ଆଦିବାସୀ ଝିଅକୁ ଫସାଇଲା; ଶାରିରୀକ ସମ୍ପର୍କ ରଖି ଫଟୋ ଉଠାଇଲା

ପ୍ରେମରେ ଫସାଇବା ପରେ ଶାରିରୀକ ସମ୍ପର୍କ ରଖିଲା । ଅନ୍ତରଙ୍ଗ ସମୟର ଫଟୋକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କଲା । ପରେ ଧୋକା ଦେଲା । ଯୁବତୀ ଅନ୍ୟତ୍ର ବିବାହ କରିବା ପରେ ତାର ସ୍ୱାମୀଙ୍କୁ ଶାରିରୀକ ସମ୍ପର୍କ ବେଳର ଫଟୋ ଦେଖାଇଦେଲା ।

ଆଦିବାସୀ ଝିଅକୁ ଫସାଇଲା; ଶାରିରୀକ ସମ୍ପର୍କ ରଖି ଫଟୋ ଉଠାଇଲା

ଆଦିବାସୀ ଝିଅକୁ ଫସାଇଲା; ଶାରିରୀକ ସମ୍ପର୍କ ରଖି ଫଟୋ ଉଠାଇଲା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମିଠା ମିଠା କଥା କହି ଜଣେ ଆଦିବାସୀ ଯୁବତୀଙ୍କୁ  ପ୍ରେମ ଜାଲରେ ଫସାଇଲା । ପ୍ରେମରେ ଫସାଇବା ପରେ ଶାରିରୀକ ସମ୍ପର୍କ ରଖିଲା । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କଲା । ବାରମ୍ୱାର ଦୈହିକ ସମ୍ପର୍କ ରଖିବା ଫଳରେ ଆଦିବାସୀ ଯୁବତୀ ଜଣକ ଗର୍ଭବତୀ ହେଲେ । ପରେ ଅଭିଯୁକ୍ତ ନାନା ବାହାନା କରି ଗର୍ଭ ନଷ୍ଟ କରିବାକୁ ଯୁବତୀଙ୍କୁ ବାଧ୍ୟ କଲା । ଏପରି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଏହି ଅଭିଯୋଗ ଆଧାରରେ ଅଖୁନ ନାମକ ଜଣେ ଯୁବକକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଅଖୁନର ଘର ଚନ୍ଦକା ନିକଟ ମେଣ୍ଡାଶାଳ ନିକଟରେ । ଯୁବତୀଙ୍କୁ ପ୍ରେମ କରି ଗର୍ଭବତୀ କରିବା ପରେ ବିବାହ ପାଇଁ ଘରେ ରାଜି ନାହାନ୍ତି କହିଥିଲା ଅଖୁନ । ଏହାସହ ମେଡିସିନ ଖାଇ ଗର୍ଭ ନଷ୍ଟ କରିବାକୁ ମଧ୍ୟ ବାଧ୍ୟ କରିଥିଲା । ଏହାପରେ ଯୁବତୀ ବାଧ୍ୟ ହୋଇ ଗର୍ଭପାତ କରିବା ସହ ଘର ଲୋକଙ୍କ କହିବାନୁସାରେ ଅନ୍ୟତ୍ର ବିବାହ କରିଥିଲେ । କିନ୍ତୁ ତାପରେ ମଧ୍ୟ ଯୁବତୀଙ୍କ ପିଛା ଛାଡିନଥିଲା ଅଖୁନ । ଯୁବତୀ ସ୍ୱାମୀଙ୍କ ନିକଟକୁ ଯାଇ ମୋବାଇଲରେ ଉଠାଇଥିବା ଫଟୋ ଗୁଡିକୁ ଦେଖାଇଦେଇଥିଲେ । ଫଳରେ ସ୍ୱାମୀ ଯୁବତୀଙ୍କୁ ବିଦା କରିଦେଇଥିଲେ । ବାପ ଘରକୁ ଆସିବା ପରେ ଅଖୁନ ପୁଣିଥରେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା । ଯୁବତୀ ପୁନର୍ବାର ଗର୍ଭବତୀ ହେବା ପରେ ପୁଣିଥରେ ଗର୍ଭନଷ୍ଟ ବଟିକା ଦେଇ ଗର୍ଭପାତ କରାଇଲା । ଏ ପ୍ରକାର ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ଯୁବତୀ ଥାନାର ଦ୍ୱାରସ୍ଥ ହେଲେ ।

ପୋଲିସ ହସ୍ତକ୍ଷପ ପରେ ଅଖୁନକୁ ଥାନାରେ ଅଟକ ରଖାଯାଇଛି । ଖୁବଶୀଘ୍ର ତାକୁ କୋର୍ଟ ଫରୱାର୍ଡ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
Published by:Soubhagya Mishra
First published: