ମୟୁରଭଞ୍ଜ: ଘାଟିରେ ୮୦ ଫୁଟ ତଳକୁ ଖସିଲା ଟ୍ରକ୍; ଡ୍ରାଇଭରର ମୃତ୍ୟୁ ହେଲା, ହେଲ୍ପର ଗୁରୁତର

ମହାରାଷ୍ଟ୍ରର ନାସିକରୁ କୋଲକାତା ଯାଉଥିବା ଏହି ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏ ପର୍ଯ୍ୟନ୍ତ ସଠିକ ଜଣାପଡ଼ିନାହିଁ । ଆହତ ହୋଇଥିବା ହେଲପର୍ ଚେତାଶୂନ୍ୟ ଥିବାରୁ କିଛି କହିବା ପାଇଁ ଅସମର୍ଥ ଥିବା ଜଣାପଡ଼ିଛି ।

ମୟୁରଭଞ୍ଜ: ଘାଟିରେ ୮୦ ଫୁଟ ତଳକୁ ଖସିଲା ଟ୍ରକ୍; ଡ୍ରାଇଭରର ମୃତ୍ୟୁ ହେଲା, ହେଲ୍ପର ଗୁରୁତର
ଟ୍ରକଟି ତଳକୁ ଖସି ପଡ଼ିବା ପରେ ତା’ର ଅଂଶ ସବୁ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୟୁରଭଞ୍ଜ: ପୁଣି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଙ୍ଗରିପୋଷୀ ଦ୍ୱାରଶୁଣି ଘାଟିରେ ୮୦ ଫୁଟ ତଳକୁ ଖସି ପଡ଼ିଛି ଏକ ଟ୍ରକ୍‌ । ଏହି ଦୁର୍ଘଟଣା ଫଳରେ ଟ୍ରକ୍‌ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପର ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ଅଛନ୍ତି ।

ଟ୍ରକଟି ମହାରାଷ୍ଟ୍ରର ନାସିକ (Nasik)ରୁ ପିଆଜି ନେଇ କୋଲକାତା (Kolkata) ଯାଉଥିଲା । ବାଙ୍ଗରିପୋଷି ଦ୍ୱାରଶୁଣି ଘାଟିରେ ପହଞ୍ଚିବା ବେଳେ ଭାରସାମ୍ୟ ହରାଇ ଟ୍ରକଟି ହଠାତ୍ ତଳକୁ ଖସି ପଡ଼ିଥିଲା । ଟ୍ରକର ଅଂଶ ସବୁ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଥିଲା । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣା ପରେ ଟ୍ରକରେ ବସ୍ତାରେ ଥିବା ପିଆଜଗୁଡ଼ିକ ଏଣେତେଣେ ବୁଣିଯାଇଥିଲା ।  ଏହି ପିଆଜଗୁଡ଼ିକୁ ନିକଟସ୍ଥ ଅନେକ ଗାଁର ଲୋକେ ବୋହି ନେଉଥିବା ଦେଖିବାକୁ ମିଳିଥିଲା ।

ଏଣେତେଣେ ବୁଣିଯାଇଥିବା ପିଆଜଗୁଡ଼ିକୁ ନିକଟସ୍ଥ ଗାଁର ଲୋକେ ସାଉଣ୍ଟୁଛନ୍ତି ।


ତେବେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏ ପର୍ଯ୍ୟନ୍ତ ସଠିକ ଜଣାପଡ଼ିନାହିଁ । ଆହତ ହୋଇଥିବା ହେଲପର୍‌ ଚେତାଶୂନ୍ୟ ଥିବାରୁ କିଛି କହିବା ପାଇଁ ଅସମର୍ଥ ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେମାନେ ଏକ ଭୀଷଣ ଶବ୍ଦ ଶୁଣି ଟ୍ରକ ଦୁର୍ଘଟଣ ହୋଇଥିବା ଜାଣିପାରିଥିଲେ । ଦ୍ରୁତ ଗତିରେ ଆସୁଥିବା ଏହି ଟ୍ରକଟି ଘାଟିରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା ବୋଲି କକହିଛନ୍ତି ସ୍ଥାନୀୟ ଲୋକେ ।

ଦୁର୍ଘଟଣା ବେଳେ ଟ୍ରାଇଭର୍‌ ଓ ହେଲପର୍‌ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଥିଲେ କି ନାହିଁ ପୋଲିସ ସେ ନେଇ ବି ତଦନ୍ତ କରୁଛି । ଡ୍ରାଇଭର ଓ ହେଲପରଙ୍କ ମେଡିକାଲ୍‌ ରିପୋର୍ଟରୁ ଏ ବିଷୟରେ ଜଣାପଡ଼ିବ ।

ପିଆଜକୁ ବ୍ୟାଗ ଓ ବୁରାରେ ଭର୍ତ୍ତି କରି ସ୍ଥାନୀୟ ଲୋକେ ନିଜ ଘରକୁ ବୋହି ନେଉଛନ୍ତି ।


ବାଙ୍ଗରିପୋଷି ଦ୍ୱାରଶୁଣି ଘାଟିରେ ଲଗାତର ଗାଡ଼ି ଦୁର୍ଘଟଣା ହୋଇଆସୁଛି । ଏହି ଘାଟି ଦେଇ ଯାଇଥିବା ରାସ୍ତା ସଙ୍କଟପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ଡ୍ରାଇଭରମାନଙ୍କ ଅସାବଧାନତା ଓ ଦ୍ରୁତ ଗତି ହିଁ ଅଧିକାଂଶ ଦୁର୍ଘଟଣାର କାରଣ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ଓ ପୋଲିସ ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 2:37 PM IST
corona virus btn
corona virus btn
Loading