Road Accident: ବୋଲେରୋକୁ ପିଟିଲା ଟ୍ରକ୍; ୨ ପୋଲିସ କର୍ମଚାରୀ ମୃତ

Road Accident: ବୋଲେରୋକୁ ପିଟିଲା ଟ୍ରକ୍। ୨ ପୋଲିସ କର୍ମଚାରୀ ମୃତ ଓ ଦୁଇ ପୋଲିସ କର୍ମଚାରୀ ଗୁରୁତର। ମୃତକ ହେଲେ ଗୃହରକ୍ଷୀ ଜଗନ୍ନାଥ ମେହେର ଓ ଚାଳକ ପ୍ରଶାନ୍ତ ରଣା।

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ବୌଦ୍ଧ: ବୋଲେରୋକୁ ପିଟିଲା ଟ୍ରକ୍ (Road Accident)। ୨ ପୋଲିସ କର୍ମଚାରୀ ମୃତ୍ୟୁ ଘଟିଛି। ମୃତକ ହେଲେ ଗୃହରକ୍ଷୀ ଜଗନ୍ନାଥ ମେହେର ଓ ଚାଳକ ପ୍ରଶାନ୍ତ ରଣା। ଦୁଇ ଗୁରୁତର ହେଲେ ଏଏସଆଇ ନାଗରାଜ ପ୍ରଧାନ ଓ ଗୃହରକ୍ଷୀ ସୁଶାନ୍ତ ସାହୁ।

ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାର ଏକ ପୋଲିସ ଟିମ ଭୁବନେଶ୍ୱରକୁ ଏକ ମାମଲାର ତଦନ୍ତ କରି ଏକ ବୋଲେରୋ ଯୋଗେ ଗତକାଲି ରାତିରେ ଫେରୁଥିବା ବେଳେ ଜହ୍ନାପଙ୍ଗ ଫାଣ୍ଡି କମଳପୁର ଛକ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଦୁଇଜଣ କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଦୁଇ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସମସ୍ତ ପୋଲିସ କର୍ମଚାରୀ ବାଉଁଶୁଣି ଥାନାରେ କାର୍ଯ୍ୟରତ ଥିବା ବେଳେ ଭୁବନେଶ୍ୱରରୁ ଫେରୁଥିବା ଦୁର୍ଘଟଣା ହୋଇଥିବା ସୂଚନା। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କମଳପୁର ଛକରେ ଏକ ଟ୍ରକ ଦୃତ ଗତିରେ ଆସୁଥିବା ବେଳେ ପୋଲିସ ଗାଡ଼ିକୁ ପିଟିଦେଇଥିଲା। ଏଥିରେ ପୋଲିସ ବୋଲେରୋଟି ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବୋଲେରୋର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ପଢ଼ନ୍ତୁ ପୂରା ଖବର: କେନ୍ଦୁଝର ଜିଲ୍ଲାକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ୍‌ର ଚେର; RTI ତଥ୍ୟରେ ହେଲା ବଡ଼ ଖୁଲାସା

ଅନ୍ୟପଟେ ଟ୍ରକଟି ବୋଲେରୋକୁ ପିଟି ଏକ ଗଛରେ ମାଡ଼ କରି ଠିଆ ହୋଇଛି। ଏହି ଦୁର୍ଘଟଣାରେ ହୋମଗାର୍ଡଙ୍କ ସହ ବୋଲେରୋ ଡ୍ରାଇଭରର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଏଏସଆଇ ଓ ଅନ୍ୟଜଣେ ହୋମଗାର୍ଡ ମଧ୍ୟ ଗୁରୁତର ଅଛନ୍ତି ।
Published by:Lipina Das
First published: