ଆଦିବାସୀ ନେତାଙ୍କ ପ୍ରେମ ନିଶା; ଶାରୀରିକ ସମ୍ପର୍କ ରଖି ସମାଜସେବୀଙ୍କୁ ଧୋକା
- News18 Odia
- Last Updated :
- Balangir, India
News 18 Odia Digital
ବଲାଙ୍ଗୀର; ପ୍ରେମ, ପ୍ରତାରଣାର (Love Breakup) ଖବର ପ୍ରତିଦିନ ଆସୁଛି । କିନ୍ତୁ ଆଜି ଯେଉଁ ଖବର ଆପଣ ପଢୁଛନ୍ତି ତାହା କୌଣସୀ ସାଧାରଣ ଲୋକ କିମ୍ୱା ସେଲିବ୍ରେଟିଙ୍କର ନୁହେଁ । ଜଣେ ଆଦିବାସୀ ନେତା ଯିଏ ଅନ୍ୟର ହକ ପାଇଁ ଲଢେଇ କରେ ସିଏ ଆଜି ଜଣେ ସମାଜସେବୀଙ୍କୁ (Social worker) ପ୍ରେମ କରି ଶାରୀରିକ ସମ୍ପର୍କ (Physical relation) ରଖିବା ପରେ ଧୋକା ଦେଇଥିବାର ଅଭିଯୋଗ ହୋଇଛି ।
ଅଭିଯୁକ୍ତ ଆଦିବାସୀ ନେତାଙ୍କ ଘର ପାଟଣାଗଡ ଆଦିବାସୀ ସଂଘର ଗିରିଧାରୀ ଭୋଇ । ବିଗତ କିଛି ମାସ ଧରି ସ୍ଥାନୀୟ ଜଣେ ସମାଜସେବୀଙ୍କୁ ପ୍ରେମ କରୁଥିଲେ ଗିରିଧାରୀ । ବିବାହର ପ୍ରତିଶୃତି ଦେଇ ସମାଜସେବୀଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଆଉ ଧରା ଛୁଆଁ ଦେଉନଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ମହିଳା ସମାଜସେବୀ । ଅଭିଯୋଗକୁ ଆଧାର କରି ପୋଲିସ ସମୃକ୍ତ ଆଦିବାସୀ ନେତାଙ୍କୁ ଗିରଫ କରିଛି । ପୋଲିସ ପଚରାଉଚରା କରିବା ପରେ ଆଦିବାସୀ ନେତା ଉତ୍ତରରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗିରିଧାରୀ । ଏଥିସହ ସେ କହିଛନ୍ତି ସମାଜସେବୀ ଜଣକ ଅନ୍ୟନ୍ତ୍ର ବିବାହ କରିଥିଲେ କିନ୍ତୁ ସ୍ୱାମୀଙ୍କ ସହ ସନ୍ତୁଷ୍ଟ ନଥିଲେ । ଦୈହିକ ସମ୍ପର୍କ ରଖିବା ପାଇଁ ଟଙ୍କା ଦେଉଥିଲେ । ଏବେ ତାଙ୍କର କୌଣସୀ ଅସୁବିଧା ହୋଇଥିବାରୁ ମୋ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ।
ଅଧିକ ଖବର ପଢ଼ନ୍ତୁ -
http://ଆରପାରିରେ ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ; ଶେଷକୃତ୍ୟ ସଂପନ୍ନPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।