ଆଦିବାସୀବହୁଳ ଏକ ଗାଁ ଯେଉଁଠି ମଦ୍ୟପାନ ସମ୍ପୂର୍ଣ୍ଣଭାବେ ନିଷିଦ୍ଧ, ପିଇଲେ ଜୋରିମାନା ୫ ହଜାର ଟଙ୍କା

ମହିଳାମାନେ ଏକାଠି ହୋଇ ମଦ୍ୟପାନକୁ ବିରୋଧ କରିଥିଲେ କାରଣ ପୁରୁଷମାନେ ମଦ୍ୟପାନ କରି ଦୈନିକ ହିଂସା ଘଟାଉଥିଲେ

ମହିଳାମାନେ ଏକାଠି ହୋଇ ମଦ୍ୟପାନକୁ ବିରୋଧ କରିଥିଲେ କାରଣ ପୁରୁଷମାନେ ମଦ୍ୟପାନ କରି ଦୈନିକ ହିଂସା ଘଟାଉଥିଲେ

ମହିଳାମାନେ ଏକାଠି ହୋଇ ମଦ୍ୟପାନକୁ ବିରୋଧ କରିଥିଲେ କାରଣ ପୁରୁଷମାନେ ମଦ୍ୟପାନ କରି ଦୈନିକ ହିଂସା ଘଟାଉଥିଲେ

  • Share this:
ରାୟଗଡ଼ା: ଚର୍ଚ୍ଚାରେ ରାୟଗଡ଼ା ଜିଲ୍ଲାର ବାଇସିଂ ପଞ୍ଚାୟତର ଜୁରୁଡି ଗାଁ । ଚର୍ଚ୍ଚା ଏଇଥି ପାଇଁ ଯେ ଆଦିବାସୀବହୁଳ ଏହି ଗାଁରେ ମଦ୍ୟପାନ ଏବେ ସମ୍ପୂର୍ଣ୍ଣଭାବେ ନିଷିଦ୍ଧ । ମହିଳାମାନେ ଏଥିରେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ହୋଇଛି ଯେ କେହି ମଦ ପିଉଥିବାର ଖବର ମିଳିଲେ ତାକୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ହେବ।

 

ଏବେ ଦିନ ଦିପହରେ ଗାଁ ପୁରୁଷଶୂନ୍ୟ ଲାଗୁଛି। ସମସ୍ତେ କ୍ଷେତ କାମରେ ଲାଗିପଡିଛନ୍ତି । ପୂର୍ବଭଳି ପୁରୁଷମାନେ ମଦ ପିଇ ଦିନରେ ଘରେ ପଡ଼ି ରହୁଥିବାର ଦିଶୁନାହାନ୍ତି । ଏବେ ଆଉ ଗାଁରେ ଅଶାନ୍ତକର ପରିବେଶ ନାହିଁ ।

 

ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ ବାଇସିଂ ପଞ୍ଚାୟତର ଜୁରୁଡ଼ି ଗାଁ । ଗାଁରେ ପରିବାର କହିଲେ ୪୫ ଘର । ଆଗରୁ ପୁରୁଷମାନେ ମଦ୍ୟପାନ କରି ଦୈନିକ ହିଂସା ଘଟାଉଥିଲେ । ସ୍ତ୍ରୀଲୋକମାନଙ୍କୁ ପିଟାମରା କରୁଥିଲେ ।

 

ମାତ୍ର ମହିଳାମାନେ ଏକାଠି ହୋଇ ଏହାକୁ ବିରୋଧ କରିବା ଆରମ୍ଭ କଲେ । ସେମାନେ ନିଷ୍ପତ୍ତି ନେଲେ ଯେ କେହି ଯଦି ମଦ ପିଉଛି ତାହେଲେ ତା ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏବେ ଜୋରିମାନାକୁ ଭୟ କରି ଲୋକେ ମଦ ପିଇବା ବନ୍ଦ କରି ଦେଇଛନ୍ତି ।

 

ଗାଁର ଜଣେ ମହିଳା ହେନ୍ତା ତାଡ଼ିଙ୍ଗି କହିଛନ୍ତି ଯେ ମଦ ବନ୍ଦ୍‌ ହେବା ଦିନରୁ ଗାଁକୁ ଶାନ୍ତିଶୃଙ୍ଖଳା ଫେରି ଆସିଛି । ପୁରୁଷଲୋକମାନେ ନିୟମ ମାନି ମଦ ପିଇବା ବନ୍ଦ୍‌ କରି ଦେଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

ବାହାଘର ଓ ଜାନିଯାତ୍ରାରେ ଆଦିବାସୀମାନେ ପ୍ରଚୁ଼ର ପରିମାଣରେ ମଦ ବ୍ୟବହାର କରନ୍ତି । ଏପରିକି ବନ୍ଧୁ ପରିଜନଙ୍କ ଘରକୁ ଗଲେ ମଦକୁ ଉପହାର ସ୍ବରୂପ ନିଆଯାଏ । କିନ୍ତୁ ଆଦିବାସୀବହୁଳ ଜୁରୁଡ଼ି ଗାଁରେ ମଦ୍ୟପାନ ବନ୍ଦ ହେବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

 

ରାୟଗଡ଼ା ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ଜୁରୁଡ଼ି ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏହାର ପ୍ରଭାବ ଆଖପାଖ ଗାଁରେ ପଡ଼ିବ।
First published: