ମାଲକାନଗିରି: ଗୁଣି ଗାରେଡ଼ି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହାଣି ହତ୍ୟା କରାଗଲା; ୨ ଜଣ ଗିରଫ

Double murder in Malkangiri | ପ୍ରାଥମିକ ତଦନ୍ତ ଅନୁସାରେ ଏହି ଦମ୍ପତିଙ୍କର ଜଣେ ପଡୋଶୀ ନିଜ ରୋଗ ପାଇଁ ଓ ଗତ ବର୍ଷ ତାଙ୍କ ୧୦ ବର୍ଷର ଝିଅର ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଥିଲେ । ଗୁଣି ଗାରେଡ଼ି ସନ୍ଦେହରୁ ହେଉଥିବା ହତ୍ୟା ଓ ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ସରକାର ବନେଇଥିବା ଆଇନର ପ୍ରଭାବ ଦେଖିବାକୁ ମିଳୁନି ।

ମାଲକାନଗିରି: ଗୁଣି ଗାରେଡ଼ି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହାଣି ହତ୍ୟା କରାଗଲା; ୨ ଜଣ ଗିରଫ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 27, 2020, 10:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମାଲକାନଗିରି: ଗୁଣି ଗାରେଡ଼ି ସନ୍ଦେହ ଯୋଗୁଁ ପୁଣି ଆଉ ଦୁଇଟି ଜୀବନ ଯାଇଛି । ଜଣେ ଆଦିବାସୀ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ସେମାନଙ୍କ ବେକ ହାଣି ହତ୍ୟା କରାଯାଇଛି । ଏହି ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି । (Malkangiri double murder)

ମୃତକ ଦମ୍ପତି ୪୫ ବର୍ଷୀୟ ସାମା ମାଡ଼ି ଓ ତାଙ୍କ ୪୨ ବର୍ଷିୟା ପତ୍ନୀ ସୁକୁରି ମାଡ଼ିଙ୍କୁ ତାଙ୍କ ପଡ଼ୋଶୀ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ଶୁକ୍ରବାର ଦିନ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ ।

“ଏହି ଘଟଣାରେ ଆମେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛୁ ଓ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଖୋଜା ଚାଲିଛି । ପ୍ରାଥମିକ ତଦନ୍ତ ଅନୁସାରେ ଲାଗୁଛି ଏହି ଦମ୍ପତିଙ୍କୁ ତାଙ୍କ ପଡୋଶୀ ହିଁ ହାଣି ହତ୍ୟା କରିଛନ୍ତି । ମୃତ ଦେହ ଦୁଇଟିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତଦନ୍ତ ଚାଲିଛି,’’ କହିଛନ୍ତି ମାଲକାନଗିରି ଏସ.ପି. ଖିଲାରୀ ଋଷିକେଶ ।

ପ୍ରାଥମିକ ତଦନ୍ତରୁ ସାମନାକୁ ଆସିଥିବା ତଥ୍ୟ ଅନୁସାରେ ମାଲକାନଗିରି ଥାନା ଅନ୍ତର୍ଗତ ପେଣ୍ଡାଲଗୁଡ଼ା ଗ୍ରାମର ବାସିନ୍ଦା ଏହି ଦମ୍ପତିଙ୍କର ଜଣେ ପଡୋଶୀ ନିଜ ରୋଗ ପାଇଁ ଓ ଗତ ବର୍ଷ ତାଙ୍କ (ପଡୋଶୀଙ୍କ) ୧୦ ବର୍ଷର ଝିଅର ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଥିଲେ । ପଡ଼ୋଶୀ କହୁଥିଲେ ଯେ ଏହି ଦମ୍ପତି ଗୁଣି ଗାରେଡ଼ି କରୁଥିବାରୁ ଏହି ଦୁର୍ଦ୍ଦଶା ଆସିଥିଲା । ସେଇଥି ପାଇଁ କ୍ରୋଧରେ ସେ ଦମ୍ପତିଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ରାଜ୍ୟ ସରକାର ଛଅ ବର୍ଷ ତଳେ ‘ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ୱିଚ୍ ହଣ୍ଟିଂ ଆକ୍ଟ, ୨୦୦୩’ ପ୍ରଣୟନ କରିଛନ୍ତି ।


ଓଡ଼ିଶାରେ ଗତ ସପ୍ତାହରେ ତିନିଟି ଜିଲ୍ଲାରେ ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ହାଣି ହତ୍ୟା କରାଯାଇଥିଲା ଓ ଅନ୍ୟ ଦୁଇ ଜଣଙ୍କ ଉପରେ ଆକ୍ରମଣ କରାଯାଇଥିଲା । ମୟୂରଭଞ୍ଜ (Mayurbhanj murder) ଜିଲ୍ଲାରେ ଜଣେ ୩୦ ବର୍ଷ ବୟସ୍କ ଯୁବକ ଜଣେ ମହିଳାଙ୍କ ମୁଣ୍ଡ କାଟି ସେହି କଟା ମୁଣ୍ଡକୁ ଧରି ଥାନାରେ ଆସି ପହଞ୍ଚିଥିଲା । ରାୟଗଡ଼ା (Rayagada murder) ଜିଲ୍ଲାରେ ଜଣେ ବ୍ୟକ୍ତି ଦୁଇ ଜଣ ବୟସ୍କ ଲୋକଙ୍କ ମୁଣ୍ଡ କାଟି ହତ୍ୟା କରିଥିଲା ।

ମାଲକାନଗିରି ଜିଲ୍ଲାରେ (Malkangiri district) ଏହି ପ୍ରକାରର ଆଉ ଏକ ଘଟଣାରେ କିଛି ସପ୍ତାହ ତଳେ ଜଣେ ୧୪ ବର୍ଷର ବାଳକକୁ ଦଳେ ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହି ବାଳକ ଗୁଣି ଗାରେଡ଼ି କରୁଥିବାରୁ ତିନି ମାସ ମଧ୍ୟରେ ସେହି ଅଞ୍ଚଳର ୧୭ ଜଣ ଆଦିବାସୀ ଲୋକଙ୍କ ମୃତ୍ୟୁ ହୋଇଥିଲା ବୋଲି ହତ୍ୟାକାରୀମାନେ ସନ୍ଦେହ କରିଥିଲେ ।

ନୟାଗଡ଼ ଜିଲ୍ଲାରେ ଗ୍ରାମବାସୀମାନେ ଜଣେ ମହିଳାଙ୍କୁ ଗୁଣି ଗାରେଡ଼ି ସନ୍ଦେହ ଯୋଗୁଁ ଏକ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେଇଥିଲା । ତାଙ୍କ ସ୍ୱାମୀଙ୍କୁ ଫୁଟୁଥିବା ପାଣିରେ ହାତ ବୁଡ଼େଇବାକୁ ବି ବାଧ୍ୟ କରିଥିବା ଅଭିଯୋଗ ଆସିଥିଲା ।

ଗୁଣି ଗାରେଡ଼ି ସନ୍ଦେହରେ ହେଉଥିବା ହତ୍ୟା ଓ ନିର୍ଯ୍ୟାତନା ବନ୍ଦ କରିବା ପାଇଁ ରାଜ୍ୟ ସରକାର ଛଅ ବର୍ଷ ତଳେ ‘ଓଡ଼ିଶା ପ୍ରିଭେନ୍ସନ୍‌ ଅଫ୍‌ ୱିଚ୍‌ ହଣ୍ଟିଂ ଆକ୍ଟ, ୨୦୦୩’ (Odisha Prevention of Witch-hunting Act, 2013) ପ୍ରଣୟନ କରିଥିଲେ, ହେଲେ ଏହି ଆଇନର ପ୍ରଭାବ ଦେଖିବାକୁ ମିଳୁନାହିଁ ବୋଲି ସମୀକ୍ଷକମାନେ କହିଛନ୍ତି ।
First published: June 27, 2020, 10:56 PM IST
corona virus btn
corona virus btn
Loading