଇଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା: ଫ୍ୟାମିଲି କୋର୍ଟରେ ହାଜର ହେଲେ ଦୁହେଁ; ‘‘ନ୍ୟାୟର ଜୟ ହେଉ’’

ଏହି ଖବର ଆସିବା ପରେ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ସରକାର ଅନୁସନ୍ଧାନ ଆରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ (Press Information Bureau ବା ପି.ଆଇ.ବି.) ଫ୍ୟାକ୍ଟ ଚେକ୍ କରି ଏକ ବିବୃତି ଜାରି କରିଛି । ପି.ଆଇ.ବି. ଏକ ଟ୍ୱିଟ୍ କରି କହିଛି ଯେ ‘‘ଗୋଟିଏ ପରିବାର ଗୋଟିଏ ଚାକିରି' ନାମକ କୌଣସି ଯୋଜନା ଚାଲୁ କରାଯାଇ ନାହିଁ ।’’



ଏହା ବି ପଢ଼ନ୍ତୁ | ଦିନେ କୁଲି ମଜୁରିଆ ଥିଲେ, ଏବେ YouTubeରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ସମ୍ବଲପୁରର ଆଦିବାସୀ ଯୁବକ

ବାସ୍ତବରେ କୌଣସି ସରକାରୀ ୱେବସାଇଟରେ ଏହି ଯୋଜନା ବିଷୟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ । ଯଦି ସରକାର ଏତେ ବଡ଼ ଯୋଜନାର ଘୋଷଣା କରନ୍ତି, ତେବେ ଏହା ନିଶ୍ଚିତ ଯେ ଦେଶର ସବୁ ଗଣମାଧ୍ୟମ ଓ ଖବରକାଗଜରେ ଏହା ବିଷୟରେ ଆଲୋଚନା ହେବ । କିନ୍ତୁ କୌଣସି ଖ୍ୟାତିସମ୍ପନ୍ନ ମିଡି଼ଆ ୱେବସାଇଟରେ ଏହି ଯୋଜନା ସମ୍ବନ୍ଧୀୟ କୌଣସି ଖବର ଆସିନାହିଁ ।



ସରକାରୀ ଚାକିରି ମିଳୁଛି ବୋଲି ଏହି ନକଲି ଦାବି ଗତ କିଛି ମାସ ତଳେ ସୋସିଆଲ ମିଡିଆରେ ପ୍ରସାରିତ ହେବା ଆରମ୍ଭ କରିଥିଲା । ସେଥି ପାଇଁ ମାର୍ଚ୍ଚରେ PIB ଫ୍ୟାକ୍ଟ ଚେକ୍ କରି ପ୍ରଥମେ ଏହି ଦାବିକୁ ଖଣ୍ଡନ କରିଥିଲା । ଏବେ ପି.ଆଇ.ବି. ପୁଣି ଥରେ ଏହାକୁ ଖଣ୍ଡନ କରିଛି । ଏହି ଜାଲ୍‌ ଦାବି ଦ୍ୱାରା ସାଧାରଣ ଜନମା, ବିଶେଷ କରି ଯୁବା ବର୍ଗ, ଠକାମିରେ ନ ପଡ଼ନ୍ତୁ ବୋଲି ପି.ଆଇ.ବି. ଏହି ଟ୍ୱିଟ୍‌ କରି ଦାବିକୁ ଖଣ୍ଡନ କରିଛି ।
Published by:Anand S.T. Das
First published: